ହସ୍ତତନ୍ତ ମେଳା ବେପାର ୩ କୋଟି ଛୁଇଁଲା

ଭୁବନେଶ୍ୱର,୧ା୨(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀୟ ପଡ଼ିଆରେ ଚାଲିଥିବା ଜାତୀୟ ହସ୍ତତନ୍ତ ମେଳାର ରବିବାର ଥିଲା ଦ୍ବାଦଶ ଦିବସ। ଦିନକୁ ଦିନ ମେଳାରେ ଗ୍ରାହକଙ୍କ ଭିଡ଼ ବଢ଼ିବା ସହ ବେପାର ଜମୁଛି। ବିଶେଷକରି ସାଧାରଣତନ୍ତ୍ର ଦିବସ, ଶନିବାର ଓ ରବିବାର ଛୁଟି ଦିନରେ ଅଧିକ କାରବାର ହୋଇଛି। ତେବେ ଜାନୁଆରୀ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ମେଳାରେ ପ୍ରାୟ ୩ କୋଟି ଟଙ୍କାର ବ୍ୟବସାୟ ହୋଇଛି। କେବଳ ‘ବୟନିକା’ ଷ୍ଟଲରେ ୫୦ ଲକ୍ଷ ଟଙ୍କାରୁ ଅଧିକ ବିକ୍ରିବଟା ହୋଇଥିବାବେଳେ ଆନ୍ଧ୍ର ପ୍ରଦେଶର ‘ଆପ୍‌କୋ’, ତାମିଲନାଡ଼ୁର ‘କୋପ୍‌ଟେକ୍ସ’, ମଧ୍ୟପ୍ରଦେଶର ‘ମୃଗନୟନୀ’, ଜମ୍ମୁ-କଶ୍ମୀରର ‘କାସ୍‌ଫାବ୍‌’, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ହରିୟାଣାର ହସ୍ତତନ୍ତ ସମିତି ଓ ଅନୁଷ୍ଠାନଗୁଡ଼ିକ ଭଲ ବ୍ୟବସାୟ କରିଥିବାରୁ ଖୁସି ଜାହିର କରିଛନ୍ତି। ଫେବୃଆରୀ ଅର୍ଥାତ୍‌ ମାଘ ମାସ ବିବାହ ଋତୁ ଥିବାରୁ ଆସନ୍ତା ୧୭ ଦନିରେ ମେଳାରେ ଭଲ ବିକ୍ରି ହେବ ବୋଲି ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥା ଆଶାବାଦୀ। ଏହି ଜାତୀୟସ୍ତରୀୟ ମେଳାରେ ୧୬ଟି ରାଜ୍ୟର ସମସ୍ତ ପ୍ରକାରର ବସ୍ତ୍ର ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେପର୍‌ ଲିକ୍‌ ଘଟଣାରେ ମୋଦି ସରକାରଙ୍କ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ସମସ୍ତ ପେପର ଲିକ୍ ଘଟଣାରେ ମାମଲାର ଶୀଘ୍ର ସମାଧାନ ଏବଂ ଦୋଷୀମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରିବା ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ। ଆବଶ୍ୟକୀୟ…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri