ଭଲ ସ୍ଥିତିରେ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୨ ।୩ କୋଭିଡ୍‌ ମହାମାରୀ ସାଙ୍ଗକୁ ଅଶୋଧିତ ତୈଳ ଦର ବୃଦ୍ଧି ଭାରତ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି। ସେହିଭଳି ପରିବା ହାଟରୁ ପରିବହନ ଏପରିକି ଅତ୍ୟାବଶ୍ୟକ ସାମଗ୍ରୀ ଓ ଉତ୍ପାଦଗୁଡ଼ିକର ଦର ବୃଦ୍ଧି ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସମୟରେ ବିଭିନ୍ନ ଚ୍ୟାଲେଞ୍ଜ ମଧ୍ୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ଦେଶର ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ଆମେ ଯଥା ସମ୍ଭବ ପ୍ରୟାସ ଓ ସାହାଯ୍ୟ ଯୋଗାଇ ଦେଉଛୁ ବୋଲି ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)ଗଭର୍ନର ଶକ୍ତିକାନ୍ତ ଦାସ ମତବ୍ୟକ୍ତ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଶଶିକାନ୍ତ କହିଛନ୍ତି, ୨୦୨୦ ମାର୍ଚ୍ଚରୁ କୋଭିଡ୍‌ ପ୍ରବେଶ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବହୁସମସ୍ୟା ଦେଇ ଗତି କରୁଛି। ଏପରିକି ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ମଧ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଦେଶର ଅର୍ଥବ୍ୟବସ୍ଥାରେ ପର୍ଯ୍ୟାପ୍ତ ଅର୍ଥ ଥିବା ସମ୍ପର୍କରେ ସୁନିଶ୍ଚିତ କରିବାକୁ ସର୍ବଦା ଚେଷ୍ଟା କରିଆସିଥିବା କଥା ମଧ୍ୟ ସେ କହିଛନ୍ତି। ପୁଞ୍ଜି ପର୍ଯ୍ୟାପ୍ତ ଅନୁପାତ ୧୬% ତଥା ଅଦରକାରୀ ସମ୍ପତ୍ତି (ଏନ୍‌ପିଏ) ୬.୫%ରୁ ତଳସ୍ତରରେ ଥିବା କାରଣରୁ ବର୍ତ୍ତମାନ ବ୍ୟାଙ୍କ୍‌ଗୁଡ଼ିକର ସ୍ଥିତି ଭଲ ରହିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସତ୍ତ୍ୱେ ବିଦେଶୀ ମୁଦ୍ରା ଭଣ୍ଡାର ଏବଂ ଚାଲୁରହିଥିବା ଆକାଉଣ୍ଟରେ କମ୍‌ କ୍ଷତି ଘଟିଛି। ତେଣୁ ଦେଶର ଅର୍ଥବ୍ୟବସ୍ଥା ଭଲ ସ୍ଥିତିରେ ରହିଛି। କୌଣସି ପ୍ରକାର ଆର୍ଥିକ ଆହ୍ବାନକୁ ଅତିକ୍ରମ କରିବାକୁ ଆମେ ପ୍ରସ୍ତୁତ ବୋଲି ଆର୍‌ବିଆଇ ଗଭର୍ନର ଦାସ କହିଛନ୍ତି। ସେହିପରି କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଅର୍ଥନୀତିକୁ ମଜଭୁତ କରିବା ପାଇଁ ପର୍ଯ୍ୟାପ୍ତ ନଗଦକୁ ସୁନିଶ୍ଚିତ କରିବା ସହ ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସମୟରେ ତୈଳ ଦର ବୃଦ୍ଧି ଏବଂ ପ୍ରମୁଖ ଅତ୍ୟାବ୍ୟଶକ ସାମଗ୍ରୀ ଓ ବସ୍ତୁଗୁଡିକର ମୂଲ୍ୟ ବୃଦ୍ଧି ସହ ଅନ୍ୟ ସମସ୍ୟାର ମୁକାବିଲା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri