ବିଭିନ୍ନ ଦାବି ନେଇ ଗର୍ଜିଲେ କେନ୍ଦୁପତ୍ର ତୋଳାଳି

ଦେବଗଡ଼ ,୧୮।୪,(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ କେନ୍ଦୁପତ୍ର ଡିଏଫଓଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦେବଗଡ଼ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବଜେଟ ମଞ୍ଜୁରୀ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା କାଟି ଦେବା, ସରକାରୀ ଘୋଷଣା ସତ୍ତ୍ୱେ କନ୍ୟା ବିବାହ ସହାୟତା ପ୍ରଦାନରେ ବିଳମ୍ବ ଓ ଅବହେଳା କରୁଥିବା, ସର୍ବନିମ୍ନ ମଜୁରୀ ବୃଦ୍ଧି ଗତ ଜୁଲାଇ ମାସରୁ ହୋଇଥିଲେ ମଧ୍ୟ ଦୀର୍ଘ ୯ ମାସ ଅତିବାହିତ ହୋଇଯାଇଥିଲେ ବି ଶିଜିନାଲ କର୍ମଚାରୀ ମାନଙ୍କର ମାସିକ ମଜୁରୀ ବୃଦ୍ଧି ହୋଇ ନ ଥିବା ଏବଂ ବନ୍ଧେଇ ଶ୍ରମିକ ମାନଙ୍କର ପିସ ରେଟ ବୃଦ୍ଧି ହୋଇନଥିବା ଏବଂ ବିଶେଷ ଭାବରେ ସଂଘର ବହୁ ଦିନର (କେଏଲଡିବି) ଗଠନ ଦାବି ସରକାର ପୁନର୍ଗଠନ କରିଥିଲେ ମଧ୍ୟ ତୃଟି ପୂର୍ଣ୍ଣ ଭାବରେ ଏହା ଗଠନ କରାଯାଇ ଥିବାରୁ ଏସବୁର ପ୍ରତିବାଦରେ ଏବଂ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ମୂଳକ ଆର୍ଥିକ ସହାୟତା ପ୍ରଦାନରେ ବିଳମ୍ବ ଏବଂ ଉଲ୍ଲେଖନୀୟ ବିଷୟ ଯେ କେନ୍ଦୁପତ୍ର ତୋଳାଳୀ ମାନଙ୍କର ର୍ନିବାଚନ ଇସ୍ତାହାରରେ କେରି ପ୍ରତି ଦର ବୃଦ୍ଧି କରିବା ଘୋଷଣା ହୋଇଥିବା ସୁଦ୍ଧା କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ କେରି ପ୍ରତି ଦର ବୃଦ୍ଧି ହୋଇ ନଥିବା ଯୋଗୁଁ ଗଭୀର ଅସନ୍ତୋଷ ପ୍ରକାଶ କରାଯାଇ ଶୀଘ୍ର ଦରବୃଦ୍ଧି ଘୋଷଣା କରିବାକୁ ଦାବୀ କରାଯାଇଥିଲା । ଏହା ସହିତ କେନ୍ଦୁପତ୍ର ସଂସ୍ଥାରୁ ସଂଗ୍ରହ କରାଯାଉଥିବା ୧୮ % ଜିଏସଟିକୁ ବାତିଲ କରିବା ଏବଂ ଏହି ବାବଦରେ ଅସୁଲି ଅର୍ଥ କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଫେରସ୍ତ କରି ସାମାଜିକ ଯୋଜନା ମାଧ୍ୟମରେ ତୋଳାଳୀ ଓ କର୍ମଚାରୀଙ୍କୁ ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା।

ଆଜିର ଏହି ଧାରଣା ଓ ଘେରାଉ କାର୍ଯ୍ୟ କ୍ରମରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ଉଦବୋଧନ ଦେଇ ଉପରୋକ୍ତ ବିଷୟରେ ସରକାରଙ୍କର ଅବହେଳାର ତୀବ୍ର ସମାଲୋଚନା କରି ଉପରୋକ୍ତ ଦାବୀ ଗୁଡ଼ିକ ଶୀଘ୍ର ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉପରୋକ୍ତ ଦାବୀ ଗୁଡ଼ିକ ପୂରଣ କରିବା ପାଇଁ ଓ ଡିଭିଜନ ସ୍ତରୀୟ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି କରିଥିଲେ । ଏଥିରେ ଅବହେଳା ହେଲେ ତୋଳାଳୀ ଏବଂ ଶ୍ରମିକ ମାନଙ୍କର ଅସନ୍ତୋଷ ଅଭିବୃଦ୍ଧି ହେବ ବୋଲି ସେ ସତର୍କ କରାଇଥିଲେ ।

ଏଠାରେ ଉଲ୍ଲେଖନୀୟ ବିଷୟ ଯେ, ଆଜିର ଏହି ଧାରଣା କାର୍ଯ୍ୟ କ୍ରମରେ ପୂର୍ବରୁ ନୋଟିସ ଦିଆଯାଇଥିବା ଓ ଡିଭିଜନ ସମ୍ପାଦକ ସାକ୍ଷାତ କରି ଆଜି ଉପସ୍ଥିତ ରହିବାକୁ ଅନୁରୋଧ କରିଥିବା ସତ୍ତ୍ୱେ ସେ ଅନୁପସ୍ଥିତ ଥିଲେ । ଶ୍ରୀ ପ୍ରକାଶ ଦାସ ଡିଏଫଓ ଏପରିକି ଏସିଏଫକୁ ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ ଦାୟିତ୍ୱ ଦେଇ ନ ଥିଲେ। ତେଣୁ ତାଙ୍କର ଏହି ଖାମଖିଆଲି ଅନୁପସ୍ଥିତି ପାଇଁ ଧାରଣା ପରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହାପରେ ଡିଏଫଓଙ୍କ ଅନୁପସ୍ଥିତିରେ ଏସିଏଫଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବି ପତ୍ରର ପ୍ରତିଲିପି ଜଙ୍ଗଲ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପିସିସିଏଫଙ୍କୁ ଦିଆଯାଇଛି । ଏଥିରେ ହଜାର ହଜାର ତୋଳାଳି ଓ ଶ୍ରମିକମାନେ ଦସ୍ତଖସ୍ତ ମଧ୍ୟ କରିଛନ୍ତି। ଶେଷରେ କୁହାଯାଇଛି ଯେ, କନ୍ୟା ବିବାହ ସହାୟତା ଦେବାରେ ଯଦି ଅବହେଳା କରାଯାଏ – ତାହେଲେ ସାରା ରାଜ୍ୟରେ ଡିଏଫଓଙ୍କ କାର୍ଯ୍ୟାଳୟରେ ଘେରାଉ କରାଯିବ ।

ଏସିଏଫଙ୍କ ସହିତ ଆଲୋଚନାରେ ଡି ଏଫ ଓ ଙ୍କ ଅନୁପସ୍ଥିତିରେ ଡିଭିଜନ ସ୍ତରୀୟ ତଥା ରେଞ୍ଜ ସ୍ତରୀୟ ସମସ୍ୟା ସମ୍ପର୍କରେ ସେ କିଛି ମନ୍ତବ୍ୟ ଦେବା ସମ୍ଭବ ପର କରିବାରୁ ତାଙ୍କୁ ତଥା ଡିଏଫଓଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ଏସିଏଫ ନିଜେ ଡିଏଫଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଲେ ନାହିଁ। ତେଣୁ ଏଥିରେ ସମ୍ବଲପୁର ସିସିଏଫ ଶ୍ରୀ ସୁଦର୍ଶନ ବେହେରାଙ୍କ ହସ୍ତକ୍ଷେପ କରିବା ପାଇଁ ପଡ଼ିଥିଲା । ସେ ୭ଦିନ ମଧ୍ୟରେ ସପ୍ତାହକ ମଧ୍ୟରେ ଡିଭିଜନ ସ୍ତରୀୟ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘେରାଉ ଆନ୍ଦୋଳନ ସ୍ଥଗିତ ରଖିଥିଲେ।

ଏହି ଧାରଣା ଓ ଘେରାଉ କାର୍ଯ୍ୟକ୍ରମରେ ସଂଘର ରାଜ୍ୟର ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା, ଡିଭିଜନ ସମ୍ପାଦକ ଭୂପେନ୍ଦ୍ର ପ୍ରସାଦ ନାୟକ, ପୂର୍ବତନ ଡିଭିଜନ ସମ୍ପାଦକ ବିଶନାଥ ସ୍ବାଇଁ , ଜିଲା କୃଷକ ସଂଗଠନର ସଭାପତି ଶ୍ରୀ ପ୍ରମୋଦ କୁମାର ଝାଙ୍କର, ରମେଶ ସାହୁ,ଗୋପାଳ ଗଡ ନାୟକ, କୌସିକ ସାହୁ, ହୃଦାନନ୍ଦ ପ୍ରଧାନ, ଗନ୍ଧର୍ବ ପ୍ରଧାନ,ବିରଞ୍ଚି ଦେବ,ଦୁଃଖବନ୍ଧୁ ବେହେରା ଭଗବାନ ପ୍ରଧାନ, ଅରୁଣ ସାହୁ, ଶ୍ରୀ ଚିତ୍ରସେନ ନାୟକ ଏବଂ ତୋଳାଳି ପ୍ରତିନିଧି ଶ୍ରୀମତୀ ପଞ୍ଚାଳୀ ନାୟକ,ଅନୁପମା ତିଗା, ପବନି ବେହେରା, ସୁଜାତା ମୁଣ୍ଡା, ଜ୍ୟୋସ୍ନା ପାତ୍ର, ଭାରତୀ ବେହେରା ପ୍ରମୁଖ ଧାରଣାରେ ବକ୍ତବ୍ୟ ରଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri