Posted inଜାତୀୟ

ଧନୀ-ଗରିବ ଆୟ ବ୍ୟବଧାନ ବଢୁଛି

ନୂଆଦିଲ୍ଲୀ,୧୪ା୧୧: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଗତ ଅକ୍ଟୋବରର ଆର୍ଥତ୍କ ରିପୋର୍ଟ ଅନୁଯାୟୀ ପ୍ରଥମତଃ ଘରୋଇ ଚାହିଦା ଓ ଉପଭୋଗ ବଢ଼ିଥିବାରୁ ଭାରତର ଅଭିବୃଦ୍ଧି ସମ୍ଭାବନା ମଜଭୁତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ପାଇଁ ସରକାରୀ ଭାବେ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଅଧିକାଂଶ ସ୍ବାଧୀନ ସଂସ୍ଥା ସମାନ ପୂର୍ବାନୁମାନ କରିଛନ୍ତି। ଭାରତ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍‌ ଅର୍ଥନୀତି ବୋଲି ଏହି ରିପୋର୍ଟଗୁଡ଼ିକରେ କୁହାଯାଇଛି। ଚାହିଦା ବଢ଼ୁଥିବାର ଏକ ବିଶ୍ୱସନୀୟ ତଥ୍ୟ ଦେଖାଯାଇଛି। ଅକ୍ଟୋବରରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ଦ୍ୱିତୀୟ ସର୍ବାଧିକ। ଗତ କିଛି ମାସ ହେଲା କାର୍‌ ବିକ୍ରି ଯଥେଷ୍ଟ ବଢ଼ିଛି। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତ୍ତିଭୂମି ନିର୍ମାଣ ବାବଦ ଖର୍ଚ୍ଚ ମଧ୍ୟ ସର୍ବାଧିକ ରହିଛି। ଘରୋଇ ସେକ୍ଟର ପୁଞ୍ଜି ସୃଷ୍ଟି ମଧ୍ୟ ଶୀର୍ଷରେ ରହିଛି।
ତେବେ ବାସ୍ତବ ସ୍ଥିତି ଅନୁଧ୍ୟାନ କଲେ ଦେଖାଯାଉଛି ଯେ, ଚାହିଦାକୁ ନେଇ ଯାହା କୁହାଯାଉଛି, ସେଥିରେ କେତେକ ଦୁର୍ବଳତା ରହିଛି। କାରଣ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଉଚ୍ଚମଧ୍ୟବିତ୍ତ ଆୟକର ଓ ତଦୂର୍ଦ୍ଧ୍ୱ ବର୍ଗଙ୍କ ଉପରେ ଆଧାରିତ। ସମଗ୍ର ଦେଶର ସ୍ଥିତି ସମାନ ନୁହେଁ। କାରଣ ଗ୍ରାମୀଣ ଭାରତ ଏବେ ମାନ୍ଦାବସ୍ଥାରେ ବୁଡ଼ିରହିଛି। ଏପରିକି ସହରାଞ୍ଚଳର କେତେକ ବେତନଭୋଗୀ ଗୋଷ୍ଠୀ ମଧ୍ୟ ମାନ୍ଦାବସ୍ଥାରୁ ବାଦ୍‌ ପଡ଼ିନାହାନ୍ତି। କୋଭିଡ୍‌-୧୯ ମହାମାରୀ ପରଠାରୁ ସୁଧାର ଇଂଲିଶ ‘କେ’ ଆକୃତିର ହୋଇଛି। ଧନୀ ଅଧିକ ଧନୀ ହେଉଥିବାବେଳେ ଗରିବ ଅଧିକରୁ ଅଧିକ ଦାରିଦ୍ର୍ୟ ମଧ୍ୟକୁ ଠେଲିହୋଇଯାଉଛନ୍ତି। ଆକଳନ ଅନୁଯାୟୀ ୨୦୨୬ ବେଳକୁ ଭାରତରେ ଅତି ଧନୀ (ନିୟୁତପତି)ଙ୍କ ସଂଖ୍ୟା ଦୁଇଗୁଣ ହେବା ଆଶା କରାଯାଉଥିବାବେଳେ ବିଳାସ ସାମଗ୍ରୀ ବଜାର ୨୦୩୦ ବେଳକୁ ୩ ଗୁଣା ହେବ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଖାଉଟି ବ୍ୟବହାର ଓ ମଜୁରି ସ୍ଥିର ରହିଛି। ଏପରିକି ଦରଦାମ୍‌ ବୃଦ୍ଧି (ମୁଦ୍ରାସ୍ଫୀତି) ସହ ତାଳଦେଇ ସହରାଞ୍ଚଳ ଆୟ ମଧ୍ୟ ବଢ଼ିପାରି ନାହିଁ।
ଭାରତର ଜିଡିପି ଅଭିବୃଦ୍ଧି ଭଲ ରହିଛି, ତେବେ ଏହା କେବଳ ଶୀର୍ଷ ଧନୀମାନଙ୍କୁ ଯାଉଛି। ଏଥିରେ ସୁଧାର ଆଣିବାକୁ ହେବ। ବିଶ୍ୱ ଅସମାନତା ରିପୋର୍ଟ, ୨୦୨୨ ଅନୁଯାୟୀ ଭାରତରେ ଆୟ ଏବଂ ସମ୍ପତ୍ତିରେ ଅସମାନତା ଅତ୍ୟଧିକ ବଢ଼ିଛି। ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କୌଶିକ ବସୁ ‘ଏକ୍ଦ’ରେ ଏହା ଲେଖିଛନ୍ତି। ରିପୋର୍ଟରେ ଭାରତକୁ ସବୁଠୁ ଅସମାନ ଦେଶ ଭାବେ ଉଲ୍ଲେଖ କରାଯାଇଛି। ମହାମାରୀ ପରବର୍ତ୍ତୀ ସ୍ଥିତିକୁ ଦେଖିଲେ ଧନୀ-ଗରିବଙ୍କ ମଧ୍ୟରେ ଆୟ ବ୍ୟବଧାନ ଯଥେଷ୍ଟ ବଢ଼ିଛି। ରିପୋର୍ଟ ଅନୁଯାୟୀ ୧୦ ପ୍ରତିଶତ ଅତି ଧନୀଙ୍କ ଆୟ ସବାତଳେ ଥିବା ୫୦ ପ୍ରତିଶତଙ୍କ ଆୟର ୨୦ ଗୁଣରୁ ଅଧିକ। ଦେଶର ଶୀର୍ଷ ୧ ପ୍ରତିଶତଙ୍କ ପାଖରେ ୨୨ ପ୍ରତିଶତ ସମ୍ପତ୍ତି ଥିବାବେଳେ ତଳ ଭାଗରେ ଥିବା ୫୦ ପ୍ରତିଶତଙ୍କ ପାଖରେ କେବଳ ଅବଶିଷ୍ଟ ସମ୍ପତ୍ତିର ୧୩ ପ୍ରତିଶତ ରହିଛି। ଦେଶର ଶୀର୍ଷ ୧୦ ପ୍ରତିଶତ ମୋଟ ଆୟର ୫୭%ରୁ ଅଧିକ କରୁଥିବାବେଳେ ସେମାନେ ହିଁ ଚାହିଦା ଓ ବ୍ୟବହାରକୁ ବଢ଼ାଉଛନ୍ତି।
ଦୁଇଟି କ୍ଷେତ୍ରକୁ ଦେଖିଲେ ଚାହିଦା ତାରତମ୍ୟର ପ୍ରମାଣ ମିଳିଯିବ। ତାହା ହେଲା ଗାଡ଼ି ଏବଂ ରିଅଲ ଇଷ୍ଟେଟ୍‌ ସେକ୍ଟର। ଚଳିତ ଆର୍ଥତ୍କ ବର୍ଷରେ କାର୍‌ ବିକ୍ରି ଯଥେଷ୍ଟ ବଢ଼ିଛି। ଏହା ୪୦ ଲକ୍ଷ ୟୁନିଟ୍‌ ଅତିକ୍ରମ କରିବା ଆଶା ରହିଛି। ବିଶେଷ କରି ୧୦ ଲକ୍ଷ ଟଙ୍କା ବା ତଦୂର୍ଦ୍ଧ୍ୱ ମୂଲ୍ୟର ବିଳାସପୂର୍ଣ୍ଣ କାର୍‌ ବିକ୍ରି ଅଧିକ ବଢ଼ିଛି, ଯାହା ଧନୀମାନେ ହିଁ କିଣିଥାନ୍ତି। ଅନ୍ୟପକ୍ଷରେ ଦୁଇଚକିଆ ଯାନ ବିକ୍ରି ମହାମାରୀ ପରେ କମିଛି। ୨୦୧୯ ଆର୍ଥତ୍କ ବର୍ଷରେ ୨.୧୨ କୋଟି ବାଇକ୍‌ ବିକ୍ରି ହୋଇଥିବାବେଳେ ୨୦୨୩ ଆର୍ଥତ୍କ ବର୍ଷରେ ତାହା ୫୩ ଲକ୍ଷ ହ୍ରାସ ପାଇଁ ୧.୫୯ କୋଟି ରହିଥିବା ଆଇସିଆର୍‌ଏ ତଥ୍ୟରୁ ଜଣାପଡ଼ିଛି। ସାଧାରଣ ବର୍ଗର ଲୋକେ ଦୁଇଚକିଆ ଯାନ କିଣିଥାନ୍ତି। ସେହିପରି ରିଅଲ ଇଷ୍ଟେଟ୍‌ ସେକ୍ଟର, ଯାହା ଦ୍ୱିତୀୟ ସର୍ବାଧିକ ନିଯୁକ୍ତି ସୃଷ୍ଟି କରିଥାଏ, ତାହା ୨୦୩୦ ବେଳକୁ ୧ ଟ୍ରିଲିୟନ ଡଲାର ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ତେବେ ଲକ୍‌ଜୁରି ଘର ଚାହିଦା ବଢ଼ୁଥିବାବେଳେ ଶସ୍ତା ଘର ପାଇଁ ଚାହିଦା ହ୍ରାସ ପାଇଚାଲିଛି। ପ୍ରପର୍ଟି କନ୍‌ସଲ୍ଟାଣ୍ଟ ଆନାରକ୍‌ର ତଥ୍ୟ ଅନୁଯାୟୀ ୧.୫ କୋଟି ଟଙ୍କା ଓ ତଦୂର୍ଦ୍ଧ୍ୱ ମୂଲ୍ୟର ବିଳାସପୂର୍ଣ୍ଣ ଘର ବିକ୍ରି ୨୦୨୩ର ପ୍ରଥମ ୯ ମାସରେ ଗତବର୍ଷ ଏହି ସମୟ ତୁଳନାରେ ୧୧୫ ପ୍ରତିଶତ ବଢ଼ିଛି। ଅନ୍ୟପକ୍ଷରେ ୮୦ ଲକ୍ଷରୁ କମ୍‌ ମୂଲ୍ୟର ଘର ବିକ୍ରି ୫୧ ପ୍ରତିଶତକୁ ହ୍ରାସ ପାଇଛି, ଯାହା ୨୦୨୨ରେ ୬୮ ପ୍ରତିଶତ ଥିଲା। ସେହିପରି ୫୦ ଲକ୍ଷ ଟଙ୍କାରୁ କମ୍‌ ମୂଲ୍ୟର ଘର ବିକ୍ରି ଚଳିତ ବର୍ଷର ପ୍ରଥମ ୯ ମାସରେ ଦଶନ୍ଧିର ସବୁଠୁ କମ୍‌ ହୋଇଥିବା କନ୍‌ସଲ୍ଟାନ୍ସି ସଂସ୍ଥା ନାଇଟ୍‌ ଫ୍ରାଙ୍କ ଇଣ୍ଡିଆ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri