Categories: Video

ରହସ୍ୟର ବଙ୍ଗଳା ଜିପି ବ୍ଲକ | The Haunted House of GP Block, Meerut

ୟୁପିର ମିରଟ ଜିଲାର ମାଲ ରୋଡ ଠାରୁ ୬୫୦ ମିଟର ଦୂରରେ ଅବସ୍ଥିତ ଜିପି ବ୍ଲକରେ ଥିବା ଏହି ଭୟଙ୍କର ବଙ୍ଗଳା । ଯାହା ଏବେ ସାରା ଦେଶରେ ରହସ୍ୟର ବଙ୍ଗଳା ଭାବେ ବେଶ ପରିଚିତ । ଦିନ ଥିଲା, ଏହି ବଙ୍ଗଳା ଥିଲା ମିରଟର ମୁଖ୍ୟ ଆକର୍ଷଣ । ମାତ୍ର ଏବେ ଏହା ରହସ୍ୟର କୋଠା ପାଲଟି ଯାଇଛି । ଚାରିକଡ ଘଞ୍ଚ ଜଙ୍ଗଲ ମଝିରେ ୩ ଟି ଜରାଜୀର୍ଣ ଜନଶୂନ୍ୟ ବଙ୍ଗଳା । ଯାହା ପଛରେ ରହିଛି କିଛି ଅଲୌକିକ ରହସ୍ୟ କାହାଣୀ । ଯାହାକୁ ମଣିଷ ସହଜରେ ବିଶ୍ୱାସ କରୁନି କି ଅବିଶ୍ୱାସ ବି କରିପାରୁନି । ସ୍ଥାନୀୟ ଲୋକଙ୍କ କହିବା କଥା ଏଠାରେ ରାତି ହେଲେ ୪ ଜଣ ଯୁବକ ଟେବୁଲର ଚାରିକଡରେ ବଙ୍ଗଳାର ପ୍ରଥମ ମହଲାରେ ବସି କ୍ୟାଣ୍ଡେଲ ଜାଳି ମଦ ପିଅନ୍ତି ଆଉ ନିଜ ନିଜ ଭିତରେ କଥା ବି ହୁଅନ୍ତି ।