ସରକାର ହିଁ ଶେଷ ଆଶା

ତାଳଚେର,୨ା୪ (ନି.ପ୍ର.) ମାର୍ଚ୍ଚ ୩୧ରେ ସମସ୍ତ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବନ୍ଦ ହୋଇଯାଇଛି ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍‌)। ଫଳରେ ଓଡ଼ିଶାକୁ ଦୈନିକ ୪୬୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ କ୍ଷତି ସହିବାକୁ ପଡ଼ୁଥିବାବେଳେ ଜୀବିକା ହରାଇଛନ୍ତି ସହସ୍ରାଧିକ ଶ୍ରମିକ। ପ୍ଲାଣ୍ଟ ବନ୍ଦ ପୂର୍ବରୁ ଏତେ ସଂଖ୍ୟକ ଶ୍ରମିକଙ୍କ ଜୀବନ ଜୀବିକା କଥା ଚିନ୍ତା କରାଯାଇ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଟିଟିପିଏସ୍‌ ଚାଲୁ ଓ ତୁରନ୍ତ ଷ୍ଟେଜ-୩ ୟୁନିଟ୍‌ ସ୍ଥାପନ ଦାବିରେ ଏକତା ମଞ୍ଚ ପକ୍ଷରୁ ଧାରଣା ଜାରି ରହିଛି। ତେବେ ଆଗାମୀ ୫ ତାରିଖରେ ଏ ନେଇ ସରକାରୀସ୍ତରରେ ଥିବା ବୈଠକ ହିଁ ଶ୍ରମିକମାନଙ୍କ ଶେଷ ଆଶା ପାଲଟିଛି।

୫୪ ବର୍ଷ ଧରି ଏହି ପୁରୁଣା ତାପଜ ବିଦ୍ୟୁତ୍‌ କେନ୍ଦ୍ର ତାଳଚେର ଅର୍ଥନୀତିର ଅନ୍ୟତମ କର୍ଣ୍ଣଧାର ସାଜିଆସିଥିଲା। ଏକ ହଜାରରୁ ଅଧିକ ଶ୍ରମିକ ଏଠାରେ କାର୍ଯ୍ୟରତ ଥିଲେ। ମୋଟ୍‌ ୬ଟି ୟୁନିଟ୍‌ରୁ ଦୈନିକ ଉତ୍ପାଦନ ହେଉଥିବା ୪୬୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ସମ୍ପୂର୍ଣ୍ଣ ଭାବେ ଓଡ଼ିଶାକୁ ମିଳୁଥିଲା। ହେଲେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶ କାର୍ଯ୍ୟକାରୀ କରି ନ ଥିବାରୁ ମାର୍ଚ୍ଚ ୩୧ ପରେ ଏହି ପ୍ଲାଣ୍ଟ ପରିଚାଳନା ପାଇଁ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ଅନୁମତି ମିଳି ନ ଥିଲା। କିନ୍ତୁ ଏହାକୁ ସହଜରେ ବିଶ୍ୱାସ କରୁନାହାନ୍ତି ଶ୍ରମିକମାନେ। ପ୍ଲାଣ୍ଟ ବନ୍ଦ କରିବାକୁ ଏହା ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ଷଡ଼ଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଆସୁଛନ୍ତି। ଗତ ୩୧ ତାରିଖ ସକାଳ ୮ଟା ୪୩ରେ ଟିଟିପିଏସ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ସହ ଲାଇଟ୍‌ ଲିଭାଇ ଦିଆଯାଇଥିଲେ ମଧ୍ୟ ଆଶା ଛାଡ଼ିନାହାନ୍ତି ଶ୍ରମ ସଙ୍ଗଠନ। ପୂର୍ବଭଳି ପ୍ଲାଣ୍ଟ ଚାଲିବ ବୋଲି ଏବେ ବି ଅନେକଙ୍କ ମନରେ ବିଶ୍ୱାସ ରହିଛି। ଉତ୍ସାହ ନ ଥିଲେ ମଧ୍ୟ ପ୍ଲାଣ୍ଟ ସମ୍ମୁଖରେ ଦୈନିକ ଶ୍ରମିକମାନଙ୍କ ଗହଳି ଦେଖିବାକୁ ମିଳୁଛି। ନିଜ ଅନିଶ୍ଚିତ ଭିବିଷ୍ୟତ ଓ ପରିବାର ପ୍ରତିପୋଷଣ ଚିନ୍ତାରେ ଥିବା ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଗୁରୁବାର ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗଣଧାରଣାସ୍ଥଳକୁ ଯାଇ ଶ୍ରମିକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ୫ ତାରିଖରେ ମୁଖ୍ୟ ଶାସନ ସଚିବ, ଶ୍ରମ କମିଶନର ଓ ଏନ୍‌ଟିପିସି ଅଧ୍ୟକ୍ଷଙ୍କ ମଧ୍ୟରେ ଆଲୋଚନା ହେବାକୁ ଥିବାରୁ ସେଯାଏ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବିଧାୟକ ପରାମର୍ଶ ଦେଇଥିବା ସୂଚନା ମିଳିଛି।

କୋଇଲା ପରିବହନ ବନ୍ଦ କରିବୁ
ଆସନ୍ତା ୫ ତାରିଖରେ ଟିଟିପିଏସ୍‌ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେଣୁ ଏତେ ସଂଖ୍ୟକ ଶ୍ରମିକଙ୍କ ଜୀବିକା କିପରି ବଞ୍ଚିବ ସେ ନେଇ ସରକାର କିଛି ନା କିଛି ବାଟ ବାହାର କରିବାର ବିଶ୍ୱାସ ଅଛି। ଏହା ନ ହେଲେ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ କୋଇଲା ଯୋଗାଣ ବନ୍ଦ କରାଯିବ।
-ଆଲୋକ ସାମଲ, ଶ୍ରମିକ

ଅର୍ଥନୈତିକ ଅବରୋଧ ଆରମ୍ଭ ହେବ
ଟିଟିପିଏସ୍‌ରେ ଷ୍ଟେଜ-୩ ୟୁନିଟ୍‌ କେବେ ବସିବ ତାହା ଠିକ୍‌ ଭାବେ ଜଣାନାହିଁ। ଜୀବିକା ଚାଲିଯାଇଥିବାରୁ ସମସ୍ତେ ଚିନ୍ତାରେ ରହିଛୁ। ଯଦି ସରକାର ନିରାଶ କରନ୍ତି ତା’ହେଲେ ଜୋର୍‌ଦାର ପ୍ରତିବାଦ କରାଯିବ। ତାଳଚେରରେ ଅର୍ଥନୈତିକ ଅବରୋଧ ଆରମ୍ଭ ହେବ।
-ଅଶୋକ କୁମାର ମଲ୍ଳିକ, ଶ୍ରମିକ

କିଛିଟା ଆଶା ଅଛି
ସବୁଆଡୁ ନିରାଶ ହେଲୁଣି। ତଥାପି ସରକାରଙ୍କୁ ନେଇ କିଛିଟା ଆଶା କରିଛୁ। କାମଧନ୍ଦା ନ ମିଳିଲେ ପରିବାର ଚଳାଇ ପାରିବୁନି। ତେଣୁ ଶ୍ରମିକମାନଙ୍କ ଜୀବନ ଜୀବିକା କଥା ବିଚାର କରାଯାଉ। ନୂଆ ପ୍ଲାଣ୍ଟ ଆସିଲେ ସେତେବେଳେ କ’ଣ ହେବ ତାହା କିଏ କହିବ।
-ବିମଳ କୁମାର ସାମଲ, ଶ୍ରମିକ

ଶ୍ରମିକଙ୍କ ଭବିଷ୍ୟତ ପ୍ରଶ୍ନବାଚୀରେ
ଟିଟିପିଏସ୍‌ରେ କାର୍ଯ୍ୟ କରୁଥିବା ୧୪୪୬ ଜଣ ଶ୍ରମିକଙ୍କ ଭବିଷ୍ୟତ କ’ଣ ହେବ ତାହା ଏବେ ପ୍ରଶ୍ନବାଚୀରେ ଅଛି। କରୋନା ସମୟରେ ସମସ୍ତଙ୍କ ହାତକୁ କାମ ଦେବା କଥା। କିନ୍ତୁ ଏଠାରେ ଜୀବିକା ଛଡ଼ାଇ ନିଆଯାଇଛି। ସରକାର ଶ୍ରମିକଙ୍କୁ ନିଯୁକ୍ତି ଦେବା ବ୍ୟବସ୍ଥା କରନ୍ତୁ।
-ଶ୍ରବଣ କୁମାର ସାମଲ, ଶ୍ରମିକ

ଠିକଣା ସମୟରେ ଜବାବ ଦିଆଯିବ
ଶ୍ରମିକଙ୍କ ଜୀବନ ଜୀବିକା କଥା ଚିନ୍ତା ନ କରି କାମରୁ ବାହାର କରିଦିଆଗଲା। ଆଗାମୀ ଦିନରେ ସରକାର, ଏନ୍‌ଟିପିସି କର୍ତ୍ତୃପକ୍ଷ ଓ ସ୍ଥାନୀୟ ରାଜନେତାମାନେ କ’ଣ କରୁଛନ୍ତି ତାହାକୁ ହିଁ ଅପେକ୍ଷା କରିଛୁ। ଶ୍ରମିକଙ୍କ ଭବିଷ୍ୟତ ସହ ଖେଳିଲେ ଠିକଣା ସମୟରେ ଜବାବ ଦିଆଯିବ।
-ବିନୋଦ ବାରିକ, ଶ୍ରମିକ

ପରିବାର ସହ ଆତ୍ମାହୁତି ଦେବୁ
ଟିଟିପିଏସ୍‌ରେ ଦୀର୍ଘ ବର୍ଷ କାମ କରିବା ପରେ ମଧ୍ୟ ଶ୍ରମିକମାନଙ୍କ କଥା ବିଚାର କରାଗଲା ନାହିଁ। ଏଠାକାର ରାଜନେତା କେନ୍ଦ୍ରମନ୍ତ୍ରୀ, ଏମ୍‌ପି, ବିଧାୟକ ଅଛନ୍ତି। ଯଦି ସେମାନେ ଆମ କଥା ବିଚାର ନ କରନ୍ତି ତା’ହେଲେ ପରିବାର ସହ ଆତ୍ମାହୁତି ଦେବୁ।
-କାହ୍ନୁଚରଣ ରଥ, ଶ୍ରମିକ


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri