Posted inଖେଳ

ଜୁନିୟର ମହିଳା ହକି ଦଳ ଚିଲି ଗସ୍ତ କରିବ: ଭାରତୀୟ ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ,୯।୧(ପି.ଟି.): ଭାରତୀୟ ଜୁନିୟର ମହିଳା ହକି ଦଳ ଗୋଟିଏ ବର୍ଷ ପରେ ପୁଣି ଥରେ ପେସାଦାର ଖେଳକୁ ଫେରିିବ। କୋଡିଡ୍‌-୧୯ କାରଣରୁ ପାଖାପାଖି ଗୋଟିଏ ବର୍ଷର ବ୍ରେକ୍‌ ପରେ ଭାରତୀୟ ଦଳ ଏବେ ଚିଲି ଗସ୍ତ କରିବ। ଏହି ଗସ୍ତରେ ଭାରତ ୬ଟି ମ୍ୟାଚ୍‌ ଖେଳିବ। ଭାରତୀୟ ଦଳରେ ୩ଜଣ ଓଡ଼ିଆ ଖେଳାଳି ଜୀବନ କିଶୋରୀ ଟପ୍ପୋ, ମାରିଆନା କୁଜୁର ଓ ଅଜମିନା କୁଜୁର ସାମିଲ ହୋଇଛନ୍ତି।
୨୦୧୯ ଡିସେମ୍ବରରେ ଶେଷଥର ପାଇଁ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା। ଭାରତୀୟ ଦଳ ଚିଲିର ଜୁନିୟର ଦଳ ବିପକ୍ଷରେ ଜାନୁୟାରୀ ୧୭ ଓ ୧୮ରେ ମ୍ୟାଚ୍‌ ଖେଳିବ। ଏହା ପରେ ଦଳ ୨୦, ୨୧, ୨୩ ଓ ୨୪ ତାରିଖରେ ଚିଲିର ସିନିୟର ଦଳ ବିପକ୍ଷରେ ମ୍ୟାଚରେ ଅବତୀର୍ଣ୍ଣ ହେବ। ଅକ୍ଟୋବରରେ ଜାତୀୟ କ୍ୟାମ୍ପକୁ ଫେରିବା ପରେ ଜୁନିୟର ଖେଳାଳିମାନେ କଠିନ ପରିଶ୍ରମ କରିଛନ୍ତି ଓ ସେମାନେ ଚିଲିର ଭିନ୍ନ ପରିବେଶରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ଆମେ ଉତ୍ସୁକତାର ସହ ଅପେକ୍ଷା କରିଛୁ ବୋଲି ଭାରତୀୟ ଜୁନିୟର କୋଚ୍‌ ଏରିକ୍‌ ଓନ୍‌- ଇଙ୍କ୍‌ କହିଛନ୍ତି।
ହକି ଇଣ୍ଡିଆ ଶୁକ୍ରବାର ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରିଥିଲା। ଡିଫେଣ୍ଡର ସୁମନ ଦେବୀ ଥୋଉଡାମ ଅଧିନାୟକ ଓ ଇଶିକା ଚକ୍ରବର୍ତ୍ତୀ ଉପ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ। ଚଳିତ ବର୍ଷ ଜୁନିୟର ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଏହି ଗସ୍ତରୁ ଗୁରୁତ୍ୱ ବଢିଯାଇଛି। ପୁଣି ୨୦୨୧ ଏପ୍ରିଲ୍‌ରେ ଜୁନିୟର ଏସିଆକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ଗସ୍ତ ଦଳର ପ୍ରସ୍ତୁତିରେ ବେଶ୍‌ ସହାୟ ହେବ ବୋଲି ଏରିକ କହିଛନ୍ତି। ଏହି ସିରିଜ ଆୟୋଜନ ପାଇଁ ଚିଲି ହକି ଫେଡେରେଶନ ଓ ହକି ଇଣ୍ଡିଆ ଏକ ଜୈବ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ଏକମତ ହୋଇଛନ୍ତି। ଯାତ୍ରା କରିବା ପୂର୍ବରୁ ଭରତୀୟ ଖେଳାଳିଙ୍କ ଦୁଇଥର ପରୀକ୍ଷା ହେବ।
ଭାରତୀୟ ଜୁନିୟର ମହିଳା ଦଳ:
ସୁମନ ଦେବୀ ଥୋଉଡାମ (ଅଧିନାୟିକା), ଖୁସ୍‌ବୁ, ରାସନପ୍ରୀତ କୌର, ମହିମା ଚୌଧୁରୀ, ପ୍ରିୟଙ୍କା, ଗଗନଦୀପ୍‌ କୌର, ଇଶିକା ଚୌଧୁରୀ (ଉପଅଧିନାୟିକା), ସୁଷମା କୁମାରୀ, ଅକ୍ଷତା ଡେକାଲେ, ବଲଜିତ କୌର, ଚେତନା, ମାରିଆନା କୁଜୁର, ଅଜମିନା କୁଜୁର, ରିତ୍‌, ପ୍ରଭଲିନ୍‌ କୌର, ବୌଷ୍ଣବୀ ଫାଲ୍‌କେ, ପ୍ରୀତି, ଜୀବନ କିଶୋରୀ ଟପ୍ପୋ, ମୁମ୍‌ତାଜ ଖାଁ, ଋତୁଜା ପିସାଲ, ସଙ୍ଗୀତା କୁମାରୀ, ବିୟୁଟି ଡଙ୍ଗଡଙ୍ଗ, ଲାଲରିଣ୍ଡିକି ଓ ଦୀପିକା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri