ବଢ଼ିବ ବାବୁଙ୍କ ଆର୍ଥିକ କ୍ଷମତା: ସରକାରୀ ଯୋଜନା ରକେଟ ବେଗରେ…

ଭୁବନେଶ୍ୱର,୨୮।୧(ରବିନାରାୟଣ ଜେନା):ରାଜ୍ୟ ସରକାରକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୫ ମେ’ ୨୮ରେ ପ୍ରଶାସନିକ କ୍ଷମତାରେ ପରିବର୍ତ୍ତନ କରାଯାଇଥିବାବେଳେ ଏବେ ଅର୍ଥ ପରାମର୍ଶଦାତାଙ୍କ ସମେତ ବିଭାଗୀୟ ସଚିବ, ମନ୍ତ୍ରୀଙ୍କ ଆର୍ଥିକ କ୍ଷମତା ବୃଦ୍ଧି କରାଯିବ; ଯାହାଫଳରେ ସରକାରୀ ଯୋଜନା ରକେଟ ବେଗରେ ଅନୁମୋଦନ ପାଇପାରିବ। ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ଷମତାର ବିକେନ୍ଦ୍ରୀକରଣ କରାଯାଇ ରାଜ୍ୟର ପ୍ରଗତିକୁ କିଭଳି ତ୍ୱରାନ୍ବିତ କରାଯିବ ସେଥିପାଇଁ ଅର୍ଥ ପରାମର୍ଶଦାତାଙ୍କ ସହିତ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ନିକଟରେ ଅର୍ଥ ପରାମର୍ଶଦାତାଙ୍କ ସ୍ବତନ୍ତ୍ର ସମ୍ମିଳନୀରେ ଯୋଜନାରେ ଆର୍ଥିକ କ୍ଷମତା ବୃଦ୍ଧି କରାଯିବାକୁ ଆଲୋଚନା ହୋଇଛି। ସେଥିମଧ୍ୟରେ ଅର୍ଥ ପରାମର୍ଶଦାତା, ସଚିବ ଏବଂ ମନ୍ତ୍ରୀଙ୍କ ଆର୍ଥିକ କ୍ଷମତାରେ ସଂଶୋଧନ କରାଯିବ। ଆଗାମୀ ଦିନରେ କାର୍ଯ୍ୟର ଚାପ ଯେପରି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ନ ପଡ଼ିିବ ଏବଂ ସରକାରଙ୍କ ପକ୍ଷରୁ ତ୍ୱରିତ୍‌ ପଦକ୍ଷେପ ନିଆଯାଇପାରିବ ତାକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ପକ୍ଷରୁ ଏହି ସଂସ୍କାର ଅଣାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ବିଭିନ୍ନ ଯୋଜନାକୁ ଅନୁମୋଦନ ଦେବା ପାଇଁ ୫କୋଟି ଟଙ୍କାରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଭାଗୀୟ ଅର୍ଥ ପରାମର୍ଶଦାତା ତଥା ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ରହିଛି। ଅର୍ଥ ବିଭାଗର ପ୍ରସ୍ତାବ ଅନୁଯାୟୀ, ଏହି ପରିମାଣକୁ ୧୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫କୋଟିରୁ ୫୦କୋଟି ଟଙ୍କା ପର୍ଯ୍ୟନ୍ତ ଯୋଜନାକୁ ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି(ଏସ୍‌ଏଫ୍‌ସି)ର ଅନୁମୋଦନକ୍ରମେ ବିଭାଗୀୟ ମନ୍ତ୍ରୀ ଅନୁମୋଦନ କରିବାକୁ ରହିଥିବାବେଳେ ଆଗାମୀ ଦିନରେ ଏହାକୁ ୧୦କୋଟି ଟଙ୍କାରୁ ୫୦କୋଟି ଟଙ୍କାକୁ ବୃଦ୍ଧି କରାଯିବ। ଅନୁରୂପ ଭାବେ ୫୦କୋଟିରୁ ୧୦୦କୋଟି ଟଙ୍କା ପର୍ଯ୍ୟନ୍ତ ଯୋଜନାକୁ ଇଏଫ୍‌ସି ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିବାକୁ ରହିଥିବାବେଳେ ୧୦୦ରୁ ୨୫୦କୋଟି ଟଙ୍କା ପର୍ଯ୍ୟନ୍ତ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନର ଆବଶ୍ୟକତା ରହିଛି। ଯଦି ଏହାଠାରୁ ଯୋଜନା ବାବଦ ଅର୍ଥ ଅଧିକ ହୁଏ ତେବେ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିବ ବୋଲି ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତାବରେ ରହିଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୨୫ ଜୁନ୍‌ ୪ରେ ଟେଣ୍ଡର କ୍ଷମତା ସମ୍ପର୍କିତ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ; ଯେଉଁଥିରେ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡରକୁ ବିଭାଗୀୟ ପ୍ରଶାସନିକ ଅଧିକାରୀ ଅନୁମୋଦନ କରିବାର କ୍ଷମତା ପ୍ରଦାନ କରାଯାଇଥିବାବେଳେ ୭ରୁ ୧୦କୋଟି ଟଙ୍କାର ଟେଣ୍ଡରକୁ ସର୍ବୋଚ୍ଚ ଯନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀ, ୪କୋଟିରୁ ୭କୋଟି ଟଙ୍କାର ଟେଣ୍ଡରକୁ ମୁଖ୍ୟଯନ୍ତ୍ରୀ କିମ୍ବା ସର୍ବୋଚ୍ଚ ଯନ୍ତ୍ରୀ ଏବଂ ୧କୋଟିରୁ ୪କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡରକୁ ଅଧୀକ୍ଷଣ ଯନ୍ତ୍ରୀ କିମ୍ବା ମୁଖ୍ୟଯନ୍ତ୍ରୀ ଅନୁମୋଦନ କରିବାର କ୍ଷମତା ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ୨୦୨୫ ମେ’ ୨୮ରେ ଅତିରିକ୍ତ ସଚିବ ମଧୁସ୍ମିତା ସାମଲ ସବୁ ବିଭାଗକୁ ଏକ ପ୍ରଶାସନିକ ମାର୍ଗଦର୍ଶିକା ପ୍ରଦାନ କରିଛନ୍ତି। ସେଥିରେ ବିଭାଗୀୟ ନିଯୁକ୍ତି ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କ୍ଷମତାରେ ପରିବର୍ତ୍ତନ କରାଯାଇଛି। ସମ୍ପୃକ୍ତ ବିଭାଗର ସଚିବ ଏଣିକି ନିଯୁକ୍ତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କର୍ତ୍ତୃପକ୍ଷ ଦାୟିତ୍ୱରେ ରହିବେ। ପୂର୍ବରୁ ବିଭାଗୀୟ ମନ୍ତ୍ରୀମାନେ ଯେପରି ଗ୍ରୁପ୍‌-ବି’ ଅଧିକାରୀଙ୍କଠାରୁ ଗ୍ରୁପ୍‌-ଏ’ ଅଧିକାରୀ(ପାହ୍ୟା-୧୨)ଙ୍କ ନିଯୁକ୍ତି ଏବଂ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ନେଉଥିଲେ, ଏବେ ଉକ୍ତ ଦାୟିତ୍ୱ ସମ୍ପୃକ୍ତ ବିଭାଗ ସଚିବ ନିର୍ବାହ କରିବେ। ସେହିପରି ସମ୍ପୃକ୍ତ ବିଭାଗ ମନ୍ତ୍ରୀଙ୍କ ହାତରେ ଗ୍ରୁପ୍‌-ଏ’(ପାହ୍ୟା-୧୨)ବର୍ଗର ଚାକିରିଆଙ୍କଠାରୁ ଆରମ୍ଭ କରି ଗ୍ରୁପ୍‌-ଏ’(ପାହ୍ୟା-୧୪) ବର୍ଗଙ୍କ ପର୍ଯ୍ୟନ୍ତ ନିଯୁକ୍ତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବେ। ମାତ୍ର ମୁଖ୍ୟମନ୍ତ୍ରୀ କେବଳ ଗ୍ରୁପ୍‌-ଏ(ପାହ୍ୟା-୧୪)ବର୍ଗଙ୍କଠାରୁ ଊର୍ଦ୍ଧ୍ୱ ବର୍ଗଙ୍କ ନିଯୁକ୍ତି ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ କାହିଁକି ସନ୍ନ୍ୟାସ ନେଲେ ଅରିଜିତ? ଅସଲ କାରଣ ଖୋଲି କହିଦେଲେ ଗାୟକ

ମୁମ୍ବାଇ: ପ୍ରଖ୍ୟାତ ଗାୟକ ଅରିଜିତ ସିଂ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ ଅବସର ଘୋଷଣା କରିବା ପରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। କେହି କଳ୍ପନା କରିନଥିଲେ…

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ: ଜାଣନ୍ତୁ କେତେଟାରୁ…

ପୁରୀ,୨୬ା୧(ଅଜିତ୍‌ କୁମାର ମହାନ୍ତି):ମାଘ ଶୁକ୍ଳପକ୍ଷ ଦଶମୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ, ଭାରତ ହେବ ନୂଆ କିଙ୍ଗ୍‌! ହେବାକୁ ଯାଉଛି ବଡ଼ ଚୁକ୍ତି

ନୂଆଦିଲ୍ଲୀ,୨୮।୧: ବିଶ୍ୱ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜନୀତି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାବାଦୀ ନୀତି, ଉଚ୍ଚ ଶୁଳ୍କ ଏବଂ ଅନିଶ୍ଚିତ…

ଗୋଟିଏ ଲାଇଭ ଶୋ ପାଇଁ ନିଅନ୍ତି କୋଟି କୋଟି ଟଙ୍କା, ଅରିଜିତ ସିଂଙ୍କ ସମ୍ପତ୍ତି ମୂଲ୍ୟ ଜାଣିଲେ…

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ଗାୟକ ଅରିଜିତ ସିଂ ଅନେକ ଫିଲ୍ମରେ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ଯେକୌଣସି ଗୀତକୁ କିପରି ଜୀବନ୍ତ କରିବେ ତାହା…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଗଣତନ୍ତ୍ରରେ ବ୍ୟକ୍ତିତନ୍ତ୍ର

ଗଣତନ୍ତ୍ରରେ ବ୍ୟକ୍ତିର ନିଜସ୍ବ ମତ ଉପସ୍ଥାପନ କରିବାର ସୁଯୋଗ ଥାଏ କିନ୍ତୁ ସଂଖ୍ୟାଗରିଷ୍ଠ ମତକୁ ସମସ୍ତଙ୍କୁ ସ୍ବୀକାର କରିବାକୁ ପଡ଼ିଥାଏ। ସ୍ବେଚ୍ଛାଚାରିତାର ସ୍ଥାନ ନାହିଁ କି ବ୍ୟକ୍ତିବାଦିତାକୁ…

ୟୁଜିସି ବିବାଦକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ କ୍ୟାମ୍ପସ୍‌ରେ…

ନୂଆଦିଲ୍ଲୀ,୨୮।୧: ୟୁଜିସି ଗାଇଡ୍‌ଲାଇନ୍‌କୁ ନେଇ ବିବାଦ ସୃଷ୍ଟିହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କ୍ୟାମ୍ପସ୍‌ରେ ଜାତିଗତ ଭେଦଭାବ ଦୂରକରିବା ପାଇଁ ଜାରି ନିୟମର ଦୁରୁପଯୋଗ…

ଖଣ୍ଡଗିରିରେ ଯାତ୍ରା ମହାସମର: କମିଲା ସିଟ୍‌ ସଂଖ୍ୟା

ଭୁବନେଶ୍ୱର, ୨୮ା୧(ଅନୁରାଧା ମହାରଣା/ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ମହାସମରକୁ ଓହ୍ଲାଇଥିବାବେଳେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri