ପିପିଇ କିଟ୍‌ ପିନ୍ଧି ବୁଢ଼ୀମାଙ୍କୁ ମୁଖାଗ୍ନି ଦେଲେ ନାତି

କୋଦାଡ଼, ୨୧।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। କେତେକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେବାକୁ ଲୋକେ ଆସୁ ନ ଥିବା ଘଟଣାମାନ ଘଟୁଛି। ସମ୍ପ୍ରତି ତେଲଙ୍ଗାନାରେ ଜଣେ ନାତି ବୁଢ଼ୀମାଙ୍କୁ ପିପିଇ କିଟ୍‌ ପିନ୍ଧି ମୁଖାଗ୍ନି ଦେଇଛନ୍ତି। କୋଦାଡ଼ ଅଞ୍ଚଳର ମୁନଗାଲା ଗାଁରେ ଏଭଳି ଘଟିଛି। ବୁଢ଼ୀମାଙ୍କର ମୃତ୍ୟୁ ଘଟିଥିଲା। ଭୟରେ ଗାଁ ଲୋକେ ଶ୍ମଶାନ ପର୍ଯ୍ୟନ୍ତ କୋକେଇକୁ ବୋହି ନେବାକୁ ଆସି ନ ଥିଲେ। ନାତିଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଥିବାରୁ ସେ କ୍ୱାରାଣ୍ଟାଇନ୍‌ରେ ଥିଲେ। ଗାଁ ଲୋକେ ତାଙ୍କୁ ଫୋନ୍‌ କରି ଏସମ୍ପର୍କରେ ସୂଚନା ଦେଇଥିଲେ। ସେ ସନ୍ଧ୍ୟା ୭ଟାରେ ଗାଁରେ ପହଞ୍ଚି ମୃତଦେହ ନେବାକୁ କାକୁତି ମିନତି କରିଥିଲେ। ତେବେ ଗାଁ ଲୋକେ ନ ଆସିବାରୁ ସେ ପିପିଇ କିଟ୍‌ ପିନ୍ଧି ବୁଢ଼ୀମାଙ୍କୁ ନିଜ କାରରେ ଶ୍ମଶାନକୁ ନେଇ ସେଠାରେ ଅନ୍ତିମ ସଂସ୍କାର କରିଥିଲେ। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୭ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧ା୬ପି.ଟି.): ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ତଥା ବଜେଟ ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ...

ଟଳିବ ମହାରାଷ୍ଟ୍ର ସଙ୍କଟ: ଶିବସେନା ନେତୃତ୍ୱରେ ସରକାର ଗଠନ ପାଇଁ ଏନ୍‌ସିପି-କଂଗ୍ରେସ ରାଜି

ନୂଆଦିଲ୍ଲୀ,୨୧।୧୧(ପି.ଟି./ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ନିର୍ବାଚନର ମାସକ ପରେ ସମ୍ଭବତଃ ହିସାବ ଛିଣ୍ଡିଛି। ଶିବସେନା ନେତୃତ୍ୱରେ ପାଳିକରି ସରକାର ଗଠନ ପାଇଁ ରାଜି ହୋଇଛନ୍ତି ବିରୋଧୀ ମେଣ୍ଟ। ମୁଖ୍ୟମନ୍ତ୍ରୀ...

ହସ୍ପିଟାଲରେ ଭୀଷଣ ନିଆଁ: ୬୦ ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତର

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ବୁଧବାର ସକାଳେ ଭୀଷଣ ନିଆଁ ଲାଗିଛି। ଆଇସିୟୁ ୱାର୍ଡରେ ପ୍ରବଳ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି...

‘ହର ହର ମହାଦେବ’ ଧ୍ୱନୀରେ ମୋଦିଙ୍କୁ ସ୍ବାଗତ କଲା ବାରଣାସୀ

ବାରଣାସୀ,୨୭।୫: ଲୋକ ସଭା ନିର୍ବାଚନରେ ଅଭୁତ ପୂର୍ବ ସଫଳତା ପରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବାରଣାସୀ ଗସ୍ତ କରିଛନ୍ତି। ବିମାନ...

ସମିର ୱାନଖେଡେଙ୍କର ବଦଳି, ଆର୍ଯ୍ୟନ ଖାଁ ମାମଲାର କରି ସାରିଛନ୍ତି ଯାଞ୍ଚ

ନୂଆଦିଲ୍ଲୀ,୩୧ ।୫: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସହ ଜଡିତ ଡ୍ରଗ୍ସ ମାମଲାର ଯାଞ୍ଚ କରିଥିବା ଅଧିକାରୀ ସମିର ୱାନଖେଡେଙ୍କର ବଦଳି...

ସଞ୍ଜୟ ରାଉତଙ୍କୁ ଭେଟିଲେ ଭାଜପା ନେତା

ମୁମ୍ବାଇ,୧୨।୧୧: ଶିବସେନାର ଏମ୍‌ପି ସଞ୍ଜୟ ରାଉତ ମୁମ୍ବାଇ ସ୍ଥିତ ଲିଲାବତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମଙ୍ଗଳବାର ଭାଜପା ନେତା ଆଶୀଷ ସେଲାର ତାଙ୍କୁ ଭେଟିଛନ୍ତି।...

ବରଣମାଳା ପକାଇବା ପୂର୍ବରୁ ବରଙ୍କୁ ଏମିତି ପ୍ରଶ୍ନ କଲେ କନ୍ୟା: ଭାଙ୍ଗିଗଲା ବିବାହ

ବିବାହ ଭାଙ୍ଗିବାର ଅନେକ କାରଣ ଥାଏ। କେତେବେଳେ ଯୌତୁକ ପାଇଁ ତ ଆଉ କେତେବେଳେ ଅନ୍ୟ କିଛି ଘଟଣା ପାଇଁ ବିବାହ ଭାଙ୍ଗିଯାଏ। କିନ୍ତୁ ଉତ୍ତରପ୍ରଦେଶ...

୩ଦିନରୁ ଭୋକିଲା ପେଟରେ ଶ୍ରମିକ

କେନ୍ଦୁଝର,୨।୪(ସ୍ବ.ପ୍ର.): ପଶ୍ଚିମବଙ୍ଗ ଓ ବିହାରରୁ ପାଖାପାଖି ୩୦ଜଣ ନିର୍ମାଣ ମିସ୍ତ୍ରୀ, ତୁଳା କାମ ଓ କାଠ କାମ ମିସ୍ତ୍ରୀ କାର୍ଯ୍ୟ ସକାଶେ କେନ୍ଦୁଝରକୁ ଆସିଥିଲେ। ଲକ୍‌ଡାଉନ୍‌...

Advertisement
Archives

Model This Week