Posted inଖେଳ

ଭୁବନେଶ୍ୱରରେ ହୋଇପାରେ ଇଣ୍ଡିଆନ ଓମେନ୍ସ ଲିଗ୍‌

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ସରକାର କ୍ରୀଡ଼ାକୁ ଅଗ୍ରାଧିକାର ଦେଇ ଆସିଛନ୍ତି। ରାଜ୍ୟରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଉପଲବ୍ଧ କରାଯାଉଥିବାବେଳେ ହକି ପରି ଜାତୀୟ ଦଳର ପ୍ରାୟୋଜକ ରହିଛନ୍ତି। କୌଣସି ନିର୍ଦ୍ଦିଷ୍ଟ କ୍ରୀଡ଼ାରେ ସୀମିତ ନ ରହି ବିଭିନ୍ନ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ପାଇଁ ପ୍ରୟାସ ଜାରି ରହିଛି। ଏହି କ୍ରମରେ ରାଜ୍ୟରେ ଫୁଟ୍‌ବଲର ଲୋକପ୍ରିୟତା ବଢ଼ାଇବା ପାଇଁ ମଧ୍ୟ ଉଦ୍ୟମ ଜୋରଦାର ହୋଇଛି। ଏଠାରେ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ) ଓ ଆଇ-ଲିଗ୍‌ ପରି ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି। ଏବେ ପ୍ରଥମ ଥର ପାଇଁ ଇଣ୍ଡିଆନ ଓମେନ୍ସ ଲିଗ୍‌ ଆୟୋଜନର ଆଭାସ ମିଳିଛି। ଶନିବାର ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ର ଜର୍ସି ଉନ୍ମୋଚନ ଉତ୍ସବରେ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଅନୁରୋଧ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ବିଶାଳ କୁମାର ଦେବ ଏହାକୁ ନେଇ ସବୁଜ ସଙ୍କେତ ଦେଇଛନ୍ତି। ଉଦ୍ୟମ ଜାରି ରହିଛି, ସବୁକିଛି ଠିକ୍‌ ରହିଲେ ଆମେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଚେଷ୍ଟା କରିବୁ ବୋଲି ବିଶାଲ କହିଛନ୍ତି। ଏଆଇଏଫ୍‌ଏଫ୍‌ ସହିତ ରାଜ୍ୟ ସରକାର ଏବଂ ଫାଓର ଉତ୍ତମ ସମ୍ପର୍କ ରହିଛି। ଫଳରେ ଭୁବନେଶ୍ୱରରେ ଇଣ୍ଡିଆନ୍ସ ଓମେନ୍ସ ଲିଗ୍‌ର ୫ମ ସଂସ୍କରଣ ଆୟୋଜନ ସମ୍ଭାବନା ବଢ଼ି ଯାଇଛି।

୨୦୨୨ ଗୁରୁତ୍ୱପୂର୍ଣ୍ଣ
”ଓଡ଼ିଶା ଆଜି କ୍ରୀଡ଼ା କ୍ଷେତ୍ରରେ ଯାହା ବି କିଛି ଅଗ୍ରଗତି କରିଛି ସବୁକିଛି ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଯାଉଛି। କାରଣ ଏହା ସମ୍ପୂର୍ଣ୍ଣ ଭାବରେ ତାଙ୍କର ଚିନ୍ତାଧାରା। ଏହାକୁ ସାକାର ରୂପ ଦେବାକୁ ଆମେ ସମସ୍ତେ ସୈନିକଭଳି କାର୍ଯ୍ୟ କରୁଛୁ। ଆଜି ଆମ ପାଇଁ ଖୁସିର ଦିନ, ଓଡ଼ିଶା ଓମେନ୍ସ ଲିଗ୍‌ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏବଂ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଛି। ଫୁଟ୍‌ବଲକୁ ଓଡ଼ିଶା ଅଗ୍ରାଧିକାର ଦେଇ ଆସିଛି। ଲିଗ୍‌ କଥା ଦେଖିଲେ ଇଣ୍ଡିଆନ ସୁପରଲିଗ୍‌ରେ ମଧ୍ୟ ଆମର ଏକ ଦଳ ଖେଳୁଛି। ଇକୋ ସିଷ୍ଟମ୍‌ରେ କ୍ରୀଡ଼ାର କିପରି ସାମଗ୍ରିକ ବିକାଶ ହୋଇପାରିବ ତା’ ଉପରେ ଧ୍ୟାନ ଦିଆଯାଉଛି। ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଏବଂ ଓଡ଼ିଶା ଏଫ୍‌ସି କ୍ଲବର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତୃଣମୂଳ ସ୍ତରରୁ କିପରି ପ୍ରତିଭାମାନେ ଚିହ୍ନଟ ହୋଇପାରିବେ, ହାଇପରଫର୍ମାନ୍ସ ସେଣ୍ଟରରୁ ଫାଇଦା ଉଠାଇ ଖେଳାଳିମାନେ କିପରି ଉଚ୍ଚସ୍ତରରେ ସୁଯୋଗ ପାଇପାରିବେ ତାହା ମଧ୍ୟ ନଜରରେ ରଖାଯାଉଛି। ଫୁଟ୍‌ବଲ କ୍ଷେତ୍ରରେ ୨୦୨୨ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। କାରଣ ଏହି ବର୍ଷ ଆମେ ୨ଟି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛୁ। ଏଏଫ୍‌ସି କପ୍‌ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ବିଶ୍ୱକପ ଆୟୋଜନ କରିବୁ। ଫୁଟ୍‌ବଲ ହେଉ କିମ୍ବା ହକି ଆମ ରାଜ୍ୟର ଖେଳାଳି କିପରି ଅଧିକରୁ ଅଧିକ ଜାତୀୟ ଦଳରେ ସ୍ଥାନ ପାଇବେ ତାହା ବିଚାର କରାଯାଉଛି“ ବୋଲି ବିଶାଳ କହିଛନ୍ତି। ଚଳିତ ଆଇଏସ୍‌ଏଲ୍‌ ସିଜନରେ ଓଡ଼ିଶା ଏଫ୍‌ସି ପ୍ରଦର୍ଶନ ଖରାପ ରହିଛି। ଏ ସମ୍ପର୍କରେ କ୍ଲବ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ମଧ୍ୟ ଆଲୋଚନା ହେବ ବୋଲି ବିଶାଳ କହିଛନ୍ତି। ସେହିପରି ଓଡ଼ିଶା ସରକାର ଜାତୀୟ ହକି ଦଳର ପ୍ରାୟୋଜକ ହୋଇଥିଲେ ହେଁ ରାଜ୍ୟ ଆସୋସିଏଶନ ସହଯୋଗୀ ସଦସ୍ୟ ରହିଛି। ତେବେ ଏହା ହକି ଇଣ୍ଡିଆ ଓ ରାଜ୍ୟ ଆସୋସିଏଶନ ଭିତରର କଥା ବୋଲି ବିଶାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri