ନିଶ୍ଚିନ୍ତକୋଇଲି,୧୩ା୬(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲେପୁର ବ୍ଲକ ସୁଧୁଖଣ୍ଡ ପଞ୍ଚାୟତର କୁଳ ସମୀତଙ୍ଗା ଗାଁର ପୁରୁଷୋତ୍ତମ ସାହୁଙ୍କ ତନ୍ତ କାରଖାନାରେ ବିଳମ୍ବିତ ରାତିରେ ପରିବାର ସଦସ୍ୟ ଶୋଇଥିବା ଅବସ୍ଥାରେ ବିଦ୍ୟୁତ୍ ସର୍କିଟରୁ ନିଆଁ ଲାଗି ସମସ୍ତ ତନ୍ତ ମେଶିନ ନୂଆ ଲୁଗା ପଟା ସହ ଗୃହ ସାମଗ୍ରୀ ମୁଗ ବିରି ଆଦି ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ଭସ୍ମ ହୋଇଯାଇଛି। ତନ୍ତରେ ଲୁଗା ବୁଣି ପରିବାର ପ୍ରତିପୋଷଣ କରିଥାଆନ୍ତି ଏହି ପରିବାର। ଚଳିତ ବର୍ଷ ଋଣ ମଧ୍ୟ କରିଥିଲେ। ଏଭଳି ଅଚାନକ ନିଆଁ ଲାଗି ସବୁ ପୋଡ଼ି ଗଲା ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବାର ସଦସ୍ୟ। ସରକାରୀ ସହାୟତା ନିମନ୍ତେ ଆକୁଳ ନିବେଦନ କରିଛନ୍ତି।