ଭଲ ସ୍ଥିତିରେ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୨ ।୩ କୋଭିଡ୍‌ ମହାମାରୀ ସାଙ୍ଗକୁ ଅଶୋଧିତ ତୈଳ ଦର ବୃଦ୍ଧି ଭାରତ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି। ସେହିଭଳି ପରିବା ହାଟରୁ ପରିବହନ ଏପରିକି ଅତ୍ୟାବଶ୍ୟକ ସାମଗ୍ରୀ ଓ ଉତ୍ପାଦଗୁଡ଼ିକର ଦର ବୃଦ୍ଧି ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସମୟରେ ବିଭିନ୍ନ ଚ୍ୟାଲେଞ୍ଜ ମଧ୍ୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ଦେଶର ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ଆମେ ଯଥା ସମ୍ଭବ ପ୍ରୟାସ ଓ ସାହାଯ୍ୟ ଯୋଗାଇ ଦେଉଛୁ ବୋଲି ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)ଗଭର୍ନର ଶକ୍ତିକାନ୍ତ ଦାସ ମତବ୍ୟକ୍ତ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଶଶିକାନ୍ତ କହିଛନ୍ତି, ୨୦୨୦ ମାର୍ଚ୍ଚରୁ କୋଭିଡ୍‌ ପ୍ରବେଶ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବହୁସମସ୍ୟା ଦେଇ ଗତି କରୁଛି। ଏପରିକି ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ମଧ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଦେଶର ଅର୍ଥବ୍ୟବସ୍ଥାରେ ପର୍ଯ୍ୟାପ୍ତ ଅର୍ଥ ଥିବା ସମ୍ପର୍କରେ ସୁନିଶ୍ଚିତ କରିବାକୁ ସର୍ବଦା ଚେଷ୍ଟା କରିଆସିଥିବା କଥା ମଧ୍ୟ ସେ କହିଛନ୍ତି। ପୁଞ୍ଜି ପର୍ଯ୍ୟାପ୍ତ ଅନୁପାତ ୧୬% ତଥା ଅଦରକାରୀ ସମ୍ପତ୍ତି (ଏନ୍‌ପିଏ) ୬.୫%ରୁ ତଳସ୍ତରରେ ଥିବା କାରଣରୁ ବର୍ତ୍ତମାନ ବ୍ୟାଙ୍କ୍‌ଗୁଡ଼ିକର ସ୍ଥିତି ଭଲ ରହିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସତ୍ତ୍ୱେ ବିଦେଶୀ ମୁଦ୍ରା ଭଣ୍ଡାର ଏବଂ ଚାଲୁରହିଥିବା ଆକାଉଣ୍ଟରେ କମ୍‌ କ୍ଷତି ଘଟିଛି। ତେଣୁ ଦେଶର ଅର୍ଥବ୍ୟବସ୍ଥା ଭଲ ସ୍ଥିତିରେ ରହିଛି। କୌଣସି ପ୍ରକାର ଆର୍ଥିକ ଆହ୍ବାନକୁ ଅତିକ୍ରମ କରିବାକୁ ଆମେ ପ୍ରସ୍ତୁତ ବୋଲି ଆର୍‌ବିଆଇ ଗଭର୍ନର ଦାସ କହିଛନ୍ତି। ସେହିପରି କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଅର୍ଥନୀତିକୁ ମଜଭୁତ କରିବା ପାଇଁ ପର୍ଯ୍ୟାପ୍ତ ନଗଦକୁ ସୁନିଶ୍ଚିତ କରିବା ସହ ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସମୟରେ ତୈଳ ଦର ବୃଦ୍ଧି ଏବଂ ପ୍ରମୁଖ ଅତ୍ୟାବ୍ୟଶକ ସାମଗ୍ରୀ ଓ ବସ୍ତୁଗୁଡିକର ମୂଲ୍ୟ ବୃଦ୍ଧି ସହ ଅନ୍ୟ ସମସ୍ୟାର ମୁକାବିଲା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri