ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ସରକାର ଶ୍ରୀଜୀଉଙ୍କ ନୀତିରେ ହୋଇଥିବା ବିଭ୍ରାଟ ମାନୁ ନ ଥିବା ଅଭିଯୋଗ କରି ବିରୋଧୀ ସଦସ୍ୟମାନେ ଶୁକ୍ରବାର ମୁଲତବୀ ଆଲୋଚନା ଅଧାରୁ ବିଧାନସଭା କକ୍ଷଛାଡ଼ି ବାହାରକୁ ଚାଲି ଯାଇଥିଲେ।
‘ଚଳିତ ବର୍ଷ ପୁରୀ ରଥଯାତ୍ରାରେ ନୀତିରେ ମହା ବିଭ୍ରାଟ, ସରକାର ନୀରବଦ୍ରଷ୍ଟା’ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ ବିଜେଡି ଓ କଂଗ୍ରେସ ଶାସକ ଦଳକୁ ଘେରିଥିଲେ। ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଥିଲେ, ରଥଯାତ୍ରା ସଫଳ ହୋଇନାହିଁ। ମହାପ୍ରଭୁଙ୍କ ନୀତିରେ ମହାବିଭ୍ରାଟ ଘଟିଛି। ସରକାର ଭଗବାନଙ୍କ ନାମ ନେଇ ଆସିଛନ୍ତି। ମହାବିଭ୍ରାଟ ପରେ କହୁଛନ୍ତି ଅଭିଯୋଗ ନିରାଧାର। ସତ ମାନିବାରେ ଅସୁବିଧା କ’ଣ। ସମସ୍ୟା ଲୁଚାଇବା ପରିତାପର ବିଷୟ ବୋଲି କାଡାମ କହିଛନ୍ତି। କଂଗ୍ରେସ ସଭ୍ୟ ଅଶୋକ କୁମାର ଦାସ କହିଛନ୍ତି, ବଡ଼ଦାଣ୍ଡରେ ରଥଯାତ୍ରା ସମୟରେ ଭେଣ୍ଡିଂଜୋନ କରିବାକୁ କିଏ ଅନୁମତି ଦେଇଥିଲେ। ସରକାର ସେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆଗାମୀ ଦିନରେ ଯେପରି ଏଭଳି ଘଟଣା ନ ହେବ ସେଥିପ୍ରତି ସରକାର ସଚେତନ ହେବା ଦରକାର।
ବିଜେଡି ସଭ୍ୟ ବ୍ୟୋମକେଶ ରାୟ କହିଥିଲେ, ପହଣ୍ଡି ବେଳେ ସେଠାରେ ମନ୍ତ୍ରୀ କିମ୍ବା ପ୍ରଶାସକ କେହି ନ ଥିଲେ। ବଡ଼ ଠାକୁର ପଡ଼ିଯିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଆଇନମନ୍ତ୍ରୀ ବିଭ୍ରାଟ କଥା ମାନିବା ସହ କ’ଣ ପଦକ୍ଷେପ ନେଇଛନ୍ତି ଜଣାଇବାକୁ ସେ ଦାବି କରିଛନ୍ତି।
ବିଜେଡି ସଭ୍ୟ ଦେବୀ ରଞ୍ଜନ ତ୍ରିପାଠୀ, ଧ୍ରୁବ ସାହୁ କହିଛନ୍ତି, ଓଡ଼ିଆ ଅସ୍ମିତା କଥା କହି ଭାଜପା ସରକାରକୁ ଆସିବା ପରେ ଏଭଳି ଅଘଟଣ ଘଟିଛି। ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତି କରା ନ ଯାଉ ବୋଲି କହିଛନ୍ତି।
ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ବିରୋଧ କରି ଭାଜପା ସଭ୍ୟ ଟଙ୍କଧର ତ୍ରିପାଠୀ କହିଛନ୍ତି, ରଥଯାତ୍ରା ଶୃଙ୍ଖଳିତ ହୋଇଛି। ୨୦୧୫ରେ ବିଜେଡି ସରକାର ଥିବା ବେଳେ ବ୍ରହ୍ମ ବିଭ୍ରାଟଠାରୁ ଆରମ୍ଭ କରି ରତ୍ନଭଣ୍ଡାର ଚାବି ହଜାଇବା ଭଳି ଅନେକ ଘଟଣା ହୋଇଛି। ତା’ର ପରିଣାମ ଏବେ ଭୋଗୁଛନ୍ତି ବୋଲି ସେ କହିଛନ୍ତି। ଭାଜପା ସଭ୍ୟ ଆଶ୍ରିତ ପଟ୍ଟନାୟକ, ଓମ୍‌ପ୍ରକାଶ ମିଶ୍ର ଏବଂ ସନାତନ ବିଜୁଳି ମହାପ୍ରଭୁଙ୍କୁ ନେଇ ରାଜନୀତି କରିବାରୁ ବିଜେଡି ଶାସନ ଗାଦିରୁ ହଟିଯାଇଛି ବୋଲି କହିଥିଲେ।
ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀର ଜବାବରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବିରୋଧୀଙ୍କ ଆରୋପ କପୋଳକଳ୍ପିତ। ଚଳିତ ରଥଯାତ୍ରାରେ ଗୋଟିଏ ଦିନରେ ମହାପ୍ରଭୁଙ୍କର ନବଯୌବନ, ନେତ୍ରୋତ୍ସବ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ସମସ୍ତ ନୀତି କରାଇବା ଓ ଏହା ପରେ ଶ୍ରୀଜୀଉଙ୍କର ପହଣ୍ଡି ବିଜେ ତଥା ରଥ ଟାଣିବା ଅସମ୍ଭବ ମନେହେଉଥିଲା। ୧୯୭୧ରେ ସମାନ ତିଥି ଥିବା ଯୋଗୁ ପହଣ୍ଡି ସନ୍ଧ୍ୟାରେ ହୋଇଥିଲା। ମହାପ୍ରଭୁଙ୍କର କରୁଣାରୁ ରଥଯାତ୍ରା ଶୃଙ୍ଖଳିତ ଭାବେ ହୋଇଛି। ଦଳାଚକଟାରେ କେହି ମରିନାହାନ୍ତି। ହୃଦ୍‌ଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଆମ ପାଇଁ ସର୍ବୋଚ୍ଚ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ। ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଅଗ୍ରାହ୍ୟ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri