ଛାଡପତ୍ର ପରେ ଅନୁଭବଙ୍କୁ ପାନେ ଦେଲେ ବର୍ଷା, ଯୌତୁକ ପାଇଁ …

ଭୁବନେଶ୍ୱର,୩୦।୧: ପୂର୍ବତନ ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଲା। ଅନୁଭବ ମହାନ୍ତିଙ୍କ ଆବେଦନ ହାଇକୋର୍ଟରେ ଖାରଜ। ଅନୁଭବଙ୍କ ବିରୋଧରେ ହେବ ବିଚାର। ନିମ୍ନ ଅଦାଲତରେ ମାମଲା ଚାଲିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମାମଲାରୁ ବାଦ୍‌ ଦେବା ପାଇଁ ଅନୁଭବ କରିଥିଲେ ଡିସଚାର୍ଜ ପିଟିସନ। ଉଭୟ ପକ୍ଷଙ୍କ ଶୁଣାଣି ପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ତେବେ ଆଜି ମମାଲା ରାୟ ପ୍ରକାଶରେ ତଳ କୋର୍ଟଙ୍କ ଚାର୍ଜଫ୍ରେମ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ହାଇକୋର୍ଟ। ବର୍ଷା ଓ ଅନୁଭବ ପାରିବାରିକ ବିବାଦ ଚାଲିଥିଲା ବେଳେ ବର୍ଷା ଅନୁଭବଙ୍କ ଘରେ ରହୁଥିବା ସମୟରେ ଅନୁଭବ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା। ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା। ଏନେଇ କଟକ ପୁରୀଘାଟ ଥାନାରେ ବର୍ଷା ନିର୍ଯାତନା ମାମଲା ଦାୟର କରିଥିଲେ । ଏହି ମାମଲାରେ ନିମ୍ନ ଅଦାଲତ ଦେଇଥିବା ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ଅନୁଭବ। ହାଇକୋର୍ଟରେ ଆବେଦନ ଖାରଜ ପରେ ଏବେ ଅନୁଭବ ସାମ୍ନା କରିବେ ଆଇନଗତ କାର୍ଯ୍ୟାନୁଷ୍ଠାନ।

Dharitri – The Largest & Most Trusted Odia Daily