ଉଠାଯାଉନି ହୋର୍ଡିଂ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ଜିଲା ମୁଖ୍ୟାଳୟ ପ୍ରମୁଖ ସ୍ଥାନରେ ବେସରକାରୀ ହୋର୍ଡିଂ ଲଗାଯାଇଥିବାରୁ ସହରର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଏହା ଦ୍ୱାରା ପୌରପାଳିକାର ବ୍ୟାପକ ରାଜସ୍ବ ହାନି ଘଟିବା ସହ  ଦୁର୍ଘଟଣାର କାରଣ ହେଉଛି। ପୌରପାଳିକାର କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପ୍ରୋତ୍ସାହନରେ ଏଭଳି ବହୁ ବେଆଇନ ହୋର୍ଡିଂ ରାସ୍ତାଘାଟ, ଘର ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଲାଗିଥିଲେ ହେଁ ଧରପଗଡ଼ ହେଉନାହିଁ। ଫଳରେ ସମଗ୍ର ପୌରାଞ୍ଚଳରେ ବେଆଇନ ହୋର୍ଡିଂ ସଂଖ୍ୟା ବଢୁଛି।

ଏବେ ଜିଲା ଟ୍ରକ୍‌ ମାଲିକ ସଂଘ ନିର୍ବାଚନ ଚାଲିଥିବାରୁ ଏବେ ସେଭଳି ଅବସ୍ଥା ହୋଇଥିବା ବେଳେ ଏନେଇ ପୌରପାଳିକା ଲୋକ ଦେଖାଣିଆ ନୋଟିସ୍‌ କରି ଚୁପ୍‌ ବସିଛି। ଚିଠି ନମ୍ବର ୭୨୬୮/୪-୯-୨୩ରେ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତରେ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର ସଭାପତିଙ୍କୁ ଏହି ଚିଠି କରାଯାଇ ହୋର୍ଡିଂ ଉଠାଇବାକୁ ଲେଖାଯାଇଛି। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ସଭାପତି କେହିନାହାନ୍ତି ପରାମର୍ଶଦାତା କମିଟି ନିର୍ବାଚନ ପରିଚାଳନା କରୁଛନ୍ତି। ଏଣୁ ଏଭଳି ଚିଠିକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠୁଛି। ସେହିପରି କେବେ ସୁଦ୍ଧା ହୋର୍ଡିଂ ଉଠାଇବେ ବା ନ ଉଠାଇଲେ ନିର୍ଦ୍ଦିଷ୍ଟ କାୈଣସି କାର୍ଯ୍ୟାନୁଷ୍ଠାନ ଉଲ୍ଲେଖ ହୋଇ ନ ଥିବାରୁ ଦୁଇ ଦିନ ପରେ ମଧ୍ୟ ହୋର୍ଡିଂ ଉଠାଯାଇନାହିଁ। ଅନେକ ସମୟରେ ବର୍ଷା ପବନରେ ସେସବୁ ଭାଙ୍ଗି, ଚିରି ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତତାର, ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଉପରେ ପଡୁଛି। ମଝିରେ ମଝିରେ ଦାୟିତ୍ୱ ଶେଷ କରିବାକୁ ନୋଟିସ୍‌ ବା ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ଏବଂ ନିଜ ଖର୍ଚ୍ଚରେ ସେସବୁ ଭାଙ୍ଗୁଛନ୍ତି ବା ଚିରୁଛନ୍ତି ବୋଲି ପ୍ରଦୀପ ମହାନ୍ତି କହିଛନ୍ତି। ଉପରେ ପଡୁଛି ଅଧିକ ଚାପ ପଡ଼ିଲେ ନୋଟସ୍‌ କରି ଚୁପ୍‌ ବସୁଛନ୍ତି ବୋଲି ସାମାଜିକ କର୍ମୀ ଦିଲ୍ଲୀପ ସାହୁ କହିଛନ୍ତି। ବିଶେଷକରି ଜିଲାପାଳ କାର୍ଯ୍ୟାଳୟ ଛକ, ଲାବଣ୍ୟ ଛକ, ଗାନ୍ଧୀ ଛକ ଆଦି ଛକରେ ବେଆଇନ ହୋର୍ଡିଂ ଲାଗୁଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ଏବଂ ବଡ଼ବଡ଼ କୋଠା ଘର ଉପରେ ମଧ୍ୟ ଲାଗୁଛି। ସେହିପରି ନୂଆବର୍ଷ, ପୂଜାପାର୍ବଣ ଆସିଲେ, ପରୀକ୍ଷା ଫଳ ପ୍ରକାଶ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ସଂସ୍ଥାଗୁଡ଼ିକର ହୋର୍ଡିଂ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri