ଭୁବନେଶ୍ୱର,୩।୨: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ପକ୍ଷରୁ ୨୦୨୪-୨୦୨୫ ଆର୍ଥିକ ବର୍ଷ ଅନ୍ତରୀଣ ବଜେଟକୁ ଅଭିବୃଦ୍ଧିଭିତ୍ତିକ ବଜେଟ ଭାବେ ସ୍ବାଗତ କରାଯାଇଛି। ବିଶେଷକରି ଉକ୍ତ ବଜେଟରେ ପୁଞ୍ଜି ବିନିଯୋଗ, ଭିତ୍ତିଭୂମି ବିକାଶ, ରେଳ, ପ୍ରତିରକ୍ଷା ଏବଂ ବିମାନ ଚଳାଚଳ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏ ନେଇ ଜିନ୍ଦଲ ଷ୍ଟେନ୍ଲେସ୍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ମଧ୍ୟବର୍ତ୍ତୀ ବଜେଟର ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ହେଉଛି, ପୁଞ୍ଜି ଖର୍ଚ୍ଚରେ ୧୧.୧% ବୃଦ୍ଧି, ଯାହା ୧୧.୧୧ଲକ୍ଷ କୋଟି ଭାରତୀୟ ମୁଦ୍ରାର ଖର୍ଚ୍ଚ ବୃଦ୍ଧି ଏବଂ ଜିଡିପିର ୩.୪% ବୋଲି ଆକଳନ କରାଯାଇଥାଏ। ଏପରିକି ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ର ସରକାରଙ୍କର ଏହି ଅଦମ୍ୟ ଗୁରୁତ୍ୱ ଏକ ବିକଶିତ ଓ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସହ ସମାନ୍ତରାଳ ଭାବେ ଉତ୍ପାଦନ କ୍ଷେତ୍ରକୁ ଆଗକୁ ବଢାଇବ ବୋଲି ଆଶା କରାଯାଉଛି। ସେହିଭଳି ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅନ୍ତର୍ଗତ ରେଳ କରିଡର କାର୍ଯ୍ୟକ୍ରମ ଏବଂ ରେଳ ବଗିଗୁଡ଼ିକୁ ବନ୍ଦେ ଭାରତ କୋଚରେ ପରିଣତ କରିବା ଭଳି ପ୍ରମୁଖ ଘୋଷଣା ଗମନାଗମନ ଏବଂ ଯାତ୍ରୀ ସୁରକ୍ଷା ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଭାରତ-ୟୁରୋପ-ମଧ୍ୟ-ପୂର୍ବ କରିଡରର ପ୍ରସ୍ତାବ ହେଉଛି, ବାଣିଜ୍ୟ ବିସ୍ତାର ଏବଂ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ କରିବା ନିମନ୍ତେ ଏକ ଉଚିତ ରଣନୀତିକ ପଦକ୍ଷେପ। ଏପରିକି ସ୍ଥିରତା ଉପରେ ଏହି ବଜେଟର ଧ୍ୟାନ, ବିଶେଷତଃ ଛାତ ଉପର ସୌରଶକ୍ତି ଉତ୍ପାଦନ, ଷ୍ଟେନ୍ଲେସ୍ ଷ୍ଟିଲ୍ ଶିଳ୍ପର ପରିବେଶ ଦାୟିତ୍ୱ ସହିତ ପ୍ରତିବଦ୍ଧତା ସହ ସମାନ୍ତରାଳ ଏବଂ ଦକ୍ଷତା ବୃଦ୍ଧି, ଉଦ୍ୟୋଗ ତଥା ଉଦ୍ୟୋଗୀମାନଙ୍କୁ ସମର୍ଥନ ଏବଂ ଶିକ୍ଷାଗତ ଭିତ୍ତିଭୂମିକୁ ମଜଭୁତ କରି ଯୁବ ସଶକ୍ତୀକରଣ, ସମୃଦ୍ଧ ଏବଂ ସ୍ଥାୟୀ ଭବିଷ୍ୟତ ନିର୍ମାଣରେ ସହାୟକ ହେବ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

