ବଢ଼ିବ ବାବୁଙ୍କ ଆର୍ଥିକ କ୍ଷମତା: ସରକାରୀ ଯୋଜନା ରକେଟ ବେଗରେ…

ଭୁବନେଶ୍ୱର,୨୮।୧(ରବିନାରାୟଣ ଜେନା):ରାଜ୍ୟ ସରକାରକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୫ ମେ’ ୨୮ରେ ପ୍ରଶାସନିକ କ୍ଷମତାରେ ପରିବର୍ତ୍ତନ କରାଯାଇଥିବାବେଳେ ଏବେ ଅର୍ଥ ପରାମର୍ଶଦାତାଙ୍କ ସମେତ ବିଭାଗୀୟ ସଚିବ, ମନ୍ତ୍ରୀଙ୍କ ଆର୍ଥିକ କ୍ଷମତା ବୃଦ୍ଧି କରାଯିବ; ଯାହାଫଳରେ ସରକାରୀ ଯୋଜନା ରକେଟ ବେଗରେ ଅନୁମୋଦନ ପାଇପାରିବ। ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ଷମତାର ବିକେନ୍ଦ୍ରୀକରଣ କରାଯାଇ ରାଜ୍ୟର ପ୍ରଗତିକୁ କିଭଳି ତ୍ୱରାନ୍ବିତ କରାଯିବ ସେଥିପାଇଁ ଅର୍ଥ ପରାମର୍ଶଦାତାଙ୍କ ସହିତ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ନିକଟରେ ଅର୍ଥ ପରାମର୍ଶଦାତାଙ୍କ ସ୍ବତନ୍ତ୍ର ସମ୍ମିଳନୀରେ ଯୋଜନାରେ ଆର୍ଥିକ କ୍ଷମତା ବୃଦ୍ଧି କରାଯିବାକୁ ଆଲୋଚନା ହୋଇଛି। ସେଥିମଧ୍ୟରେ ଅର୍ଥ ପରାମର୍ଶଦାତା, ସଚିବ ଏବଂ ମନ୍ତ୍ରୀଙ୍କ ଆର୍ଥିକ କ୍ଷମତାରେ ସଂଶୋଧନ କରାଯିବ। ଆଗାମୀ ଦିନରେ କାର୍ଯ୍ୟର ଚାପ ଯେପରି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ନ ପଡ଼ିିବ ଏବଂ ସରକାରଙ୍କ ପକ୍ଷରୁ ତ୍ୱରିତ୍‌ ପଦକ୍ଷେପ ନିଆଯାଇପାରିବ ତାକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ପକ୍ଷରୁ ଏହି ସଂସ୍କାର ଅଣାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ବିଭିନ୍ନ ଯୋଜନାକୁ ଅନୁମୋଦନ ଦେବା ପାଇଁ ୫କୋଟି ଟଙ୍କାରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଭାଗୀୟ ଅର୍ଥ ପରାମର୍ଶଦାତା ତଥା ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ରହିଛି। ଅର୍ଥ ବିଭାଗର ପ୍ରସ୍ତାବ ଅନୁଯାୟୀ, ଏହି ପରିମାଣକୁ ୧୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫କୋଟିରୁ ୫୦କୋଟି ଟଙ୍କା ପର୍ଯ୍ୟନ୍ତ ଯୋଜନାକୁ ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି(ଏସ୍‌ଏଫ୍‌ସି)ର ଅନୁମୋଦନକ୍ରମେ ବିଭାଗୀୟ ମନ୍ତ୍ରୀ ଅନୁମୋଦନ କରିବାକୁ ରହିଥିବାବେଳେ ଆଗାମୀ ଦିନରେ ଏହାକୁ ୧୦କୋଟି ଟଙ୍କାରୁ ୫୦କୋଟି ଟଙ୍କାକୁ ବୃଦ୍ଧି କରାଯିବ। ଅନୁରୂପ ଭାବେ ୫୦କୋଟିରୁ ୧୦୦କୋଟି ଟଙ୍କା ପର୍ଯ୍ୟନ୍ତ ଯୋଜନାକୁ ଇଏଫ୍‌ସି ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିବାକୁ ରହିଥିବାବେଳେ ୧୦୦ରୁ ୨୫୦କୋଟି ଟଙ୍କା ପର୍ଯ୍ୟନ୍ତ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନର ଆବଶ୍ୟକତା ରହିଛି। ଯଦି ଏହାଠାରୁ ଯୋଜନା ବାବଦ ଅର୍ଥ ଅଧିକ ହୁଏ ତେବେ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିବ ବୋଲି ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତାବରେ ରହିଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୨୫ ଜୁନ୍‌ ୪ରେ ଟେଣ୍ଡର କ୍ଷମତା ସମ୍ପର୍କିତ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ; ଯେଉଁଥିରେ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡରକୁ ବିଭାଗୀୟ ପ୍ରଶାସନିକ ଅଧିକାରୀ ଅନୁମୋଦନ କରିବାର କ୍ଷମତା ପ୍ରଦାନ କରାଯାଇଥିବାବେଳେ ୭ରୁ ୧୦କୋଟି ଟଙ୍କାର ଟେଣ୍ଡରକୁ ସର୍ବୋଚ୍ଚ ଯନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀ, ୪କୋଟିରୁ ୭କୋଟି ଟଙ୍କାର ଟେଣ୍ଡରକୁ ମୁଖ୍ୟଯନ୍ତ୍ରୀ କିମ୍ବା ସର୍ବୋଚ୍ଚ ଯନ୍ତ୍ରୀ ଏବଂ ୧କୋଟିରୁ ୪କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡରକୁ ଅଧୀକ୍ଷଣ ଯନ୍ତ୍ରୀ କିମ୍ବା ମୁଖ୍ୟଯନ୍ତ୍ରୀ ଅନୁମୋଦନ କରିବାର କ୍ଷମତା ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ୨୦୨୫ ମେ’ ୨୮ରେ ଅତିରିକ୍ତ ସଚିବ ମଧୁସ୍ମିତା ସାମଲ ସବୁ ବିଭାଗକୁ ଏକ ପ୍ରଶାସନିକ ମାର୍ଗଦର୍ଶିକା ପ୍ରଦାନ କରିଛନ୍ତି। ସେଥିରେ ବିଭାଗୀୟ ନିଯୁକ୍ତି ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କ୍ଷମତାରେ ପରିବର୍ତ୍ତନ କରାଯାଇଛି। ସମ୍ପୃକ୍ତ ବିଭାଗର ସଚିବ ଏଣିକି ନିଯୁକ୍ତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କର୍ତ୍ତୃପକ୍ଷ ଦାୟିତ୍ୱରେ ରହିବେ। ପୂର୍ବରୁ ବିଭାଗୀୟ ମନ୍ତ୍ରୀମାନେ ଯେପରି ଗ୍ରୁପ୍‌-ବି’ ଅଧିକାରୀଙ୍କଠାରୁ ଗ୍ରୁପ୍‌-ଏ’ ଅଧିକାରୀ(ପାହ୍ୟା-୧୨)ଙ୍କ ନିଯୁକ୍ତି ଏବଂ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ନେଉଥିଲେ, ଏବେ ଉକ୍ତ ଦାୟିତ୍ୱ ସମ୍ପୃକ୍ତ ବିଭାଗ ସଚିବ ନିର୍ବାହ କରିବେ। ସେହିପରି ସମ୍ପୃକ୍ତ ବିଭାଗ ମନ୍ତ୍ରୀଙ୍କ ହାତରେ ଗ୍ରୁପ୍‌-ଏ’(ପାହ୍ୟା-୧୨)ବର୍ଗର ଚାକିରିଆଙ୍କଠାରୁ ଆରମ୍ଭ କରି ଗ୍ରୁପ୍‌-ଏ’(ପାହ୍ୟା-୧୪) ବର୍ଗଙ୍କ ପର୍ଯ୍ୟନ୍ତ ନିଯୁକ୍ତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବେ। ମାତ୍ର ମୁଖ୍ୟମନ୍ତ୍ରୀ କେବଳ ଗ୍ରୁପ୍‌-ଏ(ପାହ୍ୟା-୧୪)ବର୍ଗଙ୍କଠାରୁ ଊର୍ଦ୍ଧ୍ୱ ବର୍ଗଙ୍କ ନିଯୁକ୍ତି ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri