Posted inଫୁରସତ

ଜୀବନ ରକ୍ଷାକରେ ଖାଦ୍ୟର ମାନ

କୁହାଯାଏ ଉତ୍ତମ ତା ସନ୍ତୁଳିତ ଖାଦ୍ୟ ଶରୀରର ପୁଷ୍ଟି ବର୍ଦ୍ଧନ କରିଥାଏ। ତେଣୁ ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଲୋକଙ୍କ ଖାଦ୍ୟ ଅଭ୍ୟାସ ଓ ଆବଶ୍ୟକତାକୁ ଦେଖିଲେ ଜଣାପଡୁଛି ବର୍ତ୍ତମାନ ଅନେକେଙ୍କର ଜୀବନଶୈଳୀ ବଦଳି ଯାଇଛି। ମିଳୁଥିବା ବିଭିନ୍ନ ଖାଦ୍ୟରେ ରାସାୟନିକ ପଦାର୍ଥ ମିଶ୍ରିତ ହେଉଛି। ତେଣୁ ଦୂଷିତ ଖାଦ୍ୟ ଓ ଜଳ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ ୭ ରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଇଥାଏ।
ଡିସେମ୍ବରରେ, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲଏଚଓ) ଏବଂ ୨୦୧୭ ଜୁଲାଇରେ ଖାଦ୍ୟ ଓ କୃଷି ସଙ୍ଗଠନ (ଏଫଏଓ)ର ୪୦ତମ ଅଧିବେଶନରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପ୍ରସ୍ତାବକୁ ସମର୍ଥନ ଜଣାଯାଇଥିଲା।
ପରେ ମିଳିତ ଜାତିସଂଘର ସାଧାରଣ ସଭାର ୭୩ତମ ଅଧିବେଶନର ଦ୍ୱିତୀୟ କମିଟି ସମ୍ମୁଖରେ ଏହି ପ୍ରସ୍ତାବ ରଖାଯାଇଥିଲା, ଯାହା ସାଧାରଣ ସଭା (ୟୁଏନଜିଏ) ଦ୍ୱାରା ଗ୍ରହଣ କରାଯାଇଥିଲା। ଏହା ଅନୁସାରେ ୨୦୧୮ ଡିସେମ୍ବର ୨୦ରେ, ପ୍ରତିବର୍ଷ ଜୁନ ୭କୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା। ୨୦୧୯ ମସିହାରେ ପ୍ରଥମ ଥର ଜୁନ ୭ ତାରିଖକୁ ‘ଖାଦ୍ୟ ସୁରକ୍ଷା ଦିବସ’ ଭାବେ ପାଳନ କରାଗଲା।
ଏହାପୂର୍ବରୁ ଅକ୍ଟୋବର ୧୬ ତାରିଖକୁ ଖାଦ୍ୟ ସୁକ୍ଷା ଦିବସ ଭାବେ ପାଳନ କରାଯାଉଥିଲା। ଏହି କ୍ଷେତ୍ର ସହିତ ଜଡିତ ଅନ୍ୟ ସଙ୍ଗଠନ ଗୁଡିକ ସହଯୋଗରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ଖାଦ୍ୟ ଓ କୃଷି ସଙ୍ଗଠନ ମିଳିତ ଭାବେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିବା ପାଇଁ କାର୍ଯ୍ୟ କରିଆସୁଛନ୍ତି। ଅସୁରକ୍ଷିତ ଖାଦ୍ୟ ପଦାର୍ଥର ବ୍ୟବହାର ଯୋଗୁ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ପରିସ୍ଥିତିରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଯୋଗାଇବା। ଏହା ସହିତ, ଏହି ଦିନ ପାଳନ କରିବାର ବିଶେଷ ଉଦ୍ଦେଶ୍ୟ ହେଉଛି ଖାଦ୍ୟ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ରୋକିବା, ଅପମିଶ୍ରିତ ଜିନିଷଗୁଡ଼ିକୁ ଚିହ୍ନିବା ଓ ଲୋକଙ୍କୁ ସେଗୁଡ଼ିକ ବିଷୟରେ ଜଣାଇବା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ମୁତାବକ, ପ୍ରତିବର୍ଷ ପ୍ରଦୂଷିତ ଖାଦ୍ୟ ଖାଇବା ଯୋଗୁଁ ୪ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି। ଆମେ ପ୍ରତିଦିନ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ ଯାହା ପାଟିକୁ ସ୍ବାଦକର ଲାଗୁଥିଲେ ବି ଦେହ ପାଇଁ କ୍ଷତିକାରକ। ଆଜିକାଲି ଲୋକପ୍ରିୟ ପାଲଟିଥିବା ଫାଷ୍ଟଫୁଡ କିମ୍ବା ଜଙ୍କ ଫୁଡ ଶରୀର ପାଇଁ ଘାତକ ପ୍ରମାଣିତ ହେଉଛି। ପୁଷ୍ଟିକର ଖାଦ୍ୟ ଅଭାବରୁ ପିଲାମାନେ ବିଶେଷ ଭାବରେ ଅନେକ ପ୍ରକାର ଶାରୀରିକ ସମସ୍ୟାର ଶିକାର ହୋଇଥାନ୍ତି। ସ୍ବାସ୍ଥ୍ୟ ସମସ୍ୟାର ଅନ୍ୟତମ କାରଣ ହେଉଛି ଖାଦ୍ୟରେ ଫାଇବରର ଅଭାବ। ଫାଇବରରେ ଭରପୂର ଖାଦ୍ୟ ପିଲାମାନଙ୍କର ହଜମ ପାଇଁ ଭଲ। ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟଗୁଡ଼ିକ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ଏହି ଦିବସର ପାଳନ ଏକ ଥିମ୍‌ ଆଧାରରେ ହୋଇଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ଥିମ ହେଉଛି ଫୁଡ ଷ୍ଟାଣ୍ଡାର୍ଡସ ସେଭ୍‌ ଲାଇଫ୍‌
(ଜୀବନ ରକ୍ଷା କରେ ଖାଦ୍ୟର ମାନ)। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏନେଇ ସଚେତନତା ସୃଷ୍ଟି କରିବା ଲାଗି ଏହି ଥିମ ଉଦ୍ଦିଷ୍ଟ। ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଜଣେ ରୋଗାକ୍ରାନ୍ତ ହେବା ଆଶଙ୍କା ଅଧିକ ରହିଥା। ମଣିଷ ସୁଖରେ ଜୀବନ ଜୀଇଁବା ପାଇଁ ତଥା ନିରୋଗୀ ରହିବା ଲାଗି ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏହା ସହିତ ଅପମିଶ୍ରିତ ଖାଦ୍ୟ ପଦାର୍ଥଠାରୁ ଦୂରେଇ ରହି ମାନକଯୁକ୍ତ ଖାଦ୍ୟକୁ ପ୍ରାଥମିକତା ଦେବାର ଜରୁରୀ ହୋଇ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri