୨ବର୍ଷ ହେଲା କନିଷ୍ଠ ଯନ୍ତ୍ରୀଙ୍କ ଅଫିସ୍‌ ବନ୍ଦ

ବରୀ, ୧୦।୭ (ଡି.ଏନ୍‌.ଏ.): ଯାଜପୁର ଜିଲା ଜାରକା ଡିଭିଜନ ବରୀ ଉପଖଣ୍ଡ ଜଳସମ୍ପଦ ବିଭାଗ ଅଧୀନରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୂତକୋଠି ପାଲଟିଛି। ୨ବର୍ଷ ହେଲା ସେହି କାର୍ଯ୍ୟାଳୟକୁ ଯନ୍ତ୍ରୀ ଆସୁ ନ ଥିବାରୁ ଘରର ଚତୁଃପାର୍ଶ୍ୱରେ ଗଛଲତା ମାଡ଼ି ଯାଇଛି। ୧୪ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁ ଏହା କାର୍ଯ୍ୟରେ ଲାଗି ପାରୁନି। ଅନ୍ୟପଟେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଜଗୁଆଳି ଜଣକ ୨୦୧୭ରୁ ଅବସର ନେଇ ସାରିଥିଲେ ବି ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। କାର୍ଯ୍ୟାଳୟ ଗେଟ୍‌ ସବୁବେଳେ ଖୋଲା ରହୁଥିବାରୁ ସନ୍ଧ୍ୟାରେ କାର୍ଯ୍ୟାଳୟ ହତା ଭିତରେ ଅସାମାଜିକଙ୍କ ଆଡ୍ଡା ଜମୁଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ରାହ୍ମଣୀ ଓ ବିରୂପା ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାର ତଦାରଖ କରିବା ପାଇଁ ୨୦୧୧-୧୨ ଆର୍ଥିକ ବର୍ଷରେ ରତ୍ନଗିରିଠାରେ ଉକ୍ତ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା। କିଛି ବର୍ଷ ଏଠାରେ ବିଭାଗୀୟ କାର୍ଯ୍ୟ ଚାଲୁଥିବା ବେଳେ ଗତ ୨ବର୍ଷ ହେଲା ଏହା ଅଧିକାଂଶ ସମୟ ବନ୍ଦ ହୋଇରହୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବରୀ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଶିବାନନ୍ଦ ପାଣିଗ୍ରାହୀଙ୍କୁ ପଚାରିବାରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ସେଠାରେ କାମ କରି ହେଉନି। ସେଠାରେ ଅଫିସ୍‌ ଉପକରଣ ଯୋଗାଇ ଦେବା ସକାଶେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଲିଖିତ ଭାବେ କୁହାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟଜନ୍ତୁ ଜନବସତିମୁହାଁ

ବାରିପଦା ଅଫିସ,୧୦ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏବେ ବି ନିଅଁା ହୁତୁ ହୁତୁ ହୋଇ ଜଳୁଛି। ଅଗ୍ନି ନିର୍ବାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ...

ମୋ’ବେଳାଭୂମିରେ ଆବର୍ଜନା ମୁକ୍ତ ଅଭିଯାନ

କୃଷ୍ଣପ୍ରସାଦ,୧୦ା୭(ଡି.ଏନ୍‌.ଏ.)-ପୁରୀ ଜିଲାପାଳଙ୍କ ସ୍ବଚ୍ଛ ପରିବେଶ କାର୍ଯ୍ୟକ୍ରମ ଅବସରରେ ମୋ’ ବେଳାଭୂମି ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ଉପକୂଳସ୍ଥିତ ପର୍ଯ୍ୟଟନ ସ୍ଥଳଗୁଡ଼ିକରୁ ଆବର୍ଜନା ମୁକ୍ତ ପାଇଁ...

ଓଏସ୍‌ଏପି ବାଟାଲିୟନ ଅଫିସ ଏବେ ଭୂତକୋଠି

କେନ୍ଦୁଝର, ୧୮।୪ (ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହରରେ ଥିବା ପୋଲିସ ବିଭାଗର ଓଏସ୍‌ଏପି ୨ୟ ବାଟାଲିୟନ ଅଫିସ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଜିଲାର ସୁରକ୍ଷା...

ଓପିଜିସି ପ୍ରକଳ୍ପ ଫାଟକ ସମ୍ମୁଖରେ ବିକ୍ଷୋଭ

ଲଖନପୁର,୧୬।୨୦(ଡି.ଏନ୍‌.ଏ): ୧୧ଦଫା ଦାବି ନେଇ ଓପିଜିସିର ଅଧିକାରୀ ଓ କର୍ମଚାରୀମାନେ ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଓ ବନହରପାଲିସ୍ଥିତ ଇବ ଥର୍ମାଲ ପ୍ରକଳ୍ପ ଫାଟକ ସମ୍ମୁଖରେ ସୋମବାର...

ଉଦ୍‌ଘାଟିତ ହେଲା ସର୍ବବୃହତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ

କଟକ ଅଫିସ,୧୦।୧୧: ବାରଙ୍ଗ ବ୍ଲକ ଅରିଲୋ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବବୃହତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ ବୁଧବାର ଉଦ୍‌ଘାଟନ କରିଛନ୍ତି। ୩୦୦ କୋଟି ଟଙ୍କା...

କଲେଜ ପଡ଼ିଆ ପାଲଟିଛି ଷ୍ଟକ୍‌ୟାର୍ଡ

କେନ୍ଦୁଝର,୧୬।୭(ସ୍ବ.ପ୍ର.) କେନ୍ଦୁଝରସ୍ଥିତ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପାଣି ପାଇପ୍‌ ଜମା କରାଯାଇଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି। ପାଇପ୍‌ଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ ଗଛିତ...

ଖାଦ୍ୟ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ, ୯ା୧୧: ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ଘାଟଠାରେ ମଙ୍ଗଳବାର ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ଏନେଇ ସେଠାରେ ଗୁପଚୁପ ସାଙ୍ଗକୁ ଉଠା...

ଚୋର, ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ରାୟଗଡ଼ା ଜିଲା

ରାୟଗଡ଼ା ଅଫିସ,୧୩।୬: ଶାନ୍ତ, ସରଳ ଲୋକଙ୍କ ଜିଲା ରୂପେ ପରିଚିତ ରାୟଗଡ଼ାରେ ଏବେ ଅପରାଧ ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ବିଶେଷକରି ବନ୍ଦ ଘର,...

Advertisement
Archives

Model This Week