ମଧ୍ୟମ ରହିବ ଘରୋଇ ବ୍ରୋକିଂ ଇଣ୍ଡଷ୍ଟ୍ରିର ରାଜସ୍ବ ବୃଦ୍ଧି

ନୂଆଦିଲ୍ଲୀ,୨୪।୩: ଦେଶର ଘରୋଇ ବ୍ରୋକିଂ ଶିଳ୍ପ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ବ ଅଭିବୃଦ୍ଧି ୫% ଅର୍ଥାତ୍‌ ମଧ୍ୟମ ଶ୍ରେଣୀର ରହିବ ବୋଲି ଅନୁମାନ କରାଯାଉଥିବା ଇନ୍‌ଭେଷ୍ଟମେଣ୍ଟ ଇନ୍‌ଫର୍ମେସନ୍‌ ଆଣ୍ଡ କ୍ରେଡିଟ୍‌ ରେଟିଂ ଏଜେନ୍ସି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଆଇସିଆର୍‌ଏ) ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବ୍ରୋକିଂ ଶିଳ୍ପରେ ୨୮,୦୦୦କୋଟିର ରେଭେନ୍ୟୁ ରେକର୍ଡ କରାଯିବ ବୋଲି ଆଶା କରାଯାଉଛି। ଏହି ଚଳିତ ବର୍ଷର ରେଭେନ୍ୟୁ ହାର ଗତ ଆର୍ଥିକ ବର୍ଷ, ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୩୦% ଅଧିକ ରହିବ। ତେବେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଆନୁମାନିକ ରାଜସ୍ବ ଅଭିବୃଦ୍ଧି ଏକ ଅଙ୍କକୁ ଅର୍ଥାତ୍‌ ୫%କୁ ଖସିଆସିବ। ବିଭିନ୍ନ ଘରୋଇ ତଥା ଅନ୍ତର୍ଜାତୀୟ ସୂତ୍ର ଯୋଗୁ ବଜାର ଅସ୍ଥିର ରହିବ ବୋଲି ଆଶା କରାଯାଉଛି। କାରବାର ପରିମାଣ କିଛିମାସ ପର୍ଯ୍ୟନ୍ତ ଅଭିବୃଦ୍ଧି ଘଟିବ ବୋଲି ଏଜେନ୍ସି ପକ୍ଷରୁ ରିପୋର୍ଟ କରାଯାଇଥିଲେ ମଧ୍ୟ ମୁଖ୍ୟ ରୂପରେ ଡେରିଭେଟିଭ୍‌ ସେଗ୍‌ମେଣ୍ଟ ଦ୍ୱାରା ପରିଚାଳିତ ଦୀର୍ଘସ୍ଥାୟୀ ପୁଞ୍ଜିବଜାରଗୁଡ଼ିକ ଅର୍ଥ ସେଗ୍‌ମେଣ୍ଟ କାରବାର ଏବଂ ଅନ୍ୟାନ୍ୟ ସହଯୋଗୀ ପୁଞ୍ଜିବଜାର ଉପରେ ପ୍ରଭାବ ପକାଇପାରେ। ତେଣୁ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ବ୍ରୋକିଂ ଶିଳ୍ପକୁ ଅନେକ ମାତ୍ରାରେ ପ୍ରଭାବ ପକାଇପାରେ ବୋଲି ଆର୍ଥିକ କ୍ଷେତ୍ର ମୂଲ୍ୟାୟନ, ଆଇସିଆର୍‌ଏ ରେଟିଂର ଉପସଭାପତି ସମୃଦ୍ଧି ଚୌଧୁରୀ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ହାରାହାରି ଦୈନିକ କାରବାର, ପୂର୍ବ ଆର୍ଥିକ ବର୍ଷରେ ଏହି କାରବାର ୨୮ ଟ୍ରିଲିୟନ୍‌ ଅପେକ୍ଷା ୨.୩ଗୁଣ ବୃଦ୍ଧି ପାଇ ୬୩ ଟ୍ରିଲିୟନରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri