ଉଠାଯାଉନି ହୋର୍ଡିଂ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ଜିଲା ମୁଖ୍ୟାଳୟ ପ୍ରମୁଖ ସ୍ଥାନରେ ବେସରକାରୀ ହୋର୍ଡିଂ ଲଗାଯାଇଥିବାରୁ ସହରର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଏହା ଦ୍ୱାରା ପୌରପାଳିକାର ବ୍ୟାପକ ରାଜସ୍ବ ହାନି ଘଟିବା ସହ  ଦୁର୍ଘଟଣାର କାରଣ ହେଉଛି। ପୌରପାଳିକାର କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପ୍ରୋତ୍ସାହନରେ ଏଭଳି ବହୁ ବେଆଇନ ହୋର୍ଡିଂ ରାସ୍ତାଘାଟ, ଘର ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଲାଗିଥିଲେ ହେଁ ଧରପଗଡ଼ ହେଉନାହିଁ। ଫଳରେ ସମଗ୍ର ପୌରାଞ୍ଚଳରେ ବେଆଇନ ହୋର୍ଡିଂ ସଂଖ୍ୟା ବଢୁଛି।

ଏବେ ଜିଲା ଟ୍ରକ୍‌ ମାଲିକ ସଂଘ ନିର୍ବାଚନ ଚାଲିଥିବାରୁ ଏବେ ସେଭଳି ଅବସ୍ଥା ହୋଇଥିବା ବେଳେ ଏନେଇ ପୌରପାଳିକା ଲୋକ ଦେଖାଣିଆ ନୋଟିସ୍‌ କରି ଚୁପ୍‌ ବସିଛି। ଚିଠି ନମ୍ବର ୭୨୬୮/୪-୯-୨୩ରେ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତରେ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର ସଭାପତିଙ୍କୁ ଏହି ଚିଠି କରାଯାଇ ହୋର୍ଡିଂ ଉଠାଇବାକୁ ଲେଖାଯାଇଛି। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ସଭାପତି କେହିନାହାନ୍ତି ପରାମର୍ଶଦାତା କମିଟି ନିର୍ବାଚନ ପରିଚାଳନା କରୁଛନ୍ତି। ଏଣୁ ଏଭଳି ଚିଠିକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠୁଛି। ସେହିପରି କେବେ ସୁଦ୍ଧା ହୋର୍ଡିଂ ଉଠାଇବେ ବା ନ ଉଠାଇଲେ ନିର୍ଦ୍ଦିଷ୍ଟ କାୈଣସି କାର୍ଯ୍ୟାନୁଷ୍ଠାନ ଉଲ୍ଲେଖ ହୋଇ ନ ଥିବାରୁ ଦୁଇ ଦିନ ପରେ ମଧ୍ୟ ହୋର୍ଡିଂ ଉଠାଯାଇନାହିଁ। ଅନେକ ସମୟରେ ବର୍ଷା ପବନରେ ସେସବୁ ଭାଙ୍ଗି, ଚିରି ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତତାର, ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଉପରେ ପଡୁଛି। ମଝିରେ ମଝିରେ ଦାୟିତ୍ୱ ଶେଷ କରିବାକୁ ନୋଟିସ୍‌ ବା ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ଏବଂ ନିଜ ଖର୍ଚ୍ଚରେ ସେସବୁ ଭାଙ୍ଗୁଛନ୍ତି ବା ଚିରୁଛନ୍ତି ବୋଲି ପ୍ରଦୀପ ମହାନ୍ତି କହିଛନ୍ତି। ଉପରେ ପଡୁଛି ଅଧିକ ଚାପ ପଡ଼ିଲେ ନୋଟସ୍‌ କରି ଚୁପ୍‌ ବସୁଛନ୍ତି ବୋଲି ସାମାଜିକ କର୍ମୀ ଦିଲ୍ଲୀପ ସାହୁ କହିଛନ୍ତି। ବିଶେଷକରି ଜିଲାପାଳ କାର୍ଯ୍ୟାଳୟ ଛକ, ଲାବଣ୍ୟ ଛକ, ଗାନ୍ଧୀ ଛକ ଆଦି ଛକରେ ବେଆଇନ ହୋର୍ଡିଂ ଲାଗୁଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ଏବଂ ବଡ଼ବଡ଼ କୋଠା ଘର ଉପରେ ମଧ୍ୟ ଲାଗୁଛି। ସେହିପରି ନୂଆବର୍ଷ, ପୂଜାପାର୍ବଣ ଆସିଲେ, ପରୀକ୍ଷା ଫଳ ପ୍ରକାଶ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ସଂସ୍ଥାଗୁଡ଼ିକର ହୋର୍ଡିଂ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri