ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ କଲେ ହାଇକୋର୍ଟ

କଟକ ଅଫିସ,୨୨ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଲାଗି ରହିଥିବା ସମସ୍ତ ବିବାଦର ଅନ୍ତ ଘଟିଛି। ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ସମସ୍ତ ମାମଲା ଉପରେ ବୁଧବାର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ। ଦାୟର ଜନସ୍ବାର୍ଥ ମାମଲା ସହ ଅନ୍ୟ ସମସ୍ତ  ପିଟିଶନକୁ ହାଇକୋର୍ଟ ଖାରଜ କରିଛନ୍ତି। ପୂର୍ବରୁ ଏ ସଂକ୍ରାନ୍ତୀୟ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିସାରିଥିଲେ।
ସୁପ୍ରିମକୋର୍ଟଙ୍କ ଉକ୍ତ ନିର୍ଦ୍ଦେଶକୁ ଆଧାର କରି ହାଇକୋର୍ଟ ମଧ୍ୟ ଏହା କହିଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଆବେଦନକୁ ଜନସ୍ବାର୍ଥ ମାମଲା କୁହାଯାଇ ପାରିବନାହିଁ । ତେଣୁ ମୂଳ ମାମଲା ସହିତ ଅନ୍ୟ ସମସ୍ତ ବିଚାରାଧୀନ ମାମଲାଗୁଡ଼ିକୁ ହାଇକୋର୍ଟ ଖାରଜ କରିଛନ୍ତି । ଯେହେତୁ ପୂର୍ବରୁ ସୁପ୍ରିମକୋର୍ଟ ମାମଲାକୁ ରଦ୍ଦ କରିସାରିଛନ୍ତି, ତେଣୁ ଆଉ ଶୁଣାଣି କରିବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ, ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ପୁରୀ ବାସିନ୍ଦା ଦିଲ୍ଲୀପ ବରାଳ ପ୍ରଥମେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ପରେ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ମଧ୍ୟ ଏକାଧିକ ଆବେଦନ ହୋଇଥିଲା। ତେବେ ମାମଲାଗୁଡ଼ିକ ହାଇକୋର୍ଟରେ ବିଚାରାଧୀନ ଥିବା ଅବସ୍ଥାରେ ସମାନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଆଉ ଦୁଇଟି ମାମଲା ଦାୟର ହୋଇଥିଲା। ଯାହାକୁ ନିକଟରେ ସୁପ୍ରିମକୋର୍ଟ ଖାରଜ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri