ସରକାର ହିଁ ଶେଷ ଆଶା

ତାଳଚେର,୨ା୪ (ନି.ପ୍ର.) ମାର୍ଚ୍ଚ ୩୧ରେ ସମସ୍ତ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବନ୍ଦ ହୋଇଯାଇଛି ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍‌)। ଫଳରେ ଓଡ଼ିଶାକୁ ଦୈନିକ ୪୬୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ କ୍ଷତି ସହିବାକୁ ପଡ଼ୁଥିବାବେଳେ ଜୀବିକା ହରାଇଛନ୍ତି ସହସ୍ରାଧିକ ଶ୍ରମିକ। ପ୍ଲାଣ୍ଟ ବନ୍ଦ ପୂର୍ବରୁ ଏତେ ସଂଖ୍ୟକ ଶ୍ରମିକଙ୍କ ଜୀବନ ଜୀବିକା କଥା ଚିନ୍ତା କରାଯାଇ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଟିଟିପିଏସ୍‌ ଚାଲୁ ଓ ତୁରନ୍ତ ଷ୍ଟେଜ-୩ ୟୁନିଟ୍‌ ସ୍ଥାପନ ଦାବିରେ ଏକତା ମଞ୍ଚ ପକ୍ଷରୁ ଧାରଣା ଜାରି ରହିଛି। ତେବେ ଆଗାମୀ ୫ ତାରିଖରେ ଏ ନେଇ ସରକାରୀସ୍ତରରେ ଥିବା ବୈଠକ ହିଁ ଶ୍ରମିକମାନଙ୍କ ଶେଷ ଆଶା ପାଲଟିଛି।

୫୪ ବର୍ଷ ଧରି ଏହି ପୁରୁଣା ତାପଜ ବିଦ୍ୟୁତ୍‌ କେନ୍ଦ୍ର ତାଳଚେର ଅର୍ଥନୀତିର ଅନ୍ୟତମ କର୍ଣ୍ଣଧାର ସାଜିଆସିଥିଲା। ଏକ ହଜାରରୁ ଅଧିକ ଶ୍ରମିକ ଏଠାରେ କାର୍ଯ୍ୟରତ ଥିଲେ। ମୋଟ୍‌ ୬ଟି ୟୁନିଟ୍‌ରୁ ଦୈନିକ ଉତ୍ପାଦନ ହେଉଥିବା ୪୬୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ସମ୍ପୂର୍ଣ୍ଣ ଭାବେ ଓଡ଼ିଶାକୁ ମିଳୁଥିଲା। ହେଲେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶ କାର୍ଯ୍ୟକାରୀ କରି ନ ଥିବାରୁ ମାର୍ଚ୍ଚ ୩୧ ପରେ ଏହି ପ୍ଲାଣ୍ଟ ପରିଚାଳନା ପାଇଁ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ଅନୁମତି ମିଳି ନ ଥିଲା। କିନ୍ତୁ ଏହାକୁ ସହଜରେ ବିଶ୍ୱାସ କରୁନାହାନ୍ତି ଶ୍ରମିକମାନେ। ପ୍ଲାଣ୍ଟ ବନ୍ଦ କରିବାକୁ ଏହା ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ଷଡ଼ଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଆସୁଛନ୍ତି। ଗତ ୩୧ ତାରିଖ ସକାଳ ୮ଟା ୪୩ରେ ଟିଟିପିଏସ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ସହ ଲାଇଟ୍‌ ଲିଭାଇ ଦିଆଯାଇଥିଲେ ମଧ୍ୟ ଆଶା ଛାଡ଼ିନାହାନ୍ତି ଶ୍ରମ ସଙ୍ଗଠନ। ପୂର୍ବଭଳି ପ୍ଲାଣ୍ଟ ଚାଲିବ ବୋଲି ଏବେ ବି ଅନେକଙ୍କ ମନରେ ବିଶ୍ୱାସ ରହିଛି। ଉତ୍ସାହ ନ ଥିଲେ ମଧ୍ୟ ପ୍ଲାଣ୍ଟ ସମ୍ମୁଖରେ ଦୈନିକ ଶ୍ରମିକମାନଙ୍କ ଗହଳି ଦେଖିବାକୁ ମିଳୁଛି। ନିଜ ଅନିଶ୍ଚିତ ଭିବିଷ୍ୟତ ଓ ପରିବାର ପ୍ରତିପୋଷଣ ଚିନ୍ତାରେ ଥିବା ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଗୁରୁବାର ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗଣଧାରଣାସ୍ଥଳକୁ ଯାଇ ଶ୍ରମିକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ୫ ତାରିଖରେ ମୁଖ୍ୟ ଶାସନ ସଚିବ, ଶ୍ରମ କମିଶନର ଓ ଏନ୍‌ଟିପିସି ଅଧ୍ୟକ୍ଷଙ୍କ ମଧ୍ୟରେ ଆଲୋଚନା ହେବାକୁ ଥିବାରୁ ସେଯାଏ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବିଧାୟକ ପରାମର୍ଶ ଦେଇଥିବା ସୂଚନା ମିଳିଛି।

କୋଇଲା ପରିବହନ ବନ୍ଦ କରିବୁ
ଆସନ୍ତା ୫ ତାରିଖରେ ଟିଟିପିଏସ୍‌ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେଣୁ ଏତେ ସଂଖ୍ୟକ ଶ୍ରମିକଙ୍କ ଜୀବିକା କିପରି ବଞ୍ଚିବ ସେ ନେଇ ସରକାର କିଛି ନା କିଛି ବାଟ ବାହାର କରିବାର ବିଶ୍ୱାସ ଅଛି। ଏହା ନ ହେଲେ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ କୋଇଲା ଯୋଗାଣ ବନ୍ଦ କରାଯିବ।
-ଆଲୋକ ସାମଲ, ଶ୍ରମିକ

ଅର୍ଥନୈତିକ ଅବରୋଧ ଆରମ୍ଭ ହେବ
ଟିଟିପିଏସ୍‌ରେ ଷ୍ଟେଜ-୩ ୟୁନିଟ୍‌ କେବେ ବସିବ ତାହା ଠିକ୍‌ ଭାବେ ଜଣାନାହିଁ। ଜୀବିକା ଚାଲିଯାଇଥିବାରୁ ସମସ୍ତେ ଚିନ୍ତାରେ ରହିଛୁ। ଯଦି ସରକାର ନିରାଶ କରନ୍ତି ତା’ହେଲେ ଜୋର୍‌ଦାର ପ୍ରତିବାଦ କରାଯିବ। ତାଳଚେରରେ ଅର୍ଥନୈତିକ ଅବରୋଧ ଆରମ୍ଭ ହେବ।
-ଅଶୋକ କୁମାର ମଲ୍ଳିକ, ଶ୍ରମିକ

କିଛିଟା ଆଶା ଅଛି
ସବୁଆଡୁ ନିରାଶ ହେଲୁଣି। ତଥାପି ସରକାରଙ୍କୁ ନେଇ କିଛିଟା ଆଶା କରିଛୁ। କାମଧନ୍ଦା ନ ମିଳିଲେ ପରିବାର ଚଳାଇ ପାରିବୁନି। ତେଣୁ ଶ୍ରମିକମାନଙ୍କ ଜୀବନ ଜୀବିକା କଥା ବିଚାର କରାଯାଉ। ନୂଆ ପ୍ଲାଣ୍ଟ ଆସିଲେ ସେତେବେଳେ କ’ଣ ହେବ ତାହା କିଏ କହିବ।
-ବିମଳ କୁମାର ସାମଲ, ଶ୍ରମିକ

ଶ୍ରମିକଙ୍କ ଭବିଷ୍ୟତ ପ୍ରଶ୍ନବାଚୀରେ
ଟିଟିପିଏସ୍‌ରେ କାର୍ଯ୍ୟ କରୁଥିବା ୧୪୪୬ ଜଣ ଶ୍ରମିକଙ୍କ ଭବିଷ୍ୟତ କ’ଣ ହେବ ତାହା ଏବେ ପ୍ରଶ୍ନବାଚୀରେ ଅଛି। କରୋନା ସମୟରେ ସମସ୍ତଙ୍କ ହାତକୁ କାମ ଦେବା କଥା। କିନ୍ତୁ ଏଠାରେ ଜୀବିକା ଛଡ଼ାଇ ନିଆଯାଇଛି। ସରକାର ଶ୍ରମିକଙ୍କୁ ନିଯୁକ୍ତି ଦେବା ବ୍ୟବସ୍ଥା କରନ୍ତୁ।
-ଶ୍ରବଣ କୁମାର ସାମଲ, ଶ୍ରମିକ

ଠିକଣା ସମୟରେ ଜବାବ ଦିଆଯିବ
ଶ୍ରମିକଙ୍କ ଜୀବନ ଜୀବିକା କଥା ଚିନ୍ତା ନ କରି କାମରୁ ବାହାର କରିଦିଆଗଲା। ଆଗାମୀ ଦିନରେ ସରକାର, ଏନ୍‌ଟିପିସି କର୍ତ୍ତୃପକ୍ଷ ଓ ସ୍ଥାନୀୟ ରାଜନେତାମାନେ କ’ଣ କରୁଛନ୍ତି ତାହାକୁ ହିଁ ଅପେକ୍ଷା କରିଛୁ। ଶ୍ରମିକଙ୍କ ଭବିଷ୍ୟତ ସହ ଖେଳିଲେ ଠିକଣା ସମୟରେ ଜବାବ ଦିଆଯିବ।
-ବିନୋଦ ବାରିକ, ଶ୍ରମିକ

ପରିବାର ସହ ଆତ୍ମାହୁତି ଦେବୁ
ଟିଟିପିଏସ୍‌ରେ ଦୀର୍ଘ ବର୍ଷ କାମ କରିବା ପରେ ମଧ୍ୟ ଶ୍ରମିକମାନଙ୍କ କଥା ବିଚାର କରାଗଲା ନାହିଁ। ଏଠାକାର ରାଜନେତା କେନ୍ଦ୍ରମନ୍ତ୍ରୀ, ଏମ୍‌ପି, ବିଧାୟକ ଅଛନ୍ତି। ଯଦି ସେମାନେ ଆମ କଥା ବିଚାର ନ କରନ୍ତି ତା’ହେଲେ ପରିବାର ସହ ଆତ୍ମାହୁତି ଦେବୁ।
-କାହ୍ନୁଚରଣ ରଥ, ଶ୍ରମିକ


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri