ଭାଙ୍ଗିଗଲାଣି ଚନ୍ଦ୍ରମଣିଙ୍କ ଘରଦ୍ୱାର, କେବଳ ଭଗବାନଙ୍କ ଭରସାରେ…

ଗଞ୍ଜାମ,୧୩ା୧୧(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ତାରିଣୀ ପଲ୍ଲୀ ଗ୍ରାମରେ ବୃଦ୍ଧା ଚନ୍ଦ୍ରମଣି ବେହେରାଙ୍କ ଘର। ଦୀର୍ଘବର୍ଷ ହେବ ସ୍ବାମୀ ଗୋପୀନାଥ ବେହେରା ଆରପାରିକୁ ଚାଲି ଗଲେଣି। ପୁଅ ଝିଅ କିଏ ନ ଥିବା ସ୍ବାମୀଙ୍କ ଅକାଳ ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଚନ୍ଦ୍ରମଣି ମାନସିକ ସ୍ଥିତି ହରାଇ ଥିବା ସେହି ଗ୍ରାମର ଜଣେ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁଅ ଝିଅ କିମା ଜମିଜମା ତଥା ସମ୍ପତ୍ତି ବାଡ଼ି କିଛି ନ ଥିବାରୁ କେହି ସମ୍ପର୍କୀୟ ପଚାରୁନାହାନ୍ତି। ବର୍ତ୍ତମାନ ଜଣେ ମାନସିକ ରୋଗୀ ବୋଲି ଗ୍ରାମବାସୀ କହୁଛନ୍ତି। ସେ ଅନେକ ବର୍ଷ ଧରି ପାଗଳଙ୍କ ଭଳି ଜୀବନଯାପନ କରନ୍ତି। ପୂର୍ବରୁ ଥିବା ଟିଣ ଚଦର ଛୋଟିଆ ଘରେ ରୁହନ୍ତି ଚନ୍ଦ୍ରମଣି। ସେ ଘରର ସ୍ଥିତି ଏଭଳି ଅବସ୍ଥାରେ ଅଛି ଯେ, ଜଣେ ମଣିଷ ରହିବା ଭଳି ଆଉ ନାହିଁ। ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଗଲାଣି। ଦାଣ୍ଡ ବାଡ଼ି କବାଟ କଥା ନ କହିବା ଭଲ। ଏହି ଳି ସ୍ଥିତିରେ ଗଣମାଧ୍ୟମ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମବାସୀ।

Dharitri – Odisha’s No.1 Trusted Odia Daily

Share