ଭୋଡାଫୋନ ଟିକସ ମାମଲାରେ ସରକାରଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭୋଡାଫୋନ ପିଏଲ୍‌ସି ଟିକସ ମାମଲାରେ ଅନ୍ତର୍ଜାତୀୟ ମଧ୍ୟସ୍ଥତା କୋର୍ଟ ଦେଇଥିବା ରାୟକୁ ଭାରତ ସରକାର ସିଙ୍ଗାପୁରରେ ଚ୍ୟାଲେଞ୍ଜ କରିଛନ୍ତି। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ରଏଟର୍ସକୁ ଏ ନେଇ ସୂଚନା ଦେଇଛନ୍ତି। ନିକଟରେ ସରକାର କେୟର୍ନ ଏନର୍ଜି ମାମଲାରେ ମଧ୍ୟ ହାରିଯାଇଛନ୍ତି। ପ୍ରାୟ ୮ ହଜାର କୋଟି ଟଙ୍କା ଫେରାଇବା ନେଇ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଣୁ ଭୋଡାଫୋନ ଟିକସ ପ୍ରଦାନ ପ୍ରସଙ୍ଗକୁ ଏବେ ନଜରରେ ରଖାଯାଇଥିବା ଜଣାପଡିଛି। ଦ୍ୱିପାକ୍ଷିକ ନିବେଶ ଚୁକ୍ତିର ସଫଳ ରୂପାୟନ ଦିଗରେ ଭାରତର କାର୍ଯ୍ୟାନୁଷ୍ଠାନ ବାଧକ ବୋଲି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ ବୁଧବାର କହିଥିଲେ। ଅପରପକ୍ଷରେ ଭାରତର ଟିକସ ଅଧିକାରୀମାନେ ଯୁକ୍ତିରେ କହିଛନ୍ତି, ଟିକସ ନିୟମ ପ୍ରଣୟନ କରୁଥିବା କୌଣସି ଦେଶର ବ୍ୟବସ୍ଥାପିକା ସାର୍ବଭୌମତ୍ୱକୁ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ ଗୌଣ କରିପାରିବେ ନାହିଁ। ଭାରତ ସରକାର କିମ୍ବା ବ୍ୟବସ୍ଥାପିକା କ୍ଷମତାକୁ ଅବମାନନା କରାଯାଉ ନାହିଁ । ମାତ୍ର ଭାରତ ଦ୍ୱିପାକ୍ଷିକ ଚୁକ୍ତିରେ ରହିଥିବା ପ୍ରତିବଦ୍ଧତାକୁ ମଧ୍ୟ ଠିକ୍‌ ଭାବେ ପାଳନ କରୁନାହିଁ ବୋଲି ରେଟ୍ରୋସ୍ପେକ୍ଟିଭ ଟିକସ ଦ୍ୱାରା କ୍ଷତିଗ୍ରସ୍ତ କମ୍ପାନୀ କହିଛନ୍ତି। ୨୦୦୭ରେ ହଚିସନକୁ ଅଧିଗ୍ରହଣ କରିବା ଉପରେ ଭୋଡାଫୋନ ବିରୋଧରେ ଇଣ୍ଟେରେଷ୍ଟ ପେମେଣ୍ଟ ଲାଗି ସରକାର ଟାକ୍ସ ଡିମାଣ୍ଡ ରଖିଥିଲେ। ଏହାକୁ ନେଇ ଭୋଡାଫୋନ ମାମଲା ଲଢିଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ଭୋଡାଫୋନ ଭାରତ ସରକାରଙ୍କ ବିରୋଧରେ ପ୍ରାୟ ୨୨,୧୦୦ କୋଟି ଟଙ୍କାର ମାମଲାକୁ ଜିତିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri