Posted inଫୁରସତ

ବରଣମାଳା ପୂର୍ବରୁ କନ୍ୟାଙ୍କ ସହ ଏମିତି କାମ କରିଦେଲେ ବର: ଲୋକେ କହିଲେ, ଆଉ କିଛି ସମୟ ଅପେକ୍ଷା କରିଦେଇଥିଲେ ହୋଇ ନ ଥାନ୍ତା, ଦେଖନ୍ତୁ ଭିଡିଓ

ବିବାହ ଜଣେ ବ୍ୟକ୍ତିଙ୍କ ଜୀବନର ସବୁଠାରୁ ସ୍ମରଣୀୟ ଦିନ। ସେଦିନ ବର ଏବଂ କନ୍ୟା ରାଜା-ରାଣୀ ପରି ସଜେଇ ହୋଇଥାନ୍ତି। ଆଖପାଖରେ ଥିବା ସମସ୍ତଙ୍କ ନଜର ସେମାନଙ୍କ ଉପରେ ଥାଏ। ସୋସିଆଲ ମିଡିଆରେ ବିବାହର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ବର ଭୁଲି ଯାଇଛନ୍ତି ଯେ ସମସ୍ତେ ତାଙ୍କୁ ଦେଖୁଛନ୍ତି। ସେ ନିଜ ଭାବି ସ୍ତ୍ରୀଙ୍କ ସହ ମଞ୍ଚରେ ରୋମାନ୍ସ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବର ଓ କନ୍ୟା ବରମାଳା କାର୍ଯ୍ୟକ୍ରମ ସମୟରେ ବିବାହ ମଞ୍ଚରେ ଠିଆ ହୋଇଥିବା ନଜର ଆସିଛନ୍ତି। ଉଭୟଙ୍କ ହାତରେ ଫୁଲମାଳ ଥିବା ଦେଖିବାକୁ ମିଳୁଛି। ଅନେକ ଲୋକ ମଧ୍ୟ ତାଙ୍କ ଚାରିପାଖରେ ଠିଆ ହୋଇଛନ୍ତି। ତା’ପରେ ବର କନ୍ୟାର କାନରେ କିଛି କଥା କହୁଥିବା ନଜର ଆସିଛନ୍ତି। ଏହା ପରେ ବର କନ୍ୟାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ଦେଖାଯାଏ। ସେ ଦୁଇଥର ଏପରି କରନ୍ତି ଏବଂ ଶେଷରେ ସେ କନ୍ୟା ଗାଲରେ ଚୁମ୍ବନ ଦିଅନ୍ତି। ଲୋକମାନେ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଦମ୍ପତିଙ୍କ ସୁନ୍ଦର ରୋମାନ୍ସର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ଏହି ଭିଡିଓ ଇନଷ୍ଟାଗ୍ରାମରେ @ blacklisted_x3 ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଯାହାକୁ ଅନେକ ଲୋକ ଦେଖିଛନ୍ତି। ପ୍ରାୟ ୧୦ ହଜାର ଲାଇକ ମଧ୍ୟ ମିଳିଛି। ଏହି ଭିଡିଓରେ ଲୋକଙ୍କ ଠାରୁ ଅନେକ ପ୍ରତିକ୍ରିୟା ଆସୁଛି। ଜଣେ ୟୁଜର୍ସ ଲେଖିଛନ୍ତି, ଆଉ କିଛି ସମୟ ଅପେକ୍ଷା କରିଦେଇଥିଲେ ହୋଇ ନ ଥାନ୍ତା।

 

View this post on Instagram

 

A post shared by Dheeraj Kaushik (@blacklisted_x3)


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri