ଲୋକ ସଭାରେ ଉଠିଲା ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ

ସୋନପୁର,୨।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଲୋକ ସଭାରେ ପ୍ରଶ୍ନ ଉଠାଇଛନ୍ତି ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓ। ଜିଲାରେ ମହାନଦୀ, ତେଲନଦୀ, ଅଙ୍ଗନଦୀ ଏବଂ ସୁକତେଲ ନଦୀର ବିସ୍ତୀର୍ଣ୍ଣ ଜଳରାଶି ସହ ଏକାଧିକ ଛୋଟ ବଡ ନାଳ, ହରିହରଯୋର ଡ୍ୟାମ୍‌, ଶତାଧିକ ବନ୍ଧ ଓ ପଞ୍ଚାୟତ ପୋଖରୀ ରହିଛି। ଏଠାରେ ବିଭିନ୍ନ ପ୍ରଜାତିର ମଧୁର ଜଳ ମାଛ ଓ ଚିଙ୍ଗୁଡି ମିଳିଥାଏ। ମତ୍ସ୍ୟ ଉତ୍ପାଦନ ସହ ଗବେଷଣା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ବିନିକାର ରହିଲାରେ ୫୫ ଏକର ପରିମିତ ଅଞ୍ଚଳରେ ଓଡିଶା ମତ୍ସ୍ୟ ଉନ୍ନୟନ ନିଗମର ଫାର୍ମ ରହିଛି। ସୁବର୍ଣ୍ଣପୁର ସହରରେ ୭୫ ଏକର ପରିମିତ ଅଞ୍ଚଳରେ ମତ୍ସ୍ୟ ବିଭାଗର ସରକାରୀ ଫାର୍ମ ଅଛି। ଜିଲାରେ ହଜାର ହଜାର ମତ୍ସ୍ୟଜୀବୀ ପରିବାର ଅଛନ୍ତି। ସେମାନେ ପାରମ୍ପରିକ ପଦ୍ଧତିରେ ମାଛ ମାରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ତେଣୁ ଜିଲାରେ ଏକ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏମ୍‌ପି ମଙ୍ଗଳବାର ଲୋକ ସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୁବର୍ଣ୍ଣପୁର ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ବଡ ପ୍ରତିଷ୍ଠାନ ନ ଥିବାରୁ ଏକ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗତ ବର୍ଷ ଉଦ୍ୟମ ହୋଇଥିଲା। ଜୁନ୍‌ ମାସରେ ଅନୁଷ୍ଠିତ ଜିଲା ପରିଷଦ ବୈଠକରେ ଏ ନେଇ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଏକ ଡିପିଆର(ଡିଟେଲ୍ସ ପ୍ରଜେକ୍ଟ ରିପୋର୍ଟ) ପ୍ରସ୍ତୁତ ହୋଇଥିଲା। ଜୁଲାଇ ମାସରେ ଜିଲା ଗସ୍ତରେ ଆସିଥିବା ତତ୍କାଳୀନ ୫-ଟି ସଚିବଙ୍କୁ ଜିଲାବାସୀ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ଲିଖିତଭାବେ ଅନୁରୋଧ କରିଥିଲେ। ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖାନ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲାପାଳଙ୍କ ଜରିଆରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କିତ ଅନୁରୋଧ ପତ୍ର ଜୁଲାଇ ୨୧ରେ ମତ୍ସ୍ୟ ଓ ପ୍ରାଣୀପାଳନ ବିକାଶ ବିଭାଗର ପ୍ରମୁଖ ସଚିବଙ୍କୁ ଲେଖା ଯାଇଥିଲା। ମତ୍ସ୍ୟ ଓ ପ୍ରାଣୀପାଳନ ବିକାଶ ବିଭାଗର ପ୍ରମୁଖ ସଚିବ ଭିତ୍ତିଭୂମି ସମୀକ୍ଷା ସହିତ ଆନୁସଙ୍ଗିକ ଖର୍ଚ୍ଚ, ଜମି ଆଦିର ରିପୋର୍ଟ ମାଗିବା ସହ ଏକ କମିଟି ଗଠନ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରରେ ଏକ କମିଟି ଗଠନ ହୋଇଥିଲା। ପରେ ଜିଲାପାଳ ଏଥିପାଇଁ ଏକ ସବ୍‌ କମିଟି ମଧ୍ୟ ଗଠନ କରିଥିଲେ। ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧିନରେ ଥିବା ସମ୍ବଲପୁର ଜିଲା ଚିପିଲିମା ସ୍ଥିତ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ମତ୍ସ୍ୟ ମହାବିଦ୍ୟାଳୟ ସକାଶେ ଡିପିଆର ପ୍ରସ୍ତୁତ କରିଥିଲେ। ଭୁବନେଶ୍ୱରରୁ ଏକ ଟିମ୍‌ ପଠାଇ ସ୍ଥାନ ନିରୂପଣ କରି ନିଷ୍ପତ୍ତି ନେବା ପାଇଁ ଜିଲା ପ୍ରଶାସନ ଚିଠି ଲେଖିଥିଲା। ମତ୍ସ୍ୟ ମହାବିଦ୍ୟାଳୟ ପାଇଁ ୫୦ ରୁ ୬୦ ଏକ ଜମି ଆବଶ୍ୟକ। ଏହି କ୍ୟାମ୍ପସ୍‌ରେ ଛୋଟରୁ ବଡ ପୋଖରୀ, ଖେଳ ପଡିଆ, ଆଡମିନିଷ୍ଟ୍ରେଟିଭ୍‌ ବ୍ଲକ, ହଷ୍ଟେଲ ଆଦି ନିର୍ମାଣ କରାଯିବାର ପ୍ରସ୍ତାବ ଥିଲା। ତେବେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ବେସରକାରୀ ସ୍ତରରେ ମତ୍ସ୍ୟ ମହାବିଦ୍ୟାଳୟ ଖୋଲିବା ଉପେର ଗୁରୁତ୍ୱ ଦେଇଥିଲେ। ତେଣୁ ଏହା ଆଉ ଆଗକୁ ବଢି ପାରିନଥିଲା। ନୂଆ ସରକାର ଆସିବା ପରେ ଏଥିନେଇ ଉଦ୍ୟମ ଆରମ୍ଭ ହୋଇଛି। ଏମ୍‌ପି ସିଂହଦେଓଙ୍କ ପରାମର୍ଶ କ୍ରମେ ଜିଲାରେ ସରକାରୀ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ଗତ ସପ୍ତାହରେ ରାଜ୍ୟ ସରକାରଙ୍କୁ ପୁଣି ଅନୁରୋଧ କରାଯାଇଛି। ଏମ୍‌ପି ମଧ୍ୟ ଏହି ଦାବିକୁ ତଥ୍ୟ ସହ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ତେଣୁ ଡବଲ ଇଞ୍ଜିନ୍‌ ସରକାରରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୁଣି ଆଶା ସଞ୍ଚାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri