ସାର ସବ୍‌ସିଡି ବୃଦ୍ଧିକଲେ ସରକାର

ନୂଆଦିଲ୍ଲୀ:  ସାର ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା ତାଙ୍କ ସମ୍ମୁଖରେ ରଖାଯାଇଥିଲା। ବୈଠକରେ ଚାଷୀଙ୍କ ହିତ ଲାଗି ସରକାର ସାର ସବ୍‌ସିଡି ବୃଦ୍ଧି କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାର ଡିଏପି ଉପରେ ସବ୍‌ସିଡି ପରିମାଣ ୧୪୦% ବୃଦ୍ଧି କରିଛନ୍ତି। ଫଳରେ ଡିଏପି ବସ୍ତା ପିଛା ୫୦୦ ଟଙ୍କା ବଦଳରେ ୧୨୦୦ ଟଙ୍କାର ସବ୍‌ସିଡି ଚାଷୀ ଲାଭ କରିପାରିବେ। ଏଣିକି ୨୪୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାରେ ଡିଏପି ବସ୍ତା ଚାଷୀ କିଣିପାରିବେ। ଏହି ସବ୍‌ସିଡି ବାବଦରେ ସରକାର ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଚାଷୀ ପୁରୁଣା ଦରରେ ସାର ପାଇବା ଉଚିତ ବୋଲି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେହିଭଳି ସରକାରଙ୍କ ପ୍ରୟାସର ମୂଳରେ ଚାଷୀଙ୍କ କଲ୍ୟାଣ ନିହିତ ବୋଲି ସେ ମତ ପ୍ରକାଶ କରିଛନ୍ତି।
ଅନ୍ତର୍ଜାତୀୟ ସ୍ତରରେ ଫସ୍‌ଫେରିକ ଏସିଡ୍‌, ଆମୋନିଆ ଆଦିର ମୂଲ୍ୟ ବୃଦ୍ଧି ହୋଇଥିବା କାରଣରୁ ଦେଶ ମଧ୍ୟରେ ସାର ଦର ବୃଦ୍ଧି ପାଉଥିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ତେବେ ଏଭଳି ଦର ବୃଦ୍ଧି ସତ୍ତ୍ୱେ ଚାଷୀ ପୁରୁଣା ଦରରେ ସାର ପାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଦର ବୃଦ୍ଧି ଭାର ଯେଭଳି ଚାଷୀଙ୍କ ଉପରେ ନ ପଡ଼େ ତାକୁ ସରକାର ଧ୍ୟାନରେ ରଖିଛନ୍ତି। ଫଳରେ ବ୍ୟୟ ଭାର କେନ୍ଦ୍ର ସରକାର ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ବସ୍ତା ପିଛା ଏକକାଳୀନ ଏତେ ପରିମାଣରେ ସବ୍‌ସିଡି ପୂର୍ବରୁ କେବେ ବୃଦ୍ଧି ହୋଇ ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିଏପି ବସ୍ତା ପିଛା ଦର ୧୭୦୦ ଟଙ୍କା ଥିଲା। ସରକାର ୫୦୦ ଟଙ୍କାର ସବ୍‌ସିଡି ଦେଇଥିବାରୁ କମ୍ପାନୀ ବସ୍ତା ପିଛା ୧୨୦୦ ଟଙ୍କାରେ ଏହାକୁ ବିକ୍ରି କରୁଥିଲେ। ଅନ୍ତର୍ଜାତୀୟ ବଜାରରେ ସାମଗ୍ରୀ ଦର ୬୦ରୁ ୭୦% ବଢିବା ଯୋଗୁ ଡିଏପି ବର୍ତ୍ତମାନ ବସ୍ତା ପିଛା ୨୪୦୦ ଟଙ୍କା ଛୁଇଁଛି। ସରକାରଙ୍କ ବର୍ତ୍ତମାନର ନିଷ୍ପତ୍ତି ପରେ ଚାଷୀ ସେହି ପୁରୁଣା ଦର ୧୨୦୦ ଟଙ୍କାରେ ସାର କ୍ରୟ କରିପାରିବେ। କେନ୍ଦ୍ର ସରକାର ରାସାୟନିକ ସାର ପାଇଁ ପ୍ରତିବର୍ଷ ସବ୍‌ସିଡି ଦେବା ଉପରେ ପ୍ରାୟ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?