Posted inଜାତୀୟ

ଦେଶରେ ଏହି ୩୧ ଜଣଙ୍କ ହେଲିକପ୍ଟର କେବେ ବି କରାଯାଏନି ଯାଞ୍ଚ, ନ ମାନିଲେ…

ନୂଆଦିଲ୍ଲୀ,୧୫।୧୧: ମହାରାଷ୍ଟ୍ର ନିର୍ବାଚନୀ ତାତି ମଧ୍ୟରେ ବିମାନ ଯାତ୍ରା ସମୟରେ କରାଯାଇଥିବା ଯାଞ୍ଚ ଏବେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି କରିଛି। ନିକଟରେ ଯେତେବେଳେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବିମାନକୁ ଦୁଇଥର ଯାଞ୍ଚ କରାଯାଇଥିଲା, ସେତେବେଳେ ସେ ନିଜର ଅସନ୍ତୋଷ ଝାଡିଥିଲେ। ମଙ୍ଗଳବାର ସୋଲାପୁରରେ ନିର୍ବାଚନ ଅଧିକାରୀମାନେ ଦିନେ ଦ୍ୱିତୀୟ ଥର ପାଇଁ ତାଙ୍କ ହେଲିକପ୍ଟରର ଯାଞ୍ଚ କରିିଥିଲେ। ବିମାନ ଯାଞ୍ଚ କରିବା ସହ ସେମାନେ ଉଦ୍ଧବଙ୍କ ବ୍ୟାଗ୍‌ ମଧ୍ୟ ଯାଞ୍ଚ କରିଥିଲେ। ଯାହାକୁ ନେଇ ଉଦ୍ଧବ ଖପ୍ପା ହୋଇ ଯାଇଥିଲେ। ଏନେଇ ପ୍ରତିକ୍ରିୟା ରଖି ଉଦ୍ଧବ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି, ଯେତେବେଳେ ସୋଲାପୁର ଯାଇଥିଲେ ତାଙ୍କ ହେଲିକପ୍ଟରର କାହିଁକି ଯାଞ୍ଚ ହେଲାନାହିଁିଁ? ଗତଥର ଯେତେବେଳେ ସେ ଓଡ଼ିଶା ଯାଥିଲେ। ସେତେବେଳ ତାଙ୍କ ବିମାନର ତଲାସି କରାଯାଇଥିଲା। ଯାହାପରେ ଜଣେ ବ୍ୟକ୍ତିଙ୍କୁ ନିଲମ୍ବିତ କରାଯାଇଥିଲା।

ତେବେ କେବଳ ଉଦ୍ଧବ ନୁହନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବ୍ୟାଗ୍‌ ମଧ୍ୟ ଥରେ ଯାଞ୍ଚ ହୋଇଛି। ଏହି ଯାଞ୍ଚ ରାଜନୀତିି ତାଲିକାରେ ଅଜିତ ପାୱାର ଏବଂ ରାମଦାସ ଅଠୱାଲେଙ୍କ ନାମ ମଧ୍ୟ ରହିଛି। ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି ଯେ, ପ୍ରୋଟୋକଲ ଅନୁଯାୟୀ କେଉଁ କେର୍ଉ ବ୍ୟକ୍ତିଙ୍କ ବିମାନ ଯାଞ୍ଚ କରାଯାଏ ନାହିଁ।

ବିମାନ ଯାତ୍ରା ସମୟରେ କେଉଁ ବ୍ୟକ୍ତି, ନେତା ଓ ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ଯାଞ୍ଚ କରାଯାଏ ନାହିଁ? ଏହି ପ୍ରଶ୍ନ ଲୋକ ସଭାରେ ମଧ୍ୟ ପଚରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହାର ଉତ୍ତର ମଧ୍ୟ ଦେଇଛି। ମନ୍ତ୍ରଣାଳୟ ଅନୁଯାୟୀ ଏହି ନିୟମ କହୁଛି ଯେ ବିମାନ ଯାତ୍ରା ପ୍ରୋଟୋକଲ ଅନୁଯାୟୀ ଦେଶର କିଛି ବ୍ୟକ୍ତିଙ୍କ ବିମାନ ଯାଞ୍ଚ କରଯାଏ ନାହିଁ।

ମନ୍ତ୍ରଣାଳୟ ଦ୍ୱାରା ୩୧ ଜଣଙ୍କୁ ଏକ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ଉପରାଷ୍ଟ୍ରପତି, ଭାରତର ପ୍ରଧାନ ବିଚାରପତି, ଲୋକ ସଭା ବାଚସ୍ପତି, କ୍ୟାବିନେଟ ସ୍ତରୀୟ କେନ୍ଦ୍ର ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ଉପାଧ୍ୟକ୍ଷ, ଯୋଜନା ଆୟୋଗ, ଲୋକ ସଭା ଓ ରାଜ୍ୟ ସଭାର ବିରୋଧୀ, ଭାରତ ରତ୍ନରେ ଭୂଷିତ, ବିଦେଶର ରାଷ୍ଟ୍ରଦୂତ, ଉଚ୍ଚ ଆୟୁକ୍ତ ଏବଂ ତାଙ୍କ ଜୀବନ ସାଥୀ।

ଏହା ବ୍ୟତୀତ ହାଇକୋର୍ଟର ବିଚାରପତି, ମୁଖ୍ୟ ନିର୍ବାଚନ କମିଶନର, ଭାରତର ଅଡିଟର ଜେନେରାଲ, ରାଜ୍ୟ ସଭାର ଡେପୁଟି ସ୍ପିକର ଏବଂ ଲୋକ ସଭାର ଡେପୁଟି ସ୍ପିକର, କେନ୍ଦ୍ର ମନ୍ତ୍ରୀ ପରିଷଦର ରାଷ୍ଟ୍ର ମନ୍ତ୍ରୀ, ଆଟର୍ଣ୍ଣି ଜେନେରାଲ, କ୍ୟାବିନେଟ ସଚିବ, ୟୁନିଅନ ଟେରିଟୋରୀର ଲେଫ୍ଟନାଣ୍ଟ ଗଭର୍ନରସ ଇତ୍ୟାଦିଙ୍କ ଯାଞ୍ଚ କରାଯାଏ ନାହିଁ। ସେହିପରି ଏହି ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସ୍ତ୍ରୀ-ସ୍ବାମୀ ମଧ୍ୟ ଅଛନ୍ତି।

ଦେଶରେ କେତେକ ମନୋନୀତ ବ୍ୟକ୍ତିଙ୍କ କାହିଁକି ଯାଞ୍ଚ କରାଯା ନାହିଁ, ଏହାର ତିନୋଟି ମୁଖ୍ୟ କାରଣ ରହିଛି। ପ୍ରଥମଟି ହେଉଛି ଦେଶର ସର୍ବୋଚ୍ଚ ପଦବୀରେ ଥିବା ଲୋକଙ୍କ ପାଇଁ ଏହି ପ୍ରୋଟୋକଲ ପ୍ରସ୍ତୁତ କରାଯାଇଛି। ଯାହାକୁ ମାନିବା ବାଧ୍ୟତାମୂଳକ ଅଟେ। ଦ୍ୱିତୀୟ କାରଣ ହେଉଛି ବିଦେଶୀ ଅତିଥି ଏବଂ ଉଚ୍ଚ ପଦବୀର ଲୋକଙ୍କୁ ଦିଆଯାଇଥିବା ସମ୍ମାନ। ତୃତୀୟ କାରଣ ହେଉଛି ସେମାନଙ୍କର ସୁରକ୍ଷା ଓ ନିରାପତ୍ତା, ଯାହାଫଳରେ ଏହି ବାହାନାରେ କୌଣସି ବ୍ୟକ୍ତି କିମ୍ବା ଶତ୍ରୁ ସେମାନଙ୍କ ନିକଟରେ ପହଞ୍ଚି ପାରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri