Man in prison hands of behind hold Steel cage jail bars. offender criminal locked in jail.
ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ଅତିରିକ୍ତ ଜିଲା ଓ ଦୌରା ଜଜଙ୍କ କୋର୍ଟରେ ବୁଧବାର ଏକ ଯୌତୁକ ଜନିତ ସ୍ତ୍ରୀ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଓ ଦୌରାଜଜ(୧) ପ୍ରବୀର କୁମାର ଚୌଧୁରୀ ଏହାର ବିଚାର କରି ଉଦଳା ଥାନା ନୂଆଗାଁ ଅଞ୍ଚଳର ଅଭିଯୁକ୍ତ ସ୍ବାମୀ ବିଷ୍ଣୁ ବିନ୍ଧାଣୀ(୫୦)ଙ୍କୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ା ଏଥିସହ ୮ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ସ୍ତ୍ରୀ ସୁବର୍ଣ୍ଣାଙ୍କୁ ଯୌତୁକ ଦାବିରେ ସ୍ବାମୀ ନିର୍ଯାତନା ଦେଉଥିଲେ। ଏଥିରେ ଅସହ୍ୟ ହୋଇ ଅଧିକ ପରିମାଣର ଔଷଧ ଖାଇ ସୁବର୍ଣ୍ଣାଙ୍କ ମୃତ୍ୟୁ ଘଟିଥିବା ବାପଘର ଲୋକେ ଅଭିଯୋଗ କରିଥିଲେ। ଏନେଇ ୨୦୧୦ ମେ ୪ ତାରିଖରେ ଉଦଳା ଥାନାରେ ଏକ ମାମଲା(ନଂ. ୩୪/୧୦) ରୁଜୁ ହୋଇଥିଲା। ମାମଲାକୁ ଅତିରିକ୍ତ ପି.ପି. କୃଷ୍ଣଚନ୍ଦ୍ର ଦାଶ ଏବଂ ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ପରମାନନ୍ଦ ଷଡ଼ଙ୍ଗୀ ପରିଚାଳନା କରୁଥିଲେ।