Posted inଫୁରସତ

ହୋଆଟ୍‌ଜିନ୍‌ ପକ୍ଷୀ ସବୁଠୁ ଦୁର୍ଗନ୍ଧଯୁକ୍ତ

ୱାଶିଂଟନ: ହୋଆଟ୍‌ଜିନ୍‌ ପକ୍ଷୀ ବିଶ୍ୱର ସବୁଠାରୁ ଦୁର୍ଗନ୍ଧଯୁକ୍ତ ପକ୍ଷୀ ଭାବେ ଜଣାଶୁଣା। ଅନ୍ୟ ପକ୍ଷୀମାନଙ୍କଠାରୁ ଏହାର ଅନେକ ଭିନ୍ନତା ରହିଛି। ପୃଥିବୀର ଏକମାତ୍ର ପକ୍ଷୀ ଭାବେ ହୋଆଟ୍‌ଜିନ୍‌ଠାରେ ଗାଈ ଏବଂ ଅନ୍ୟାନ୍ୟ ସ୍ଥନ୍ୟପାୟୀ ପ୍ରାଣୀଙ୍କ ପରି ସ୍ବତନ୍ତ୍ର ପାଚନ ତନ୍ତ୍ର ରହିଛି। ଏହି ଅସାଧାରଣ ପାଚନ ପ୍ରଣାଳୀ ଯୋଗୁ ହୋଆଟ୍‌ଜିନ୍‌ ପକ୍ଷୀକୁ ବିଶ୍ୱର ସବୁଠାରୁ ଦୁର୍ଗନ୍ଧଯୁକ୍ତ ପକ୍ଷୀ ଭାବେ ବିବେଚନା କରାଯାଇଥାଏ। ହୋଆଟ୍‌ଜିନ୍‌ ପକ୍ଷୀଙ୍କ ଗଳା ପାଖରେ ଏକ ଖାଦ୍ୟ ସଂରକ୍ଷଣ ପାଉଚ୍‌ ରହିଥାଏ, ଯାହାକୁ କ୍ରପ୍‌ କୁହାଯାଏ। ଏହି କ୍ରପ୍‌ ଖୁବ୍‌ କମ୍‌ ପରିମାଣର ଖାଦ୍ୟ ସଂରକ୍ଷଣ ପାଇଁ ବ୍ୟବହୃତ ହୋଇଥାଏ। ନିଜର ଅସାଧାରଣ ତଥା ଲମ୍ବା ପାଚନ ପ୍ରକ୍ରିୟା ସମୟରେ ଏହି ପକ୍ଷୀଙ୍କଠାରୁ ମିଥେନ୍‌ ଗ୍ୟାସ୍‌ ନିର୍ଗତ ହୋଇଥାଏ, ଯାହାଦ୍ୱାରା ସେମାନଙ୍କ ଶରୀରରୁ ଗୋବର ପରି ଗନ୍ଧ ସୃଷ୍ଟି ହୋଇଥାଏ। ତେଣୁ ଏହି ପକ୍ଷୀମାନଙ୍କୁ ‘ଷ୍ଟିଙ୍କ୍‌ବାର୍ଡ’ର ନାମ ମଧ୍ୟ ଦିଆଯାଇଛି।
ପକ୍ଷୀଗୁଡ଼ିକୁ ଆମାଜନ ଜଙ୍ଗଲର ବିଭିନ୍ନ କାଦୁଆ ଅଞ୍ଚଳ ଏବଂ ନଦୀଗୁଡ଼ିକରେ ଦେଖିବାକୁ ମିଳିଥାଏ। ହୋଆଟ୍‌ଜିନ୍‌ ପକ୍ଷୀମାନେ କେବଳ ଗଛପତ୍ର ଖାଇ ବଞ୍ଚିରୁହନ୍ତି। ସେହିପରି ଏହି ପକ୍ଷୀଙ୍କ ଛୁଆମାନେ ନଖଯୁକ୍ତ ଡେଣା ସହିତ ଜନ୍ମ ହୋଇଥାନ୍ତି।
ପକ୍ଷୀଙ୍କ ଗଳାର କ୍ରପ୍‌ ଏତେ ବଡ଼ ହୋଇଥାଏ ଯେ, ଏହି ପକ୍ଷୀଙ୍କ ଉଡ଼ାଣ ମାଂସପେଶୀ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହି ନ ଥାଏ। ଫଳରେ ଏହି ପ୍ରଜାତିର ବୟସ୍କ ପକ୍ଷୀମାନେ କେବଳ ଅଳ୍ପ ସମୟ ପାଇଁ ଉଡ଼ିପାରିଥାନ୍ତି। ସାଧାରଣତଃ ଏହି ପକ୍ଷୀ ଗୋଟିଏ ଗଛରୁ ଅନ୍ୟ ଗଛକୁ ଉଡ଼ି ପାରିଥାନ୍ତି। ସେହିପରି ଏହି ପକ୍ଷୀ ଗୋଟିଏ ଡାଳରୁ ଅନ୍ୟ ଡାଳକୁ ଡେଇଁ ପାରିଥାନ୍ତି। ସେମାନେ ନିଜ ଡେଣାରେ ଥିବା ନଖ ସାହାଯ୍ୟରେ ଡାଳକୁ ଜାବୁଡ଼ି ଧରି ଅନେକ ସମୟ ଧରି ରହିପାରିଥାନ୍ତି। ଏହି ପକ୍ଷୀଙ୍କ ଶରୀରରୁ ଆସୁଥିବା ଗୋବର ପରି ଗନ୍ଧ ସେମାନଙ୍କୁ ଶିକାରୀମାନଙ୍କଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ଶୋଇଥିବା ବେଳେ ଯୁବକଙ୍କୁ ପଥର ଛେଚି ହତ୍ୟା

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଅଞ୍ଜର ଗ୍ରାମର ଏକ ଘରୁ ପୋଲିସ ରବିବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି।…

ବରଗଡ଼ରେ ଉନ୍ମୋଚନ ହେଲା ଚିଠା ଭୋଟର ତାଲିକା, ଜିଲାପାଳ କହିଲେ….

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ରବିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ…

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ…

ସେଲ୍ଫି ନେଇ ଗାଧୋଇବା ହେଲା କାଳ, ଭାସିଗଲେ ୩ ଯୁବକ

କଟକ,୫।୭(ପ୍ରଭୂକଲ୍ୟାଣ ପାଲ୍‌): ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍‌ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri