ପାର୍ବଣ ଶପିଙ୍ଗ୍‌ରେ ସୋସିଆଲ ମିଡିଆର ପ୍ରଭାବ

ନୂଆଦିଲ୍ଲୀ,୯।୧୦: ଚଳିତ ପାର୍ବଣ ଋତୁରେ ବ୍ୟବସାୟ ବୃଦ୍ଧି ପାଇଁ ଉଭୟ ଇ କମର୍ସ ଓ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଶପରମାନେ ସୋସିଆଲ ମିଡିଆକୁ ବେଶ୍‌ ଗୁରୁତ୍ୱ ଦେଇଥିଲେ। ଏପରିକି ଏଆଇ, କୁଇକ୍‌ କମର୍ସ, ମାଇକ୍ରୋ-ଇନ୍‌ଫ୍ଲୁଏନ୍ସର ଓ ଆଞ୍ଚଳିକ ଭାଷା କଣ୍ଟେଣ୍ଟ ଦ୍ୱାରା ସେମାନଙ୍କର ବ୍ୟବସାୟ ବା ପାର୍ବଣ ଶପିଙ୍ଗ୍‌ ବେଶ୍‌ ତ୍ୱରାନ୍ବିତ ହୋଇଛି ବୋଲି ମେଟା ପକ୍ଷରୁ କୁହାଯାଇଛି। ସେହିଭଳି ସମ୍ପୂର୍ଣ୍ଣ ଉତ୍ସାହ ସହ ପାର୍ବଣ ଋତୁ ଆରମ୍ଭ ହୋଇଥିବାବେଳେ ମେଟା ପକ୍ଷରୁ ପ୍ରଚଳିତ ଫେଷ୍ଟିଭ ଟ୍ରେଣ୍ଡ ଉପରେ ବ୍ରାଣ୍ଡ୍‌ ଅଧ୍ୟୟନର ତଥ୍ୟଗୁଡିକୁ ନିକଟରେ ଅନାବରଣ (ଉନ୍ମୋଚନ) କରାଯାଇଛି। ଏପରିକି ମେଟା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏବଂ ୨୦୨୪ ସେପ୍ଟେମ୍ବରରେ ଅଗ୍ରଣୀ ଉପଭୋକ୍ତା ଅନୁସନ୍ଧାନ ପ୍ଲାଟ୍‌ଫର୍ମ କଞ୍ଜ୍ୟୁମର ଇନ୍‌ସାଇଟ ପ୍ଲାଟ୍‌ଫର୍ମ ଜିଡବ୍ଲ୍ୟୁଆଇ ଦ୍ୱାରା ପରିଚାଳନା କରାଯାଇଥିବା ଏହି ଅଧ୍ୟୟନ ଚଳିତ ବର୍ଷର ପାର୍ବଣ ଶପିଙ୍ଗ୍‌ ଟ୍ରେଣ୍ଡ ଉପରେ ଆଲୋକପାତ କରିଛି।
ଏ ନେଇ ମେଟାର ଆଡ୍‌ସ ବିଜ୍‌ନେସ୍‌ (ଇଣ୍ଡିଆ) ବିଭାଗର ନିର୍ଦ୍ଦେଶକ ଓ ମୁଖ୍ୟ ଅରୁଣ ଶ୍ରୀନିବାସ କହିଛନ୍ତି, ଭାରତରେ ପାର୍ବଣ ଶପିଙ୍ଗ୍‌ ଟ୍ରେଣ୍ଡ ଏକ ନାଟକୀୟ ପରିବର୍ତ୍ତନର ସମ୍ମୁଖୀନ ହେଉଥିବାବେଳେ ଏଆଇ, କୁଇକ୍‌ କମର୍ସର ଗ୍ରହଣୀୟତା, ମାଇକ୍ରୋ ଇନ୍‌ଫ୍ଲୁଏନ୍ସରଙ୍କ ବୃଦ୍ଧି ଓ ଆଞ୍ଚଳିକ ଭାଷାର କଣ୍ଟେଣ୍ଟ ପାର୍ବଣ କ୍ରୟଗୁଡିକୁ ପ୍ରଭାବିତ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ଏହି ଅଧ୍ୟୟନ ସ୍ପଷ୍ଟ ଭାବେ ଦର୍ଶାଇଛି। ଅପରପକ୍ଷରେ ଇ- କମର୍ସ ବୃଦ୍ଧି ପାଉଛି ଓ କୁଇକ୍‌ କମର୍ସ ନୂତନ ବର୍ଗଗୁଡିକୁ ସମ୍ପ୍ରସାରିତ ହେଉଛି ଏବଂ ଇଲେକ୍‌ଟ୍ରୋନିକ୍ସ କ୍ରୟ କରୁଥିବା ପ୍ରତି ୪ ରୁ ଜଣେ ଗ୍ରାହକ ଓ ପର୍ସନାଲ କେୟାର କ୍ରୟ କରୁଥିବା ପ୍ରତି ୩ରୁ ଜଣେ ଗ୍ରାହକ କୁଇକ୍‌ କମର୍ସ ମାଧ୍ୟମରେ ଉପତ୍ାଦ କ୍ରୟ କରୁଛନ୍ତି। ଚଳିତ ବର୍ଷ ୫୦%ରୁ ଅଧିକ ଫେଷ୍ଟିଭ ସିଜନ ଶପରମାନେ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡିକ ମାଧ୍ୟମରେ ଅଧିକ କ୍ରୟ କରିବା ପାଇଁ ଆଶା ରଖିଛନ୍ତି। ଏପରିକି ପାର୍ବଣ କ୍ରୟଗୁଡିକୁ ପରିଚାଳନା କରିବା କ୍ଷେତ୍ରରେ ୧୦,୦୦୦ରୁ ୧ ଲକ୍ଷ ଫଲୋଅର ଥିବା ମାଇକ୍ରୋ ଇନ୍‌ଫ୍ଲୁଏନ୍ସରମାନେ ବେଶ୍‌ ସକ୍ରିୟ ଥିଲାବେଳେ ୧ଲକ୍ଷରୁ ୧ମିଲିୟନ ଫଲୋଅର ଥିବା ମାକ୍ରୋ ଇନ୍‌ଫ୍ଲୁଏନ୍ସରଙ୍କ ଭଳି ସେମାନେ ମଧ୍ୟ ପ୍ରଭାବଶାଳୀ ହୋଇଛନ୍ତି। ପାର୍ବଣ ଋତୁ ସମୟରେ ବ୍ରାଣ୍ଡ, ଡିଲ୍‌ ଓ ସେଲ୍‌ସ ଇଭେଣ୍ଟଗୁଡିକର ଅନ୍ବେଷଣ କରିବା ପାଇଁ ଇନ୍‌ଫ୍ଲୁଏନ୍ସରଙ୍କ ଉପରେ ନିର୍ଭର କରୁଥିବା ଶପରଙ୍କ ମଧ୍ୟରୁ ୪୦% ଉପଭୋକ୍ତା ମାଇକ୍ରୋ-ଇନ୍‌ଫ୍ଲୁଏନ୍ସରଙ୍କ ଦ୍ୱାରା ନିର୍ଭରଶୀଳ ଥିଲାବେଳେ ୩୯% ମାକ୍ରୋ-ଇନ୍‌ଫ୍ଲୁଏନ୍ସରଙ୍କ ଦ୍ୱାରା ଓ ୨୩% ନାନୋ-ଇନ୍‌ଫ୍ଲୁଏନ୍ସରଙ୍କ (୧୦,୦୦୦ରୁ କମ ଫଲୋଅର୍ସ) ଦ୍ୱାରା ପ୍ରଭାବିତ ହେଉଛନ୍ତି ବୋଲି ଉକ୍ତ ଅଧ୍ୟୟନରେ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ଶିକ୍ଷକ ଅଭାବ ପାଠ ପଢ଼ାରେ ସମସ୍ୟା : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ ଜଣ ଶିକ୍ଷକ

ରିଷିଡା, ୩/୭ (ସୁଶାନ୍ତ ମଲ୍ଲିକ): ଶିକ୍ଷକ ଅଭାବ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। କେଉଁଠି…

ଜନଗଣନା ହ୍ୟାଣ୍ଡବୁକ: ଜିଲାରେ ୨୩୭ ଅଧିକାରୀ ନେଲେ…

ଭଞ୍ଜନଗର,୩ା୭(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଜନଗଣନା ଅବସରରେ ଜିଲା ଜନଗଣନା ପୁସ୍ତିକା ପ୍ରସ୍ତୁତିକୁ ସୂଚାରୁ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ…

ଡ୍ରାଇଭରଙ୍କ ରହସ୍ୟମୟ ନିଖୋଜ ଘଟଣା: ଏ ଥାନାରୁ ସେ ଥାନାକୁ ଦୌଡିଦୌଡି ବଞ୍ଚାଇ ପାରିଲେନି ସ୍ତ୍ରୀ, ଶେଷରେ…

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ଗତ ୯ ଦିନ ହେଲା  ରହସ୍ୟଜନକ ଭାବେ ନିଖୋଜ …

ନିକଟରେ ହୋଇଥିଲା ବାହାଘର: ଖବର ପାଇ ପଶିଗଲେ ଦୁର୍ବୃତ୍ତ

ଆଳି, ୩।୭ (ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri