Posted inଫୁରସତ

ଏହି ରଙ୍ଗୀନ କାର୍‌ ପାଇଁ ଯିବାକୁ ପଡ଼ିଲା ହାଇକୋର୍ଟ, ଜାଣନ୍ତୁ କାହିଁକି

୨୦୧୯ ଜୁଲାଇରେ ଆଡ୍‌ଭୋକେଟ୍‌ ରଞ୍ଜିତ ମାଲହୋତ୍ରା ଏକ କାର୍‌ କିଣିଥିଲେ। ଏହି କାର୍‌ଟି ଦେଖିବାକୁ ରଙ୍ଗବେରଙ୍ଗ ତଥା ଖୁବ୍‌ ଆକର୍ଷଣୀୟ। ମେକ୍ସିକୋର ଜଣେ କଳାକାର ଏହି କାର୍‌କୁ ସୁନ୍ଦର ରଙ୍ଗ ଦେଇଥିଲେ। ଏହା ଏକ ଆମ୍ବାସଡାର କାର୍‌। ଯାହାକୁ ରଞ୍ଜିତ୍‌ ଦିଲ୍ଲୀସ୍ଥିତ ୟୁରୋପୀୟ ୟୁନିଅନ୍‌ ଅଫିସରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କଠାରୁ କିଣିଥିଲେ। ଦିଲ୍ଲୀରେ କାର୍‌କୁ ଏନ୍‌ଓସି ମିଳିଯାଇଥିଲା। ମାତ୍ର ପଞ୍ଜାବ ପରିବହନ ବିଭାଗ କାର୍‌ ରଙ୍ଗକୁ ନେଇ ଅଭିଯୋଗ ଉଠାଇଥିଲା। ରଞ୍ଜିତ୍‌ ଏହା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଚଣ୍ଡୀଗଡ଼ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି କାର୍‌ର ରେଜିଷ୍ଟ୍ରେଶନ କରାଯିବ। କୋର୍ଟ ଏହି କାର୍‌ର ମୂଳ ରଙ୍ଗ ଧଳା କରିବାକୁ କହିଛନ୍ତି।


ରଞ୍ଜିତ କୁହନ୍ତି, ସେ ଏହି କାର୍‌କୁ ୨୦୧୯ରେ ଦିଲ୍ଲୀର ୟୁରୋପୀୟ ୟୁନିଅନ୍‌ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କଠାରୁ କିଣିଛନ୍ତି। ଏହି କାର୍‌ଟି ଦିଲ୍ଲୀ ପ୍ରଶାସନ ଏବଂ ପରିବହନ ବିଭାଗରୁ ମଧ୍ୟ ଏନ୍‌ଓସି ପାଇଛି। ମାତ୍ର ଚଣ୍ଡୀଗଡ଼ ପରିବହନ ବିଭାଗ କାର୍‌ର ରଙ୍ଗକୁ ନେଇ ପଞ୍ଜୀକରଣ କରିବାକୁ ମନା କରିଦେଇଛି। ଏହି କାରଣରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


ସେ କୁହନ୍ତି, ଏହି କାର୍‌ କିଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏହାର ପ୍ରତ୍ୟେକ ଅଂଶ ନିର୍ଦ୍ଦିଷ୍ଟ ରଙ୍ଗ ଏବଂ ଥିମ୍‌ ଅନୁଯାୟୀ କରାଯାଇଛି। ଏହାକୁ ଆକର୍ଷଣୀୟ ରୂପ ଦିଆଯାଇଛି। ମେକ୍ସିକୋର ସେନ୍‌କୋ ନାମକ ଜଣେ କଳାକାର ଏହି କାର୍‌ରେ ଫୁଲପତ୍ରଠାରୁ ଆରମ୍ଭ କରି ବିଭିନ୍ନ ଜ୍ୟାମିତିକ ଚିତ୍ର ଆଙ୍କିଛନ୍ତି। ସେ ପୂର୍ବରୁ ଅନେକ ଟ୍ରେନ୍‌କୁ ମଧ୍ୟ ଏପରି ଚିତ୍ରିତ କରିଛନ୍ତି।

ଅନ୍ୟପକ୍ଷରେ ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି, ୫୦୦ ବର୍ଷ ପୂର୍ବେ ଜିଟି ରୋଡ୍‌ରେ ଶେର୍‌ ଶାହାଙ୍କ ଦ୍ୱାରା ନିର୍ମିତ ରାସ୍ତାରେ ଚାଲୁଥିବା ଟ୍ରକ୍‌ ଆଗ ଏବଂ ପଛରେ ଚିତ୍ରିତ କରାଯାଇଥିଲା। ଏଥିରେ ଅନେକ ଜିନିଷ ଏବଂ କବିତା ମଧ୍ୟ ଲେଖାଯାଇଥିଲା। ଜଷ୍ଟିସ୍‌ ଜୟଶ୍ରୀ ଠାକୁର ରଞ୍ଜିତ୍‌ ମାଲହୋତ୍ରାଙ୍କୁ ଏହି ରାୟ ଦେବା ସହ ପରିବହନ ବିଭାଗକୁ କାର୍‌ର ପଞ୍ଜୀକରଣ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri