ଭଞ୍ଜନଗର,୨୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ରବିବାର ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏନେଇ ସ୍ଥାନୀୟ ଉପଜିଲାପାଳ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ଉପଜିଲାପାଳ ଉମା ଶଙ୍କର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହାପରେ ଟାଉନ ହଲ ପରିସରରେ ଏକ ସଭା ହୋଇଥିଲା। ଏଥିରେ ଉପଜିଲାପାଳ ବେହେରା ଯୋଗଦେଇ ୨୦୧୧ରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଆସୁଛି ବୋଲି କହିଥିଲେ। ଭାରତ ଏକ ସଫଳ ଗଣତନ୍ତ୍ର ରାଷ୍ଟ୍ର। ଆମ ଦେଶରେ ଅବାଧ ଓ ମୁକ୍ତ ନିର୍ବାଚନ ହେଉଛି। ଅଧିକରୁ ଅଧିକ ମତଦାତା ନିର୍ବାଚନରେ ଭାଗ ନେଇ ନିଜର ମତଦାନ ସାବ୍ୟସ୍ତ କରନ୍ତୁ। ତା’ହେଲେ ଯାଇ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ।ମହିଳା ଏବଂ ଯୁବ ଓ ନବାଗତ ଭୋଟରମାନେ ନିର୍ବାଚନରେ ଯେତେ ଅଧିକରୁ ଅଧିକ ଭାଗ ନେବେ ଗଣତନ୍ତ୍ର ସେତେ ଅଧିକ ମଜବୁତ ହୋଇପାରିବ। ଏଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଉପଜିଲାପାଳ ଆହାନ କରିଥିଲେ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଉତ୍ସବରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ସ୍ବେଚ୍ଛାସେବୀ, ଯୁବ ରେଡକ୍ରସ, ଏନ୍ସିସି କ୍ୟାଡେଟ, ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏବଂ ଅନ୍ୟମାନେ ଭାଗନେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସବ କଲେକ୍ଟର ତୁଲୀଅମା ପ୍ରଧାନ, ବିଡିଓ ଭାରତୀ ଦେବୀ, ଡେପୁଟୀ କଲେକ୍ଟର ରଚିତା ମହାପାତ୍ର, ଅତିରିକ୍ତ ତହସିଲଦାର ଅବିନାଶ ମହାର, ସାବିତ୍ରୀ ମହିଳା ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ଦାସ, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା, ସହକାରୀ ଜିଲାପାଳ ରାମଚନ୍ଦ୍ର ମହାପାତ୍ର, ଫକୀର ଜୀନ ଜ୍ୟୋତି ନାୟକ, ଚନ୍ଦ୍ରଗିରି ଗାୟତ୍ରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜାତୀୟ ମତଦାତା ଦିବସର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଉପଜିଲାପାଳ କାର୍ଯ୍ୟାଳୟ ନିର୍ବାଚନ ସେକ୍ସନ କର୍ମଚାରୀ ଲକ୍ଷ୍ମୀନାରାୟଣ ତ୍ରିପାଠୀ, ମୁକ୍ତିପଦ ନାୟକ, ସତ୍ୟ ରଞ୍ଜନ ଜେନା, ଡି ସତ୍ୟ ନାରାୟଣ ରେଡ୍ଡୀ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ଶିକ୍ଷକ ପ୍ରଦୀପ କୁମାର ସାସମଲ, ସୁନୀଲ କେମାର ବେହେରା, ସଞ୍ଜୟ କୁମାର ସେଠୀ, ଚିରଞ୍ଜିବି ସାହୁ ପ୍ରମୁଖ ସହଯୋଗ କରିଥିଲେ।