ଭୂତଳ ଜଳପତ୍ତନ ଖସୁଛି

ଭୁବନେଶ୍ୱର,୨୪।୩(ରବିନାରାୟଣ ଜେନା): ରାଜ୍ୟରେ ଭୂତଳ ଜଳପତ୍ତନ ଦିନକୁ ଦିନ ଖସିବାରେ ଲାଗିଛି। ଏମିତିକି ଗତ ୫ବର୍ଷ ମଧ୍ୟରେ ୦.୫୩ ମିଟର ତଥା ଦେଢ଼ଫୁଟରୁ ଊର୍ଦ୍ଧ୍ୱ ଖସିଲାଣି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ କହିଛନ୍ତି।
ରାଜ୍ୟରେ ଭୂତଳ ଜଳର ବ୍ୟବହାର ନେଇ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ରାଜ୍ୟରେ ଭୂତଳ ଜଳ ଆକଳନ ୨୦୨୪ ଅନୁସାରେ ବାର୍ଷିକ ଭୂତଳ ଜଳ ଉତ୍ତୋଳନର ପରିମାଣ ବିଲିଅନ କ୍ୟୁବିକ୍‌ ମିଟର(ବିସିଏମ୍‌) ଅଟେ। ଏଥିରୁ ଉଠାଜଳସେଚନ ପାଇଁ ସର୍ବାଧିକ ପରିମାଣ ବ୍ୟବହାର ହେଉଛି। ଉଠାଜଳସେଚନ ଲାଗି ୬.୨୮ ବିସିଏମ୍‌ ରହିଥିବାବେଳେ ୦.୧୯ ବିସିଏମ ଶିଳ୍ପ ପାଇଁ ଏବଂ ୧.୨୬ ବିସିଏମ୍‌ ପାନୀୟଜଳ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ରହିଛି। ହେଲେ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ବୁନ୍ଦା ଭୂତଳ ଜଳ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବ୍ୟବହାର ହେଉନାହିଁ।
ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ୨୦୨୦ରେ ଜଳସେଚନ ପାଇଁ ୫.୫ ବିସିଏମ୍‌ ଜଳ ଉତ୍ତୋଳନ ହୋଇଥିବାବେଳେ ଶିଳ୍ପକ୍ଷେତ୍ର ପାଇଁ ୦.୧୫ ବିସିଏମ୍‌ ଏବଂ ପାନୀୟଜଳ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧.୨୧ ବିସିଏମ୍‌ ଉତ୍ତୋଳନ ହୋଇଥିଲା। ସେହିପରି ୨୦୨୨ରେ ଉଠାଜଳସେଚନ କ୍ଷେତ୍ର ଲାଗି ୫.୮୩ ବିସିଏମ୍‌, ଶିଳ୍ପ ପାଇଁ ୦.୧୬ ବିସିଏମ୍‌, ପାନୀୟଜଳ ପାଇଁ ୧.୨୪ ବିସିଏମ୍‌ ଉତ୍ତୋଳନ ହୋଇଥିଲା। ସେହିପରି ୨୦୨୩ରେ ଏହା ବଢ଼ି ଉଠାଜଳସେଚନ ଲାଗି ୫.୯୬ ବିସିଏମ୍‌, ଶିଳ୍ପ ପାଇଁ ୦.୧୮ ବିସିଏମ୍‌, ପାନୀୟଜଳ ଓ ଅନ୍ୟାନ୍ୟ କ୍ଷେତ୍ର ଲାଗି ୧.୨୫ ବିସିଏମ୍‌ ଜଳ ଉତ୍ତୋଳନ ହୋଇଥିବାବେଳେ ୨୦୨୪ରେ ୬.୨୮ ବିସିଏମ୍‌ ଉଠାଜଳସେଚନ ପାଇଁ ୦.୧୯ ଶିଳ୍ପକ୍ଷେତ୍ର ପାଇଁ ଏବଂ ୧.୨୬ ବିସିଏମ୍‌ ପାନୀୟଜଳ ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ ବ୍ୟବହାର ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ସରକାର ରାଜ୍ୟରେ ପ୍ରତ୍ୟେକ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରିବାପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସମାନ ପରିମାଣର ଜଳସେଚନ ହୋଇପାରି ନାହିଁ। ପୂର୍ବ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ପାଇଁ ୭ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ କରାଯିବାକୁ ପୂର୍ବ ବଜେଟରେ ଲକ୍ଷ୍ୟ ରଖାଯାଇଥିଲା। ହେଲେ ପୂର୍ବ ସରକାର ସମୟରେ ଇନଷ୍ଟ୍ରିମ ଷ୍ଟୋରେଜର ସଫଳ ରୂପାୟନ ହୋଇପାରିଲା ନାହିଁ। ବର୍ଷା ଓ ବନ୍ୟାଜଳ ସଂରକ୍ଷଣ କରିବା ସହିତ ଏହାର ସୁପରିଚାଳନା କରିବା ଏବଂ ମରୁଡ଼ି ସମୟରେ ଜଳ ସଙ୍କଟକୁ ଏଡ଼ାଇବା ଇନ୍‌ଷ୍ଟ୍ରିମ୍‌ ପ୍ରୋଜେକ୍ଟର ଲକ୍ଷ୍ୟ ରହିଥିଲା। ମାତ୍ର ଏହାର କାର୍ଯ୍ୟାନ୍ବୟନ ଅଭାବରୁ ବୃହତ୍‌ ଉଠାଜଳସେଚନ ସହିତ କ୍ଷୁଦ୍ର ଓ ମଧ୍ୟମ ଉଠାଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦ୍ବାରା ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଉଛି।
ତଥ୍ୟ ଅନୁଯାୟୀ, ଗତବର୍ଷ ୮ଟି ବ୍ଲକ ସେମି କ୍ରିଟିକାଲ ବର୍ଗରେ ଆସୁଥିବାବେଳେ ଚଳିତବର୍ଷ ଗରଦପୁର ବ୍ଲକଟି ଏଥିରୁ ମୁକୁଳିଛି। ମାତ୍ର ଏହି ସମୟରେ ଶିଳ୍ପାୟନ ଓ ଜଳସେଚନ ଚାହିଦା ଯୋଗୁଁ ଖୋର୍ଦ୍ଧା ଓ ଝାରସୁଗୁଡା ଜିଲା ସେମି କ୍ରିଟିକାଲକୁ ଚାଲିଯାଇଛି। କେବଳ ଯେ ଖୋର୍ଦ୍ଧା ଓ ଝାରସୁଗୁଡ଼ା ବ୍ଲକ ଏହି ଜଟିଳ ପରିସ୍ଥିତିକୁ ଯାଇଛି ତାହା ନୁହେଁ, ଭୁବନେଶ୍ବର ବ୍ଲକ ମଧ୍ୟ ଏହି ବର୍ଗରେ ପୂର୍ବରୁ ରହି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri