ବଢ଼ିବନି ଆଇଟି ରିଟର୍ନ ଅବଧି

ନୂଆଦିଲ୍ଲୀ: ଫେବୃୟାରୀ ୧୫ର ଆୟକର ରଟର୍ନ ଅବଧିକୁ ସରକାର ଆଉ ବଢ଼ାଇବେ ନାହିଁ। ଏହି ରିଟର୍ନ ଫାଇଲିଂ ତାରିଖକୁ ବଢାଇବା ଲାଗି କେତେକ ମହଲରୁ ଦାବି ହୋଇ ଆସୁଥିଲା। ମାତ୍ର ଏହି ଦାବିକୁ ଅର୍ଥ ମନ୍ତ୍ରଣାଳୟ ମଙ୍ଗଳବାର ଅଗ୍ରାହ୍ୟ କରି ଦେଇଥିବା ଜଣାପଡିଛି। ଗତ ମାସରେ ସରକାର ବ୍ୟକ୍ତିବିଶେଷଙ୍କ ଲାଗି ଆଇଟି ରିଟର୍ନ କରିବା ଅବଧିକୁ ଜାନୁୟାରୀ ୧୦ ଯାଏ ବଢାଇଥିଲେ। ଏହା କମ୍ପାନୀଗୁଡିକ ଲାଗି ଫେବୃୟାରୀ ୧୫ ରହିଥିଲା। ପୂର୍ବରୁ ବ୍ୟକ୍ତିବିଶେଷଙ୍କ ଲାଗି ରିଟର୍ନ ଫାଇଲ କରିବା ସୀମା ୨୦୨୦ ଡିସେମ୍ବର ରହିଥିଲା। ଏହାକୁ ଆୟକର ବିଭାଗ ୨୦୨୧ ଜାନୁୟାରୀ ୧୦ ଯାଏ ବଢାଇଛନ୍ତି। ସେହିଭଳି ଟାକ୍ସ ଅଡିଟ ମାମଲାଗୁଡିକର ରିଟର୍ନ ଦାଖଲ କରିବାର ସୀମା ଫେବୃୟାରୀ ୧୫ ଯାଏ ବଢାଯାଇଛି। ଏହା ପୂର୍ବରୁ ଜାନୁୟାରୀ ୩୧ ରହିଥିଲା। ତୃତୀୟ ଥର ଲାଗି ଆୟକର ବିଭାଗ ରିଟର୍ନ ଦାଖଲ କରିବା ସମୟକୁ ବଢାଇଛି। ସୂଚନାଯୋଗ୍ୟ, ୨୦୧୯-୨୦ରେ ଆଇଟି ରିଟର୍ନ ୬% ବୃଦ୍ଧି ହୋଇ ୫.୯ କୋଟି ରହିଥିବା ବିଭାଗ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦନରେ ଜେଏସ୍‌ପିଏଲ୍‌ର ରେକର୍ଡ

ଭୁବନେଶ୍ୱର,୬।୫: ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌(ଜେଏସ୍‌ପିଏଲ୍‌) ରେକର୍ଡ ହାସଲ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ...

ଥାଳି ବାଡ଼େଇ ପ୍ରତିବାଦ କରିବେ ଖୁଚୁରା ବ୍ୟବସାୟୀ

ନୂଆଦିଲ୍ଲୀ,୧୯।୪: ଲକ୍‌ଡାଉନ ସମୟରେ ଇ-କସର୍ମ ସାଇଟରେ ଜରୁରୀ ବିକ୍ରି ନେଇ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହାକୁ ଦେଶର ଖୁଚୁରା ବ୍ୟବସାୟୀମାନେ ବିରୋଧ କରିଥିବା ଦେଖାଯାଇଛି।...

ଭାରତ-ଚାଇନା ଡିଜିଟାଲ ଯୁଦ୍ଧ ଆରମ୍ଭ

ନୂଆଦିଲ୍ଲୀ/ବେଜିଂ, ୩୦।୬: ଗଲଓ୍ବାନ ଘାଟିରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହେବାପରେ ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଏହାର ଫଳ ସ୍ବରୂପ...

ବ୍ୟାଙ୍କ ଠକେଇ ନେଇ ଇଡିର ଦାବି: ନୀରବ,ଚୋକ୍‌ସିଙ୍କଠୁ ଆଗରେ ସନ୍ଦେସରା ଭ୍ରାତା

ନୂଆଦିଲ୍ଲୀ,୩୦-୬: ଜାଲ୍‌ କମ୍ପାନୀ ପ୍ରତିଷ୍ଠା କରି ବ୍ୟାଙ୍କଗୁଡ଼ିକରୁ ବହୁ ହଜାର କୋଟି ଟଙ୍କା ଠକି ନେବାରେ ଷ୍ଟର୍ଲିଂ ବାୟୋଟେକ କମ୍ପାନୀ ମାଲିକ ସନ୍ଦେସରା ଭ୍ରାତାଙ୍କୁ ନେଇ...

ମ୍ୟୁଚୁଆଲ ଫଣ୍ଡ୍‌ରେ ସୁଧାର ଉଦ୍ୟମ: ଆର୍‌ବିଆଇ ପକ୍ଷରୁ ୫୦ ହଜାର କୋଟିର ସ୍ବତନ୍ତ୍ର ନଗଦ ଘୋଷଣା

ନୂଆଦିଲ୍ଲୀ,୨୭।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ୫୦...

ଭୋଡା-ଆଇଡିଆକୁ ମିଳିପାରେ ଲାଇଫ୍‌ଲାଇନ

ନୂଆଦିଲ୍ଲୀ,୪।୯: ଋଣ ଚାପରେ ଫସି ରହିଥିବା ଟେଲିକମ୍‌ କମ୍ପାନୀ ଭୋଡାଫୋନ-ଆଇଡିଆକୁ ନୂଆ ଲାଇଫ୍‌ଲାଇନ ମିଳିପାରେ। ଏହି କମ୍ପାନୀରେ ପ୍ରାୟ ୨୯ ହଜାର କୋଟି ଟଙ୍କାର ପୁଞ୍ଜି...

୩୪.୫୭% ଖସିଲା ରପ୍ତାନି

ନୂଆଦିଲ୍ଲୀ,୧୬ା୪:ଚଳିତ ବର୍ଷ ମାର୍ଚ୍ଚରେ ଭାରତର ରପ୍ତାନି ୩୪.୫୭%ହ୍ରାସ ଘଟି ୨୧.୪୧ ବିଲିୟନ ଡଲାରକୁ ଖସି ଆସିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ କଥା ବିଚାର କରିଲେ ଏହା...

ଛୋଟ ସହରରେ ସ୍ମାର୍ଟ ସ୍ପିକର ଚାହିଦା ବଢୁଛି

ଭୁବନେଶ୍ୱର: ଦେଶର ଅଣମେଟ୍ରୋ ଏବଂ ଛୋଟ ସହରଗୁଡ଼ିକରେ ସ୍ମାର୍ଟ ସ୍ପିକର ଚାହିଦା ଏବେ ଦ୍ରୁତ ହାରରେ ବଢୁଛି। ଏହି ସ୍ଥାନଗୁଡିକରେ ଲୋକମାନେ ସ୍ମାର୍ଟ ହୋମ୍‌, ସ୍ମାର୍ଟ...

Play 250+ Trending Games
Archives

Model This Week

Why Dharitri