କେନ୍ଦୁଝର,୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଗୁରୁବାର ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଦଶମନ୍ତ ମହାକୁଡ଼ (୨୯) ଏବଂ ସେ ପାଟଣା ଥାନା ଅନ୍ତର୍ଗତ କମାରମୋରା ଗ୍ରାମର ବୋଲି ଜଣାପଡିଛି।
ପ୍ରକାଶ ଯେ, ତିନି ବର୍ଷ ହେଲା ଦଶମନ୍ତ, ନୟାକୋଟ ଥାନା ଅଞ୍ଚଳର ଏକ ଝିଅକୁ ପ୍ରେମ କରି ଆସୁଥିଲେ। ତେବେ ଝିଅର ମା’ ବାପା ରାଜି ନ ହେବାରୁ ସେମାନଙ୍କ ଉପରେ ଚାପ ପକାଇବାକୁ ଭୋର୍ ୪ ଟାରୁ ଟାୱାର ଉପରେ ଚଢ଼ି ଯାଇଥିଲେ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି। ପୋଲିସ ପହଞ୍ଚି ଦମକଳବାହିନୀ ଜରିଆରେ ତଳେ ଜାଲ ବାନ୍ଧି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି।