ଚିନ୍ତା ବଢ଼ାଇଛି ଡିପ୍‌ଥେରିଆ, ଜେଇ, ଜଣ୍ଡିସ

ଭୁବନେଶ୍ୱର,୨୫।୬(ଅସମାପିକା ସାହୁ): ରାଜ୍ୟରେ ଡିପ୍‌ଥେରିଆ, ଜଣ୍ଡିସ୍‌ ଏବଂ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌(ଜେଇ) ରୋଗ ଚିନ୍ତା ବଢ଼ାଇଛି। ଏହାର ପ୍ରତିକାର ନିମନ୍ତେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ୩ରୋଗ ବ୍ୟାପିଥିବା ଜିଲାଗୁଡ଼ିକରେ ଆବଶ୍ୟକ ଟିକାକରଣ, ପାନୀୟଜଳ ଯୋଗାଣ ଏବଂ ଚିକିତ୍ସା ସେବା ଯୋଗାଇଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସମ୍ପୃକ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁର ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍ଥିତିର ସମୀକ୍ଷା କରିଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ କହିଛନ୍ତି, ଗତ ୧୦ ଦିନ ହେଲା ଡିପ୍‌ଥେରିଆର ନୂଆ ମାମଲା ସାମ୍ନାକୁ ଆସିନାହିଁ। ସମସ୍ତଙ୍କୁ ଟିକାକରଣ କରାଯାଉଛି। ଘରକୁ ଘର ପିଇବା ପାଣି ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଅପହଞ୍ଚ ଥିବା ଗାଁକୁ ରାସ୍ତା ସଂଯୋଗ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗ ପ୍ରତିରୋଧକ ଶକ୍ତି କମିଲେ ଏଭଳି ରୋଗ ହେବାର ସମ୍ଭାବନା ଅଧିକ ରହିଛି। ତାକୁ ନିୟନ୍ତ୍ରଣ କରିବାକୁ କାମ ଚାଲିଛି। ଡିପ୍‌ଥେରିଆରେ ମୃତ୍ୟୁ ହୋଇଥିବା ଜଣେ ଶିଶୁକୁ ଟିକା ଦିଆଯାଇ ନ ଥିବାନେଇ ଜିଲା ପ୍ରଶାସନ ସୂଚନା ଦେଇଛି। ଆମେ ସମ୍ପୂର୍ଣ୍ଣ ଟିକାକରଣ ସହ ସଚେତନତା ପାଇଁ ନିର୍ଦ୍ଦେଶ ଦେଇଛୁ। ତେବେ କୋରାପୁଟରେ ଗୋଟେ ସପ୍ତାହରେ ଅଜଣା ରୋଗରେ ୪ ଶିଶୁଙ୍କ ଜୀବନ ଯାଇଥିବା ସୋମବାର ଖବର ମିଳିଛି। ଡିପ୍‌ଥେରିଆରେ ଏମାନଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ସମ୍ବଲପୁରରେ ବ୍ୟାପିଥିବା ଜଣ୍ଡିସ ଉପରେ ମନ୍ତ୍ରୀ ସମୀକ୍ଷା କରି କହିଛନ୍ତି, ଏହା ଉପରେ ଆମେ ନଜର ରଖିଛୁ। ଜିଲା ପ୍ରଶାସନ ପକ୍ଷରୁ ଖାଦ୍ୟ ପଦାର୍ଥ ଓ ପାନୀୟ ଜଳର ନମୁନା ଯାଞ୍ଚ କରାଯାଉଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ପାଇପ୍‌ ସବୁ ବଦଳାଯାଉଛି। ୱାଟ୍‌କୋ ପକ୍ଷରୁ ଘରକୁ ଘର ବୁଲି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଇନ୍‌ ସବୁକୁ ତନଖି କରାଯାଇଛି। ତେବେ ଅନେକ ଘରକୁ ନାଳ ତଳ ଦେଇ ବେଆଇନ ଭାବେ ସଂଯୋଗ ହୋଇଥିବା ପାଇପ ଲାଇନ୍‌ ଯାଇଛି। ଆଉ ସେଥିରୁ ସଂକ୍ରମଣ ବ୍ୟାପୁଥିବା ଜଣାପଡ଼ୁଛି। ତେବେ ଆଗାମୀ ୪ ଦିନ ମଧ୍ୟରେ ଏହି ସବୁ ବେଆଇନ ଓ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଯାଇଥିବା ଘରୋଇ ପାଇପ ସଂଯୋଗକୁ ହଟାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ପଡ଼ିଲେ ସେ ନିଜେ ସମ୍ବଲପୁର ଯାଇ ଘଟଣାର ସମୀକ୍ଷା କରିବେ ବୋଲି ମନ୍ତ୍ରୀ କହିଛନ୍ତି। ଜଣ୍ଡିସ ନ ବ୍ୟାପିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ନିରୀକ୍ଷଣ କରାଯାଉଛି। ସହରରେ ଆବଶ୍ୟକସ୍ଥଳେ ସ୍ବଚ୍ଛ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦେବା ସହ ହାଲୋଜିନ୍‌ ବଟିକା ବିତରଣ କରିବା ଓ ସମସ୍ତ ବେଆଇନ ପାଣି ସଂଯୋଗକୁ ବିଚ୍ଛିନ୍ନ କରିବାକୁ କୁହାଯାଇଛି। ମହାନଗର ନିଗମ ଖାଦ୍ୟ ଓ ପାନୀୟ ଜଳର ସ୍ବଚ୍ଛତା ପରୀକ୍ଷା କରିବା ସହ ଏହାର ଗୁଣବତ୍ତା ବଜାୟ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଅନୁଗୋଳ ଜିଲାରେ ଦୁଇଟି ସନ୍ଦିଗ୍ଧ ଘଟଣା ସାମ୍‌ନାକୁ ଆସିଥିଲା। ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମୃତ୍ୟୁ ହୋଇଥିବା ଶିଶୁଙ୍କଠାରେ ରକ୍ତହୀନତାଜନିତ ଅସୁସ୍ଥତା ଥିବାବେଳେ ଅନ୍ୟଜଣଙ୍କ ସେପ୍ଟିସେମିଆରେ ଆକ୍ରାନ୍ତ ଥିଲେ। ଦୁଇଜଣଯାକ ଅପପୁଷ୍ଟିର ଶିକାର ହୋଇ ସେମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିଲା। ଏହି ଦୁଇଟି ଘଟଣାରେ ଆକ୍ରାନ୍ତ ଶିଶୁଙ୍କ ଘର ପାଖରେ ଘୁଷୁରି ଦଳ ରହୁ ନ ଥିବାବେଳେ ମାଟି ମଧ୍ୟ ସନ୍ତସନ୍ତିଆ ନାହିଁ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପରିସ୍ଥିତିର ଅନୁଧ୍ୟାନ ପାଇଁ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ସମ୍ପୃକ୍ତ ଅଞ୍ଚଳକୁ ଗସ୍ତ କରିଛି। ଏସମ୍ପର୍କିତ ସବିଶେଷ ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି ଜିଲାପାଳ ପ୍ରକାଶ କରିଥିବା ବୈଠକରୁ ଜଣାପଡ଼ିଛି। ତେବେ ଯେଉଁ ଗୁଜବ ସୃଷ୍ଟିକାରୀ ଓ ଅସାମାଜିକ ତତ୍ତ୍ବ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ନାମରେ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବା ସହ ଆତଙ୍କ ଖେଳାଉଛନ୍ତି, ସେମାନଙ୍କ ପ୍ରତି ସତର୍କ ରହିବା ସହ ଆବଶ୍ୟକ ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ୩ ଜିଲାପାଳଙ୍କ ସହ ଆଲୋଚନା ହୋଇଛି। ଯେଉଁଠି କିଛି ତ୍ରୁଟି ରହିଛି, ତାକୁ ସମାଧାନ କରି ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁରରେ ୮୨କେସ୍‌ ଆସିଛି। ସେଥିମଧ୍ୟରୁ ୩୯ ହେପାଟାଇଟିସ୍‌-ଏ ବୋଲି ଚିହ୍ନଟ ହୋଇଛି। ବିଶୁଦ୍ଧ ଖାଦ୍ୟ ଓ ପାଣି ଯୋଗାଇବା ପାଇଁ ଖାଦ୍ୟ ନିରାପତ୍ତା ବିଭାଗକୁ କୁହାଯାଇଛି। ହେଲେ ଏହାର ଉତ୍ସ ଜଣାପଡ଼ିନି ସେ କହିଛନ୍ତି। ସେପଟେ କୋରାପୁଟ ଜିଲା ନାରାୟଣପାଟଣାରେ କୌଣସି ଅଜଣା ରୋଗ ନୁହେଁ। ଯାହା ଫଟୋ ଆସିଛି, ତାହା ଚିକେନ ପକ୍ସ ବୋଲି ଜଣାପଡ଼ୁଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୋସେରି ଦୋକାନରେ ବିକ୍ରି କରୁଥିଲେ ମଦ: ମାଡ଼ିବସିଲା…

ଦେବଗଡ଼,୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ  କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ରାମଚନ୍ଦ୍ର ବେହେରା (୫୮) ତାଙ୍କ ଗ୍ରୋସେରି ଦୋକାନରେ ବେଆଇନ ଭାବେ ଦେଶୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri