ସ୍ବପ୍ନ ହୋଇ ରହିଗଲା କୋଇଡା ବାଇପାସ୍‌ ରାସ୍ତା

ଟେନ୍‌ସା,୫।୧୦(ସମୀର କୁମାର ପାଢୀ): କୋଇଡା ଖଣି ଅଞ୍ଚଳରୁ ଦୈନନ୍ଦିନ ରପ୍ତାନି ହେଉଥିବା ଲକ୍ଷ ଲକ୍ଷ ଟନ ଲୁହାପଥର ପରିବହନ ଯୋଗୁ ଏଠାକାର ଗ୍ରାମ ରାସ୍ତାଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ଅହରହ ବ୍ୟସ୍ତ ରହିବା ସହ ଧୂଳିଧୂଆଁରେ ଆଚ୍ଛାଦିତ ରହୁଛି। ଏଥିସହ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅନେକ ସମୟରେ ଦୁର୍ଘଟଣାରେ ଜୀବନ ହାନୀ ମଧ୍ୟ ହୋଇଚାଲିଛି। ସ୍ଥିତି ସଂକଟାପନ୍ନ ହେବାରୁ ତତ୍କାଳୀନ ବଣାଇଁ ଉପଜିଲାପାଳ ସୁରେନ୍ଦ୍ର କୁମାର ମୀନା ଏହାକୁ କିଛି ମାତ୍ରାରେ ରୋକୋ ଦେବା ଓ ଖଣି ଗାଡି ପାଇଁ ମାଇନିଂ କରିଡର (ବାଇପାସ ରାସ୍ତାର) ନିର୍ମାଣ ପାଇଁ ସ୍ଥିର କଲେ। କୋଇଡା ସହରକୁ ବାଇପାସ କରି ଯଥା ସମ୍ଭବ ସମସ୍ତ ଖଣି ପରିବହନ ପାଇଁ ଅଲଗା ବାଟ ଦେଇ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥକୁ ସଂଯୋଗ କରିବ। ଏ ନେଇ ଜମି ଚିହ୍ନଟ ହୋଇ ନକ୍ସା ତିଆରି କରାଗଲା। ବାଇପାସ ହେବା ନେଇ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଗଲା। କିନ୍ତୁ ଉପଜିଲାପାଳଙ୍କ ବଦଳି ପରେ ସେ ପ୍ରକଳ୍ପ ବିରାମ ନେଇଗଲା। ୨୦୧୮-୧୯ରେ ସୁରେନ୍ଦ୍ର କୁମାର ମୀନା ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲାପରେ ବାଇପାସକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ୮ କିଲୋମିଟର ରାସ୍ତା ପାଇଁ ୪୦ କୋଟି ଟଙ୍କା ଜିଲା ଖଣିଜ ପାଣ୍ଠିରୁ ପ୍ରଦାନ କଲେ। ଟେଣ୍ଡର ହୋଇ ଆଶୀର୍ବାଦ କନ୍ସଟ୍ରକ୍ସନ କମ୍ପାନୀ କାମ ପାଇ ୨୦୧୯ରେ ପୂର୍ତ୍ତ ବିଭାଗ ସହ ଚୁକ୍ତିନାମା କରି କାର୍ଯ୍ୟ ଶେଷ ଅବଧି ୨୦୨୧ ଧାର୍ଯ୍ୟ ରଖାଗଲା। ହେଲେ କିଛି ଭାଗରେ ରାସ୍ତା ଓସାର ବଢିବାରୁ ତତ୍କାଳୀନ ଜିଲାପାଳ ନିଖିଳ ପବନ କଲ୍ୟାଣଙ୍କ ଦ୍ୱାରା ଅତିରିକ୍ତ ୧୮ କୋଟି ପ୍ରଦାନ କରାଗଲା। ତଥାପି ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ନ ହେବାରୁ ପୁଣି ୨୦୨୨ ପର୍ଯ୍ୟନ୍ତ ସମୟ ପ୍ରଦାନ କରାଗଲା। ସୂଚନାଅନୁଯାୟୀ, ଗତ ଫେବୃଆରୀ ମାସରୁ ଏହି ବାଇପାସ ରାସ୍ତା ନିର୍ମାଣ ଶେଷ ହେଲାଣି । କିନ୍ତୁ ଆଜି ଯାଏଁ ରାସ୍ତାକୁ ଅବରୋଧ କରି ରଖାଯାଇଛି। ଏମିତିକି ରାସ୍ତା କଡରେ ଲଗା ଯାଇଥିବା ଲୁହା ବ୍ୟାରିକେଡ ଦୈନନ୍ଦିନ ଚୋରି ହେଉଛି। ତେବେ ଏଥିପ୍ରତି ପ୍ରଶାସନ ଦୃଷ୍ଟିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri