ଫିଟିପାରୁନି ରତ୍ନଭଣ୍ଡାର ଚାବି ରହସ୍ୟ

ପୁରୀ ଅଫିସ,୩୦ା୧୧:ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଏକଦା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ। ଦାବି ଜୋରଦାର ହେବାରୁ ସରକାର ତଦନ୍ତ କମିଶନ ବସାଇଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ତଦନ୍ତ ବାବଦରେ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କମିଶନ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାର ଇତିମଧ୍ୟରେ ୨ବର୍ଷ ପୂରିଛି। ହେଲେ ଏ ପର୍ଯ୍ୟନ୍ତ ରିପୋର୍ଟ ସାର୍ବଜନୀନ ହୋଇନାହିଁ କି ରତ୍ନଭଣ୍ଡାର ଚାବି ରହସ୍ୟ ଫିଟିପାରିନାହିଁ।
୨୦୧୮ ମାର୍ଚ୍ଚ ୨୦ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗୃହର ସ୍ଥିତି ଓ ମରାମତି ନେଇ ଆଲୋଚନା ହୋଇଥିଲା। ଏହାପରେ ବିଧି ବ୍ୟବସ୍ଥା ଅନୁଯାୟୀ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଥିଲା। ୧୬ଜଣିଆ ସଦସ୍ୟ ସମସ୍ତ ପ୍ରସ୍ତୁତି ସହ ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ। ମାତ୍ର ଭିତର ଭଣ୍ଡାରର ଚାବି ନ ଥିବାରୁ ବାହାର ଭଣ୍ଡାରରୁ ଭିତର ଭଣ୍ଡାରର ସ୍ଥିତି ଦେଖି ବୈଷୟିକ ଟିମ୍‌ ଏବଂ ଅଧିକାରୀମାନେ ଫେରିଆସିଥିଲେ। ଏହାପରେ ରତ୍ନଭଣ୍ଡାର ବିବାଦ ଘେରକୁ ଚାଲିଯାଇ ଥିଲା। ଚାବି ହଜିଥିବା ନେଇ ପରିଚାଳନା କମିଟି ବୈଠକ ବିବରଣୀରେ ଜଣାପଡ଼ିବା ପରେ ହଟଚମଟ ଆରମ୍ଭ ହୋଇଥିଲା। ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସରକାରଙ୍କୁ ଘେରିଥିଲେ ବିରୋଧୀ। ଜୁନ୍‌ ୬ରେ ରାଜ୍ୟ ସରକାର ଚାବି ହଜିବା ଘଟଣାର ତଦନ୍ତ ପାଇଁ କମିଶନ ବସାଇଥିଲେ। ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ କମିଶନ ଭାବେ ନିଯୁକ୍ତ କରାଯାଇଥିଲା। ୩ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ଏହାପରେ କମିଶନ କଟକ ଓ ପୁରୀରେ ବୈଠକ କରି ବିଭିନ୍ନ ପକ୍ଷଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଏଭଳି ସ୍ଥିତିରେ ସେହିବର୍ଷ ଜୁନ୍‌ ୧୩ରେ ଜିଲା ଟ୍ରେଜେରିରେ ଏକ ଲଫାପା ଭିତରେ ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ରହିଥିବା ତତ୍କାଳୀନ ଜିଲାପାଳ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଚାବି ହଜିବା ଓ ଡୁପ୍ଲିକେଟ ଚାବି ମିଳିବାକୁ ନେଇ ପୁଣି ବିବାଦ ତେଜିଥିଲା। ଅନ୍ୟପକ୍ଷରେ ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ଶେଷ ନ ହେବାରୁ ସରକାର କମିଶନଙ୍କ କାର୍ଯ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରିଥିଲେ। କମିଶନ ତଦନ୍ତ ବେଳେ ଜନସାଧାରଣଙ୍କଠାରୁ ସତ୍ୟପାଠ ଆହ୍ବାନ କରିଥିଲେ। କମିଶନଙ୍କ କାର୍ଯ୍ୟକାଳ ୨୦୧୮ ଡିସେମ୍ବର ୭ରେ ସରିବାକୁ ଥିବାବେଳେ ଏହାପୂର୍ବରୁ ଅର୍ଥାତ୍‌ ନଭେମ୍ବର ୩୦ରେ ୩୨୪ ପୃଷ୍ଠା ସମ୍ବଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲେ। ସୋମବାର ଏହି ରିପୋର୍ଟ ଦାଖଲକୁ ୨ବର୍ଷ ପୂରଣ ହୋଇଛି।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ତଦନ୍ତ ବାବଦରେ ୨୨ଲକ୍ଷ ୨୭ ହଜାର ୯୧୮ ଟଙ୍କା ଖର୍ଚ୍ଚ ହୋଇଛି। କମିଶନ ରିପୋର୍ଟ ଦାଖଲ କରିବାର ଠିକ୍‌ ୨ବର୍ଷ ବିତିଲା। କିନ୍ତୁ ଏ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଚାବି ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। କାହିଁକି ସରକାର ମହାପ୍ରଭୁଙ୍କ ରତ୍ନଅଳଙ୍କାର ପ୍ରତି ଅଣଦେଖା କରୁଛନ୍ତି ତାକୁ ନେଇ ଭକ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି। ସେହିପରି ରତ୍ନଭଣ୍ଡାର ଚାବିକୁ ନେଇ ସରକାର କିଛି ସ୍ପଷ୍ଟ କରୁ ନ ଥିବାରୁ ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସେ ନେଇ ମଧ୍ୟ ସନ୍ଦେହ ବଢୁଛି। ଅପରପକ୍ଷେ ରତ୍ନଭଣ୍ଡାର ଖୋଲି ଏହାର ମରାମତି ଓ ଅଳଙ୍କାର ଯାଞ୍ଚ ଲାଗି ନିକଟରେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖି ଦିଲୀପ ବରାଳ ନାମକ ଜଣେ ଭକ୍ତ ଅନୁରୋଧ କରିଥିଲେ। ଏ ଦିଗରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷେ ଏ ନେଇ ସମ୍ପୃକ୍ତ ବରିଷ୍ଠ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri