ଆଇଟିଆର୍‌ ଫାଇଲିଂ ଅବଧି ବଢ଼ିଲା

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ଆସେସ୍‌ମେଣ୍ଟ ବର୍ଷ ୨୦୧୯-୨୦ (ଆର୍ଥତ୍କ ବର୍ଷ ୨୦୧୮-୧୯) ଲାଗି ଆୟକର ରିଟର୍ନ (ଆଇଟିଆର୍‌) ଫାଇଲିଂ କରିବାର ସୀମାକୁ ବୁଧବାର ବୃଦ୍ଧି କରାଯାଇଛି। ଏଥିଲାଗି ଅବଧି ସେପ୍ଟେମ୍ବର ୩୦ ଯାଏ ରହିଥିବା ବେଳେ ଏହାକୁ ନଭେମ୍ବର ୩୦ ଯାଏ ବଢ଼ାଯାଇଛି। କୋଭିଡ୍‌-୧୯ ଯୋଗୁ ଲୋକମାନେ ବର୍ତ୍ତମାନ ସମସ୍ୟାରେ ରହିଥିବାରୁ ବିଭାଗ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି। ଆୟକର ବିଭାଗ ଟୁଇଟ ଯୋଗେ କହିଛି ଯେ, କୋଭିଡ୍‌ ଯୋଗୁ ଲୋକମାନେ ସମସ୍ୟାରେ ରହିଛନ୍ତି। ଏଭଳି ବିଭିନ୍ନ ଦିଗକୁ ବିଚାରକରି ଟିକସଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ଆୟକର ବିଭାଗର ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଥିବା କୁହାଯାଇଛି। ସୂଚନା ଯୋଗ୍ୟ, ୨୦୧୮-୧୯ ଆଇଟିଆର୍‌ ଫାଇଲିଂ କରିବାର ଅବଧିକୁ ସରକାର ବର୍ତ୍ତମାନ ସୁଦ୍ଧା ୪ଥର ବୃଦ୍ଧି କରିଛନ୍ତି। ଆଇଟିଆର୍‌ ପଇଠ କରିବା ଲାଗି ଟିକସଦାତାଙ୍କ ପାଖକୁ ଏସ୍‌ଏମ୍‌ଏସ୍‌ ଏବଂ ଇ-ମେଲ୍‌ ପଠାଯାଉଛି। ଅନ୍ୟ ଏକ ବିଜ୍ଞପ୍ତିରେ ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ସେପ୍ଟେମ୍ବର ୨୯ ସୁଦ୍ଧା ୩୩ ଲକ୍ଷ ଟିକସଦାତାଙ୍କୁ ୧.୧୮ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରାଯାଇଛି। ଏହା ମଧ୍ୟରେ ୩୨, ୨୩୦ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର ରିଫଣ୍ଡ ରହିଥିବା ବେଳେ ୮୬,୦୯୪ କୋଟି ଟଙ୍କାର କର୍ପୋରେଟ ଟିକସ ରିଫଣ୍ଡ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଖା ମେନନ ପ୍ରଥମ ମହିଳା ନାସ୍‌କମ୍‌ ମୁଖ୍ୟ

ବେଙ୍ଗାଲୁରୁ,୨୫।୪:ଆସେନଞ୍ଚର ଇଣ୍ଡିଆର ଚେୟାରପର୍ସନ ରେଖା ମେନନ ଆଇଟି ଶିଳ୍ପ ସଂଘ ନାସ୍‌କମ୍‌ର ପ୍ରଥମ ମହିଳା ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ପଦବୀରେ...

ଏକତା ଦ୍ୱାରା ସଫଳତା ମିଳିଥାଏ

କଟକ,୨୪।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅଫିସର୍ସ ବହୁମୁଖୀ ସମବାୟ ସମିତିର ୩୯ତମ ବାର୍ଷିକ ସାଧାରଣ ସଭା ରବିବାର ସ୍ଥାନୀୟ ଶହୀଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି...

୬୫ ହଜାର କୋଟି ନିବେଶ କରିବେ ଆଦାନୀ

ନୂଆଦିଲ୍ଲୀ,୮।୧୦: ଏସିଆର ଏକ ନମ୍ବର ଧନୀ ଗୌତମ ଆଦାନୀ ରାଜସ୍ଥାନରେ ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ୬୫,୦୦୦ କୋଟି ଟଙ୍କା ନିବେଶ କରିବେ ବୋଲି...

ଆଇଓବି ସ୍ଥାନାନ୍ତରିତ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୯।୧୧:ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି) ର ସ୍ଥାନାନ୍ତରିତ ଶାଖା ନିକଟରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ...

ଅଭିବୃଦ୍ଧି ଅନୁମାନ କମାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୧-୧୦: ଚଳିତ ଆର୍ଥତ୍କ ବର୍ଷ ଲାଗି ଦେଶର ଅଭିବୃଦ୍ଧି ଆକଳନକୁ ମୁଡିସ ଇନଭେଷ୍ଟର୍ସ ସର୍ଭିସ ୬.୨%ରୁ ୫.୮%କୁ ହ୍ରାସ କରିଛି। ଅଭିବୃଦ୍ଧି ପୂର୍ବାନୁମାନରେ ହ୍ରାସ ବିତ୍ତିୟ...

ରାଜ୍ୟଗୁଡ଼ିକ ଲାଗି ଋଣ ସୀମା ୫%କୁ ବଢ଼ିଲା

ନୂଆଦିଲ୍ଲୀ,୧୮।୫: କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଲାଗି ଋଣ ସୀମାକୁ ରବିବାର ୩%ରୁ ୫% ବଢ଼ାଇଛନ୍ତି। ଏହାଦ୍ୱାରା ରାଜ୍ୟଗୁଡିକ ୨୦୨୦-୨୧ରେ ସେମାନଙ୍କ ମୋଟ ରାଜ୍ୟ ଜିଡିପିର ୫%...

ସ୍ଥାନୀୟ ସାମଗ୍ରୀକୁ ମିଳିବ ଅଗ୍ରାଧିକାର

ନୂଆଦିଲ୍ଲୀ,୧।୬: କେନ୍ଦ୍ର ସରକାର ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଉପରେ ଗୁରୁତ୍ୱ ଦେଇଛନ୍ତି। ଚଳିତ ଦଶନ୍ଧିରେ ଦେଶକୁ ଏକ ନୂଆ ଉପଲବ୍ଧି ପ୍ରଦାନ କରିବା ସହ...

କ୍ରେଡିଟ୍‌ ରେଟିଂ ନକରାତ୍ମକ ଦର୍ଶାଇଲା ମୁଡିସ୍‌

ନୂଆଦିଲ୍ଲୀ,୯-୧୧: ଭାରତ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଭଳି...

Advertisement
Archives

Model This Week