ଭୂତଳ ଜଳପତ୍ତନ ଖସୁଛି

ଭୁବନେଶ୍ୱର,୨୪।୩(ରବିନାରାୟଣ ଜେନା): ରାଜ୍ୟରେ ଭୂତଳ ଜଳପତ୍ତନ ଦିନକୁ ଦିନ ଖସିବାରେ ଲାଗିଛି। ଏମିତିକି ଗତ ୫ବର୍ଷ ମଧ୍ୟରେ ୦.୫୩ ମିଟର ତଥା ଦେଢ଼ଫୁଟରୁ ଊର୍ଦ୍ଧ୍ୱ ଖସିଲାଣି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ କହିଛନ୍ତି।
ରାଜ୍ୟରେ ଭୂତଳ ଜଳର ବ୍ୟବହାର ନେଇ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ରାଜ୍ୟରେ ଭୂତଳ ଜଳ ଆକଳନ ୨୦୨୪ ଅନୁସାରେ ବାର୍ଷିକ ଭୂତଳ ଜଳ ଉତ୍ତୋଳନର ପରିମାଣ ବିଲିଅନ କ୍ୟୁବିକ୍‌ ମିଟର(ବିସିଏମ୍‌) ଅଟେ। ଏଥିରୁ ଉଠାଜଳସେଚନ ପାଇଁ ସର୍ବାଧିକ ପରିମାଣ ବ୍ୟବହାର ହେଉଛି। ଉଠାଜଳସେଚନ ଲାଗି ୬.୨୮ ବିସିଏମ୍‌ ରହିଥିବାବେଳେ ୦.୧୯ ବିସିଏମ ଶିଳ୍ପ ପାଇଁ ଏବଂ ୧.୨୬ ବିସିଏମ୍‌ ପାନୀୟଜଳ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ରହିଛି। ହେଲେ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ବୁନ୍ଦା ଭୂତଳ ଜଳ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବ୍ୟବହାର ହେଉନାହିଁ।
ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ୨୦୨୦ରେ ଜଳସେଚନ ପାଇଁ ୫.୫ ବିସିଏମ୍‌ ଜଳ ଉତ୍ତୋଳନ ହୋଇଥିବାବେଳେ ଶିଳ୍ପକ୍ଷେତ୍ର ପାଇଁ ୦.୧୫ ବିସିଏମ୍‌ ଏବଂ ପାନୀୟଜଳ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧.୨୧ ବିସିଏମ୍‌ ଉତ୍ତୋଳନ ହୋଇଥିଲା। ସେହିପରି ୨୦୨୨ରେ ଉଠାଜଳସେଚନ କ୍ଷେତ୍ର ଲାଗି ୫.୮୩ ବିସିଏମ୍‌, ଶିଳ୍ପ ପାଇଁ ୦.୧୬ ବିସିଏମ୍‌, ପାନୀୟଜଳ ପାଇଁ ୧.୨୪ ବିସିଏମ୍‌ ଉତ୍ତୋଳନ ହୋଇଥିଲା। ସେହିପରି ୨୦୨୩ରେ ଏହା ବଢ଼ି ଉଠାଜଳସେଚନ ଲାଗି ୫.୯୬ ବିସିଏମ୍‌, ଶିଳ୍ପ ପାଇଁ ୦.୧୮ ବିସିଏମ୍‌, ପାନୀୟଜଳ ଓ ଅନ୍ୟାନ୍ୟ କ୍ଷେତ୍ର ଲାଗି ୧.୨୫ ବିସିଏମ୍‌ ଜଳ ଉତ୍ତୋଳନ ହୋଇଥିବାବେଳେ ୨୦୨୪ରେ ୬.୨୮ ବିସିଏମ୍‌ ଉଠାଜଳସେଚନ ପାଇଁ ୦.୧୯ ଶିଳ୍ପକ୍ଷେତ୍ର ପାଇଁ ଏବଂ ୧.୨୬ ବିସିଏମ୍‌ ପାନୀୟଜଳ ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ ବ୍ୟବହାର ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ସରକାର ରାଜ୍ୟରେ ପ୍ରତ୍ୟେକ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରିବାପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସମାନ ପରିମାଣର ଜଳସେଚନ ହୋଇପାରି ନାହିଁ। ପୂର୍ବ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ପାଇଁ ୭ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ କରାଯିବାକୁ ପୂର୍ବ ବଜେଟରେ ଲକ୍ଷ୍ୟ ରଖାଯାଇଥିଲା। ହେଲେ ପୂର୍ବ ସରକାର ସମୟରେ ଇନଷ୍ଟ୍ରିମ ଷ୍ଟୋରେଜର ସଫଳ ରୂପାୟନ ହୋଇପାରିଲା ନାହିଁ। ବର୍ଷା ଓ ବନ୍ୟାଜଳ ସଂରକ୍ଷଣ କରିବା ସହିତ ଏହାର ସୁପରିଚାଳନା କରିବା ଏବଂ ମରୁଡ଼ି ସମୟରେ ଜଳ ସଙ୍କଟକୁ ଏଡ଼ାଇବା ଇନ୍‌ଷ୍ଟ୍ରିମ୍‌ ପ୍ରୋଜେକ୍ଟର ଲକ୍ଷ୍ୟ ରହିଥିଲା। ମାତ୍ର ଏହାର କାର୍ଯ୍ୟାନ୍ବୟନ ଅଭାବରୁ ବୃହତ୍‌ ଉଠାଜଳସେଚନ ସହିତ କ୍ଷୁଦ୍ର ଓ ମଧ୍ୟମ ଉଠାଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦ୍ବାରା ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଉଛି।
ତଥ୍ୟ ଅନୁଯାୟୀ, ଗତବର୍ଷ ୮ଟି ବ୍ଲକ ସେମି କ୍ରିଟିକାଲ ବର୍ଗରେ ଆସୁଥିବାବେଳେ ଚଳିତବର୍ଷ ଗରଦପୁର ବ୍ଲକଟି ଏଥିରୁ ମୁକୁଳିଛି। ମାତ୍ର ଏହି ସମୟରେ ଶିଳ୍ପାୟନ ଓ ଜଳସେଚନ ଚାହିଦା ଯୋଗୁଁ ଖୋର୍ଦ୍ଧା ଓ ଝାରସୁଗୁଡା ଜିଲା ସେମି କ୍ରିଟିକାଲକୁ ଚାଲିଯାଇଛି। କେବଳ ଯେ ଖୋର୍ଦ୍ଧା ଓ ଝାରସୁଗୁଡ଼ା ବ୍ଲକ ଏହି ଜଟିଳ ପରିସ୍ଥିତିକୁ ଯାଇଛି ତାହା ନୁହେଁ, ଭୁବନେଶ୍ବର ବ୍ଲକ ମଧ୍ୟ ଏହି ବର୍ଗରେ ପୂର୍ବରୁ ରହି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri