ସାମୁଦ୍ରିକ ପ୍ରାଣୀଙ୍କ ଅମରାବତୀ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୯ା୧: ପ୍ରକୃତିପ୍ରେମୀଙ୍କ ପାଇଁ ଜାତୀୟ ଉଦ୍ୟାନ ଭିତରକନିକା ଖୁସି ଖବର ଦେଇଛି। ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ଅଞ୍ଚଳ ସାମୁଦ୍ରିକ ଜୀବଙ୍କ ପାଇଁ ଅମରାବତୀ ପାଲଟିଛି। ଓଡ଼ିଶାର ସାତପଡ଼ା, ଚିଲିକାକୁ ପଛରେ ପକାଇ ସର୍ବାଧିକ ଡଲ୍‌ଫିନ ଏହି ସାମୁଦ୍ରିକ ଅଞ୍ଚଳରେ ଦେଖାଦେଇଛନ୍ତି। ସେହିପରି ଲୁଣା କୁମ୍ଭୀର ବଂଶ ବିସ୍ତାର ଆଶାନୁରୂପକ ହୋଇଛି। ଗତବର୍ଷ ଭିତରକନିକା ଅଞ୍ଚଳରେ ୧୬ ଧଳା କୁମ୍ଭୀର ଥିବା ବେଳେ ଚଳିତ ଗଣନା ସମୟରେ ଅଧିକ ୪ଟି ଅର୍ଥାତ୍‌ ୨୦ ସଂଖ୍ୟାରେ ପହଞ୍ଚତ୍ଥିବା ବନ ବିଭାଗ ସୂଚନା ଦେଇଛି। ଅପରପକ୍ଷରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ତଟାଞ୍ଚଳରେ ବିରଳ ପ୍ରଜାତିର ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଭିଡ଼ ଲାଗିଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ୫ ଲକ୍ଷରୁ ଅଧିକ କଇଁଛ ଅଣ୍ଡାଦାନ କରିବେ ବୋଲି ଆଶା ରହିଛି। ତେବେ ତଟକ୍ଷୟ କଇଁଛ ପ୍ରଜନନ ସ୍ଥଳକୁ ନଷ୍ଟ କରି ଚାଲିଛି।

୨୦୨୨ ଡିସେମ୍ବର ୨୧ରୁ ଭିତରକନିକାର ନଦୀ ଓ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଡଲ୍‌ଫିନ ଗଣନା ବନ ବିଭାଗ ପକ୍ଷରୁ ହୋଇଥିଲା। ଏହି ରିପୋର୍ଟ ଗତ ୫ ତାରିଖରେ ପ୍ରକାଶ ପାଇଛି। ସାରା ରାଜ୍ୟରେ ମୋଟ ୭୩୩ଟି ଡଲ୍‌ଫିନ ଥିବା ଗଣନା ସମୟରେ ଜଣାପଡ଼ିଥିବା ବେଳେ ସେଥି ମଧ୍ୟରୁ ଗହୀରମଥା ଓ ଭିତରକନିକାରେ ଏହି ସାମୁଦ୍ରିକ ଜୀବର ବଂଶ ଦ୍ରୁତଗତିରେ ବୃଦ୍ଧି ପାଇଥିବା ରିପୋର୍ଟ ହୋଇଛି। ଏଠାରେ ମୋଟ ୫୫୦ ଛୋଟବଡ଼ ଡଲ୍‌ଫିନ ଅଛନ୍ତି। ଗହୀରମଥାରେ ହମ୍ପବ୍ୟାକର ସଉସା ପ୍ଲମ୍ବିଆ ପ୍ରଜାତିର ୨୦୮, ହମ୍ପବ୍ୟାକର ସଉସା ଚାଇନିଜ ପ୍ରଜାତିର ୨୮୧, ବଟଲନୋଜ୍‌ ପ୍ରଜାତିର ୫୨, ସ୍ପିନର ପ୍ରଜାତିର ୩ ଡଲ୍‌ଫିନ ଗଣନା ସମୟରେ ଦେଖିବାକୁ ମିଳିଛି। ଏଥିସହ କନିକା ରେଞ୍ଜର ଖୋଳାରୁ କଣ୍ଟିଆଖାଇ ମଧ୍ୟରେ ୪ ଇରାୱାଡି ପ୍ରଜାତିର ଡଲ୍‌ଫିନ ଦେଖିବାକୁ ମିଳିଥିବା ବେଳେ ରାଜନଗର ରେଞ୍ଜରେ ୨ ଡଲ୍‌ଫିନ ଅଛନ୍ତି। ଗତବର୍ଷଠାରୁ ଏଠାରେ ଅଧିକ ୧୦ ଡଲ୍‌ଫିନ ଦେଖାଦେଇଛନ୍ତି। ଅପରପକ୍ଷରେ ଚିଲିକା, ସାତପଡ଼ା ଆଦି ଅଞ୍ଚଳରେ ଡଲ୍‌ଫିନଙ୍କ ସଂଖ୍ୟା କମିଛି। ଭିତରକନିକା ବଉଳା କୁମ୍ଭୀର ପାଇଁ ବିଶ୍ୱ ବିଖ୍ୟାତ। ଚଳିତ ବର୍ଷ ଗଣନା ସମୟରେ ୧୭୯୩ଟି କୁମ୍ଭୀର ଏଠାରେ ଥିବା ରିପୋର୍ଟ ମିଳିଛି। ତେବେ ଖୁସିର ବିଷୟ ଯେ, ଧଳା କୁମ୍ଭୀର ସଂଖ୍ୟା ଚଳିତ ବର୍ଷ ୪ଟି ଅଧିକ ରହି ୨୦ରେ ପହଞ୍ଚତ୍ଛି।
୧୯୭୫ ମସିହାରେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ସଂରକ୍ଷଣ ଯୋଜନା ଆରମ୍ଭ ହୋଇଥିଲା। ଏହା ପରଠାରୁ ଲୁଣା କୁମ୍ଭୀରଙ୍କ ସଂଖ୍ୟା ବଢ଼ିଚାଲିଛି। ୪୮ ବର୍ଷୀୟ ଧଳା କୁମ୍ଭୀର ଗୋରୀ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି। ଏହା ବ୍ୟତୀତ ଶ୍ୱେତା, ମଲ୍ଲି ମଧ୍ୟ ଆବଦ୍ଧ ପୋଖରୀରେ ରହି ମନୋରଞ୍ଜନର ଖୋରାକ ଯୋଗାଉଛନ୍ତି। ସେହିପରି ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବିରଳ ପ୍ରଜାତିର ଅଲିଭ୍‌ ରିଡ୍‌ଲେଙ୍କ ସମାଗମ ହୋଇଛି। ଗଭୀର ସମୁଦ୍ରରେ ଏବେ ଥିବା ବେଳେ ଗତ ୨ଦିନ ପୂର୍ବେ ୨୦ଟି କଇଁଛ ଅଣ୍ଡାଦାନ କରିଛନ୍ତି। ଆସନ୍ତା ୨୫ରୁ ମାର୍ଚ୍ଚ ମଧ୍ୟରେ ସାମୂହିକ ଅଣ୍ଡାଦାନ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। କଇଁଛଙ୍କ ପ୍ରଜନନ ପାଇଁ ୨୦୨୨ ନଭେମ୍ବରରୁ ୨୦୨୩ ମେ ପର୍ଯ୍ୟନ୍ତ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ପାଇଁ ସାମୁଦ୍ରିକ ଅଞ୍ଚଳକୁ କଟକଣା ରଖାଯାଇଛି। ତେବେ ତଟକ୍ଷୟ ପାଇଁ ପ୍ରଜନନ ସ୍ଥଳ ପ୍ରତିବର୍ଷ କମୁଥିବାରୁ ପରିବେଶବିତ ହେମନ୍ତ କୁମାର ରାଉତ, ବିରଜା ପ୍ରସାଦ ପତି, ରାଜେଶ କୁମାର ବେହେରା ପ୍ରମୁଖ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମାଦଳି, ନାସୀ, ସାତଭାୟା, ହାବେଳିଖଟି, ବାବୁବାଲି ଆଦି ସ୍ଥାନଗୁଡିକ ତଟକ୍ଷୟର ସମ୍ମୁଖୀନ ହୋଇଛି। ସେହିପରି ଅଗରନାସୀ ଦ୍ୱୀପ ଇତିମଧ୍ୟରେ ସମୁଦ୍ର ଗର୍ଭରେ ଲୀନ ହୋଇଛି। କଟକଣା ସତ୍ତ୍ୱେ ଚିଙ୍ଗୁଡ଼ି ଘେରିର ବୃଦ୍ଧି ଓ ବୋଟ୍‌, ଟ୍ରଲର ଚଳାଚଳ ଆଦି ବିପଦ ରହିଛି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଫିସର ମାନସ କୁମାର ଦାସଙ୍କୁ ପଚାରିବାରେ ସାମୁଦ୍ରିକ ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧିର କାରଣ ଏଠାରେ ଉପଯୁକ୍ତ ମାତ୍ରାରେ ଖାଦ୍ୟ ଅଛି। କଇଁଛ ସୁରକ୍ଷା ପାଇଁ ବନ ବିଭାଗ ସଜାଗ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri