‘କ୍ରିପ୍ଟୋ’ର ବର୍ଗୀକରଣ କରିବେ ସରକାର

ନୂଆଦିଲ୍ଲୀ,୨୧।୩: ଜିଏସ୍‌ଟି ଆଇନ ଅନୁସାରେ ‘କ୍ରିପ୍ଟୋକରେନ୍ସି’ର ଶ୍ରେଣୀବିଭାଗ କରି ଏହାର କାରବାରର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ଟିକସ ଆଦାୟ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ‘କ୍ରିପ୍ଟୋ ଏକ୍ସଚେଞ୍ଜସ୍‌’ ଦ୍ୱାରା ଉପଲବ୍ଧ କରାଯାଇଥିବା ସେବାଗୁଡ଼ିକ ଉପରେ କେବଳ ୧୮% ଗୁଡ୍ସ ଆଣ୍ଡ୍‌ ସର୍ଭିସେସ୍‌ ଟ୍ୟାକ୍ସ (ଜିଏସ୍‌ଟି) ଆଦାୟ କରାଯାଇ, ଏହାକୁ ଆର୍ଥିକ ସେବା ଶ୍ରେଣୀଭୁକ୍ତ କରାଯାଇଥାଏ। ଜିଏସ୍‌ଟି ଅଧିକାରୀମାନଙ୍କ ମତରେ ‘କ୍ରିପ୍ଟୋ’ କୌଣସି ଲଟେରି, ଜୁଆ, ବେଟିଂ, ଘୋଡ଼ାଦୌଡ଼ ସହିତ ସମାନ ଏବଂ ଏସବୁର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ୨୮% ଜିଏସ୍‌ଟି ଲାଗିଥାଏ। ଏହାଛଡ଼ା ସୁନା କ୍ଷେତ୍ରରେ ସମ୍ପୂର୍ଣ୍ଣ କାରବାର ମୂଲ୍ୟ ଉପରେ ୩% ଜିଏସ୍‌ଟି ଲଗାଯାଇଥାଏ। ଏ ସମ୍ପର୍କରେ ଜଣେ ଜିଏସ୍‌ଟି ଅଧିକାରୀ କହିଛନ୍ତି ଯେ, କ୍ରିପ୍ଟୋକରେନ୍ସି ଉପରେ ଜିଏସ୍‌ଟି ଲଗାଇବା ସମ୍ବନ୍ଧରେ ସ୍ପଷ୍ଟତାର ଆବଶ୍ୟକତା ରହିଛି। ତେଣୁ ଏହାର ସମ୍ପୂର୍ଣ୍ଣ ଭ୍ୟାଲ୍ୟୁ ଉପରେ ଜିଏସ୍‌ଟି ଲଗାଇବାକୁ ଆମେ ଚିନ୍ତା କରୁଛୁ। ଏହାଛଡ଼ା କ୍ରିପ୍ଟୋକରେନ୍ସିକୁ ଗୁଡ୍ସ ଏବଂ ସର୍ଭିସେସ୍‌ ଭାବେ ବର୍ଗୀକୃତ କରିବା ସମ୍ପର୍କରେ ମଧ୍ୟ ଆମେ ଆଲୋଚନା କରୁଛୁ। କ୍ରିପ୍ଟୋକରେନ୍ସି କାରବାର ଉପରେ ଜିଏସ୍‌ଟି ଲାଗୁ କରାଗଲେ ଏହି ଦର ୦.୧-୧% ରହିବ। ତେଣୁ ପ୍ରଥମେ କ୍ରିପ୍ଟୋକରେନ୍ସି ବର୍ଗୀକରଣ କରାଯାଇ ପରେ ଏହା ଉପରେ ଲାଗୁ ହେବାକୁ ଥିବା ଜିଏସ୍‌ଟି ରେଟ୍‌ ଉପରେ ଆଲୋଚନା କରାଯିବ ବୋଲି ଜିଏସ୍‌ଟି ଅଧିକାରୀ ଜଣକ କହିଛନ୍ତି।
ସୂଚନାଯୋଗ୍ୟ, ଜିଏସ୍‌ଟି ଆଇନରେ ‘କ୍ରିପ୍ଟୋକରେନ୍ସି’ ସମ୍ବନ୍ଧରେ ସ୍ପଷ୍ଚ ରୂପରେ ଆଲୋଚନା ହୋଇନାହିଁ। ୨୦୨୨-୨୩ ସାଧାରଣ ବଜେଟରେ କ୍ରିପ୍ଟୋ ଆସେଟ୍ସ ଉପରେ ଇନ୍‌ କମ୍‌ ଟ୍ୟାକ୍ସ ଲାଗୁ କରିବା ସମ୍ବନ୍ଧରେ କିଛି ମାତ୍ରାରେ ସ୍ପଷ୍ଟତା ଅଣାଯାଇଛି। ସରକାର କ୍ରିପ୍ଟୋ କରେନ୍ସିକୁ ନିୟନ୍ତ୍ରିତ କରିବା ପାଇଁ ଭିନ୍ନ ଏକ ଆଇନ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି କଣ୍ଟ୍ରାକ୍ଟ ସାର୍ବଜନୀନ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଜୟଆଲୁକ୍କାସ ପକ୍ଷରୁ ଜୟୱାଲି ଦିୱାଲି ଉତ୍ସବ

ଭୁବନେଶ୍ୱର, ୧୩ା୧୦: ପାର୍ବଣକୁ ଦୃଷ୍ଟିରେ ରଖି ଜୟଆଲୁକ୍କାସ ପକ୍ଷରୁ ‘ଜୟୱାଲି ଦିୱାଲି’ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଅଳଙ୍କାର ମେକିଙ୍ଗ ଚାର୍ଜ ଉପରେ ୫୦% ରିହାତି…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?