କେନ୍ଦ୍ର, ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବ

କେନ୍ଦ୍ରାପଡ଼ା ଅଫିସ,୨୦ା୧୨: କେନ୍ଦ୍ରାପଡ଼ା ସହରଠାରୁ ସିଂହଗାଁ ମାତ୍ର ୨୬ କିଲୋମିଟର । ଏହି ଗ୍ରାମର ପ୍ରସୂତିଙ୍କ ପାଇଁ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁନାହିଁ । ଗର୍ଭବତୀମାନେ ଭାରରେ ବୁହା ହୋଇ ୧୦ କିଲୋମିଟର ଦୂର ଅଣ୍ଡରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଥବା ୨୨ କିଲୋମିଟର ଦୂର ଆଳି ସିଏଚ୍‌ସିକୁ ଯାଉଛନ୍ତି । ସିଂହଗାଁ , ରାଉଳିଆଢ଼ିଆ ଓ କୃଷ୍ଣଦାସପୁର ରାଜସ୍ବ ଗ୍ରାମରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ଆସି ପାରୁନାହିଁ । କେବଳ ଏତିକି ନୁହେଁ, ଏହି ୩ ରାଜସ୍ବ ଗ୍ରାମର ଛାତ୍ରୀଛାତ୍ର ନିକଟସ୍ଥ ବ୍ରାହ୍ମଣୀ କଲେଜକୁ ଯିବା ପାଇଁ କଣ୍ଠିଆ ନାଳ ବାଧା ସୃଷ୍ଟି କରୁଛି। ବର୍ଷରେ ପ୍ରାୟ ୮ ମାସ ଧୋୟା ଅଞ୍ଚଳରେ ଥିବା ଏହି ୩ ରାଜସ୍ବ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ସିଂହଗାଁ ସେତୁ ନିର୍ମାଣ ହୋଇପାରିନାହିଁ। ୫ନଂ.ଜାତୀୟ ଜଳପଥ ଏଥିପାଇଁ ବାଧକ ସାଜିଥିବା ବୁଦ୍ଧିଜୀବୀ, ପ୍ରଶାସକ ଓ ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି ।
ଏସମ୍ପର୍କରେ ବୁଦ୍ଧିଜୀବୀ ଡ. ପି.ଏନ୍‌. ଗୌରାଙ୍ଗ କହିଛନ୍ତି, ୨୦୦୮ରେ ଭାରତୀୟ ଆର୍ନ୍ତଦେଶୀୟ ଜଳପଥ ପ୍ରାଧୀକରଣ ଅଧୀନରେ ଥିବା ୬୨୩ କିଲୋମିଟର ଲମ୍ବର ଜାତୀୟ ଜଳପଥ ୫ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା ା ଏହି ପ୍ରକଳ୍ପ ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ତାଳଚେରଠାରୁ ଧାମରା ପର୍ଯ୍ୟନ୍ତ ନଦୀ ଶର୍ଯ୍ୟା ଖନନ ପରି ପ୍ରାଥମିକ ପର୍ଯ୍ୟାୟ କାମ ଆରମ୍ଭ ଗତ ୩ ବର୍ଷ ଧରି ବନ୍ଦ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟ ଅଭାବରୁ ଏହାର ଅଗ୍ରଗତି ହୋଇ ପାରୁନାହିଁ । ଏହି ନିର୍ମାଣାଧୀନ ଜଳପଥ ମଧ୍ୟରେ ସିଂହଗଁା ନିକଟସ୍ଥ କଣ୍ଠିଆ ନାଳ ଅଛି । କଣ୍ଠିଆ ନାଳ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୮ରେ ସଡ଼କ ଯୋଗାଯୋଗ ପାଇଁ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତୁ ନିର୍ମାଣ ସମୟରେ ଜାତୀୟ ଜଳପଥ ଅର୍ନ୍ତଭୂକ୍ତ ହେବାରୁ ତାହା ବନ୍ଦ ହୋଇଛି । ଜାତୀୟ ଜଳପଥ ନିର୍ମାଣର ଅହେତୁକ ବିଳମ୍ବ ଏବେ ଜିଲାର ଏହି ଧୋୟାଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି। ସିଂହଗାଁର ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ମଲ୍ଲିକ କହିଛନ୍ତି, ଏହି ସେତୁ ନିର୍ମାଣ ପରେ ୩ ରାଜସ୍ବ ଗ୍ରାମର ୩୦୦୦ରୁ ଊର୍ଦ୍ଧ୍ୱ ଅଧିବାସୀଙ୍କ ସମସ୍ୟା ତୁଟିଯିବ। କେନ୍ଦ୍ରାପଡ଼ା ସଦରକୁ ରାସ୍ତା ମିଳିବା ସହିତ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲା ସହିତ ସଂଯୋଗ ହେବ ।୨୦୦୮ରେ ସେତୁ ନିର୍ମାଣ ପାଇଁ ଜମି ସମସ୍ୟା ଦେଖା ଦେଇଥିଲା। ୨୦୧୨ରେ ସରପଞ୍ଚ ଦାୟିତ୍ୱ ନେବା ପରେ ସ୍ଥାନୀୟ ଲୋକଙ୍କ ସହ ବୁଝାମଣା କରି ଜମି ଅଧିଗ୍ରହଣ ପ୍ରସ୍ତାବ ସମସ୍ୟାର ସମାଧାନ ହୋଇଛି।ଏହାପରେ ସେତୁ ନିର୍ମାଣ ବିଳମ୍ବକୁ ବରଦାସ୍ତ କରା ନ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଆନ୍ଦୋଳନ ହୋଇଛି । କଣ୍ଠିଆ ନାଳରେ ଏବେ କୁମ୍ଭୀର ଆତଙ୍କ ଦେଖାଦେଇଛି ।ସେତୁ ନିର୍ମାଣ ହୋଇଥିଲେ ସ୍ଥାନୀୟ ଲୋକଙ୍କ କୁମ୍ଭୀର ଆତଙ୍କ କମିଥାନ୍ତା । ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ସେ ଦାବି କରିଛନ୍ତି । ସରପଞ୍ଚ ଜୟନ୍ତୀ ଦାସ କହିଛନ୍ତି, ସିଂହଗାଁ  ସେତୁ ନିର୍ମାଣ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ବାଧା ସୃଷ୍ଟି କରିଛି । ଆବାସ ଯୋଜନାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ପାନୀୟ ଜଳ ଆଦି ମୌଳିକ ସୁବିଧା ଲୋକଙ୍କ ପାଇଁ କାର୍ଯ୍ୟକାରୀ ହୋଇପାରୁନାହିଁ । ଜଳପଥ ପ୍ରକଳ୍ପ ବନ୍ଦ ହୋଇଥିବାରୁ ରାଜ୍ୟ ସରକାର ଏହି ସେତୁ ନିର୍ମାଣକୁ ଗୁରୁତ୍ୱ ଦେବା କଥା । ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ସରପଞ୍ଚ ଦାସ ପ୍ରକାଶ କରିଛନ୍ତି ।
ଏସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କୁହନ୍ତି, ସେତୁ ପାଇଁ ପ୍ରାଥମିକ ଅବସ୍ଥାରେ ବାଧା ସୃଷ୍ଟି କରୁଥିବା ଜମି ସମସ୍ୟାର ସମାଧାନ ହୋଇଛି। ସେହି ସ୍ଥାନ ଦେଇ ଜାତୀୟ ଜଳପଥ ଯାଉଥିବାରୁ ସିଂହଗଁା ସେତୁ ନିର୍ମାଣ ବିଳମ୍ବ ହୋଇଛି । ତେବେ ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ଉପଜିଲାପାଳ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri