ପୃଥିବୀ ଓ ଜୀବଜଗତର ଭବିଷ୍ୟତ

ସୌର ଜଗତରେ ଥିବା ଗ୍ରହମାନଙ୍କ ମଧ୍ୟରୁ ପୃଥିବୀ ଗୋଟିଏ, ଯେଉଁଠି ଜୀବଜଗତ ବଞ୍ଚତ୍ ରହିବା ପାଇଁ ଅନୁକୂଳ। ଏହାର ମାଟି, ପାଣି, ପବନରେ ପାଳନ ପୋଷଣ ପାଇଁ ଖାଦ୍ୟ ଓ ଆବଶ୍ୟକ ବସ୍ତୁ ମହଜୁଦ ରହିଅଛି, ଯାହା ତାହାର ପାଇଁ ସାମ୍ୟ। ଯେପରି ଖାଦ୍ୟ ଖାଦକର ସମ୍ପର୍କ ସେହିପରି ପ୍ରକୃତି ଓ ଜୀବଜଗତର ସମ୍ପର୍କ ଅଟେ। ଜୀବନ ବିଲୀନ ହେଲେ ପ୍ରକୃତିର ପଞ୍ଚଭୂତରେ ମିଶେ, ପୁଣି ପରବର୍ତ୍ତୀ ଅବସ୍ଥାରେ ସେଥିରୁ ପୁଣି ସୃଷ୍ଟି ହୋଇଥାଏ। ତେଣୁ ପ୍ରକୃତି ଓ ପ୍ରାକୃତିକର ବିକଳ୍ପ ନାହିଁ।
ଜ୍ଞାନ, ବୁଦ୍ଧି, ବିବେକ ଏବଂ ଚିନ୍ତନ ଶକ୍ତି ଯୋଗୁ ମନୁଷ୍ୟକୁ ଶ୍ରେଷ୍ଠ ଜୀବ ବୋଲି କୁହାଯାଏ ଏବଂ ସେ ଅନ୍ୟମାନଙ୍କୁ ଆୟତ୍ତରେ ରଖି ପ୍ରକୃତିର ସମତା ଓ ସୁରକ୍ଷା ପ୍ରତି ଧ୍ୟାନ ଦେଇଥାଏ। ମଣିଷର ଖାଦ୍ୟ, ପୋଷାକ ଓ ବାସଗୃହ ଆବଶ୍ୟକ ଥିଲାବେଳେ ଅନ୍ୟ ପ୍ରାଣୀମାନେ ପ୍ରକୃତି ପରିବେଶରେ ଖାଇବା ଓ ରହିବା ପାଇଁ ନିଜର ସଂସ୍ଥାନ ନିର୍ମାଣ କରିଥାଆନ୍ତି।
ଶୁଣାଯାଏ ବିବର୍ତ୍ତନ ପ୍ରାଣୀରୁ ମଣିଷର ସୃଷ୍ଟି ଏବଂ ବାନର ସହ ମଣିଷର ବହୁ ସାମଞ୍ଜସ୍ୟ ଦେଖିବାକୁ ମିଳେ। ଦରକାର ଓ ଆବଶ୍ୟକତା ଅନୁଯାୟୀ ବାନର ଲାଞ୍ଜ ଥିଲା ବେଳେ ମଣିଷର ଲାଙ୍ଗୁଡ ନାହିଁ। ମଣିଷ ଗୋଡରେ ଚାଲିଥାଏ ଏବଂ ହାତରେ ଖାଇଥାଏ। ମଣିଷ ଯଦି ତାହାର ଅଙ୍ଗଗୁଡିକର ଆବଶ୍ୟକ ମୁତାବକ କାର୍ଯ୍ୟରେ ନ ଲଗାଯାଏ, ତେବେ ପରବର୍ତ୍ତୀ ପିଢ଼ିରେ ଏହା ଅକାମୀ ହୋଇ ଅଲୋଡ଼ା ହୋଇଯାଇପାରେ।
ପ୍ରତି ପ୍ରାଣୀ ଖାଦ୍ୟ ଯେତେ କ୍ୟାଲୋରୀ ଖାଆନ୍ତି, ହଜମ ପାଇଁ ପରିଶ୍ରମ କରନ୍ତି, ମାତ୍ର ମଣିଷ ଖାଇବାରେ କ୍ୟାଲୋରି ବଢ଼ୁଥିବା ବେଳେ ତା’ ଅନୁପାତରେ ପରିଶ୍ରମ କମିଯାଉଛି, ଯଦ୍ଦ୍ବାରା ଅଙ୍ଗଗୁଡ଼ିକ ରୁଗ୍ଣ ହୋଇ ଅକାମୀ ହେବାକୁ ଯାଉଅଛି। ମଣିଷ ପ୍ରକୃତି କୋଳରେ ମାଟି ଲୁହା ପାତ୍ରରେ ରାନ୍ଧିବା ସହ ମସଲା ପାଇଁ ପଥର ବ୍ୟବହାର, ବାସନ ପାଇଁ କଂସା, ପିତ୍ତଳ, ସ୍ବର୍ଣ୍ଣ, ରୌପ୍ୟ, ମାଟିର ବାସନ ବ୍ୟବହାର କରୁଥିଲା। ତେଣୁ ଗରମ ରନ୍ଧନ ଖାଦ୍ୟ ଏହାର ସଂସ୍ପର୍ଶରେ ଆସିବା କାରଣରୁ ନିଜର ଔଷଧୀୟ ଗୁଣବତ୍ତା ବୃଦ୍ଧି ପାଉଥିଲା। ଦିନ ସାରା ବାହାର ପବନ ସଂସ୍ପର୍ଶ ଓ ସକାଳ ସୂର୍ଯ୍ୟକିରଣରେ ରହିବାରୁ ଭିଟାମିନ୍‌ ‘ଡି’ ପାଇବା କାରଣରୁ ମାନସିକ ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ ଇତ୍ୟାଦି ରୋଗ ପ୍ରାୟ ହେଉ ନ ଥିଲା। ଗଛ ପତ୍ରର ଅନୁପାତ ଜୀବମାନଙ୍କ ତୁଳନାରେ ବେଶି ଥିବାରୁ ଏବଂ କୌଣସି କଳକାରଖାନା, ଗାଡ଼ି ଇତ୍ୟାଦିର ଧୂଅଁା, ବିଷାକ୍ତ ଗ୍ୟାସ୍‌ ବାୟୁମଣ୍ଡଳରେ ନ ଥିବାରୁ ପରିବେଶ ତା’ ପାଇଁ ବାତାନୁକୂଳ ଥିଲା। ତେଣୁ ପ୍ରାକୃତିକ ଶୀତଳ ପରିବେଶ ତା’ପାଇଁ ସ୍ବାସ୍ଥ୍ୟ ହୋଇଥିଲା। ରହିବା ପାଇଁ ପ୍ରାକୃତିକ ଜିନିଷ ବ୍ୟବହୃତ ସାମଗ୍ରୀରେ ତିଆରି ହୋଇଥିବାରୁ ତାହା ସ୍ବାସ୍ଥ୍ୟ ଉପଯୋଗୀ ହୋଇପାରିଥିଲା ଏବଂ ବହୁ ବର୍ଷ ପୂର୍ବେ ଏହା ନଷ୍ଟ ହେଲେ ଆବର୍ଜନା ନ ହୋଇ ପୁଣି ମାଟିରେ ମିଶି ଯାଉଥିଲା।
ଏହି ଉର୍ବର ମାଟିରୁ ଉତ୍ପନ୍ନ ଶସ୍ୟ, ତୈଳବୀଜ, ଫଳମୂଳ, ଡାଲି ଏବଂ ବିଭିନ୍ନ ମସଲା ଦ୍ୱାରା ପ୍ରସ୍ତୁତ (ମାଟି ଚୁଲା) ଖାଦ୍ୟ ଶରୀର ଉପଯୋଗୀ ହୋଇ ପୋଷକତତ୍ତ୍ୱ ଯୋଗାଉଥିଲା। ମାତ୍ର ଆଜି କୃତ୍ରିମ ଖାଦ୍ୟ, ମସଲା, ତେଲ, ପ୍ଲାଷ୍ଟିକ ଚାଉଳ, ଚାଇନା ଲୁଣ, ଚିନି, ଅପମିଶ୍ରିତ ମସଲା ପରୋକ୍ଷରେ ମଣିଷ ଶରୀରର କୋଷକୁ ଏବଂ ଅଙ୍ଗ ପ୍ରତ୍ୟଙ୍ଗକୁ ନଷ୍ଟ କରୁଅଛି। ସେହିପରି ସ୍ବର୍ଣ୍ଣ, ରୌପ୍ୟ ଆଦି ଧାତୁ, ମାଣିକ୍ୟ, ମୁକ୍ତା ଆଦି ବିଭିନ୍ନ ଉପରତ୍ନ, ରୁଦ୍ରାକ୍ଷ ଇତ୍ୟାଦି ମାଳ ଓ ଅଳଙ୍କାର ରୂପେ ଶରୀରରେ ଧାରଣ କଲେ ଏବଂ ମସ୍ତକରେ ଚନ୍ଦନ, ଅଗରୁ ଲେପ ବା ଟିକା ଲଗାଇଲେ ବାତବ୍ୟାଧି, ଧାତୁରୋଗ, ମାନସିକ ରୋଗ, ରକ୍ତଚାପ ଇତ୍ୟାଦି ରୋଗରୁ ପରୋକ୍ଷରେ ଆମକୁ ରକ୍ଷା କରିଥାଏ। ତା’ସହ ବଳ, ବର୍ଣ୍ଣ, ଆୟୁ, ସୌନ୍ଦର୍ଯ୍ୟ ବଢ଼ାଇଥାଏ। ମାତ୍ର ଏହାର ସ୍ଥାନ ଏବେ ଅପମିଶ୍ରିତ ଧାତୁ, ପ୍ଲାଷ୍ଟିକ ନେବା ଦ୍ୱାରା ଏହାର କୁପ୍ରଭାବ ପରୋକ୍ଷରେ ଶରୀର ଉପରେ ପଡୁଛି।
ପୂର୍ବେ ମଣିଷ ପ୍ରାକୃତିକ ବାତାନୁକୂଳ ପରିବେଶରେ ରହୁଥିବା ବେଳେ ବଣଜଙ୍ଗଲ ନଷ୍ଟ, ବାୟୁ ମଣ୍ଡଳ ଓ ପଞ୍ଚ ମହାଭୂତ ପ୍ରଦୂଷିତ ହେବା କାରଣରୁ ଉତ୍ତାପ ବୃଦ୍ଧି ପାଉଛି। ଏହାଦ୍ୱାରା ମଣିଷ ନିଜେ ବାତାନୁକୂଳ ଘର ଭିତରେ ଅଣନିଃଶ୍ୱାସୀ ହୋଇ ଜୀବନ କଟାଉଥିବା ବେଳେ ଏଥିରୁ ନିର୍ଗତ ଗ୍ୟାସ୍‌, ଉତ୍ତାପ ବ୍ୟାଧି ପ୍ରତିରୋଧକ ଶକ୍ତି (ଇମ୍ୟୁନିଟି ପାଓ୍ବାର) ନଷ୍ଟ କରୁଛି। ଏହାଦ୍ୱାରା ମଣିଷ ଏବଂ ଜୀବଜନ୍ତୁମାନଙ୍କର ଭବିଷ୍ୟତ ବିପଦ ମଧ୍ୟକୁ ଠେଲି ହୋଇଯାଉଛି।
ସେହିଭଳି ପୂର୍ବରୁ ଲୋକେ ପ୍ରାକୃତିକ ଉପାୟରେ ନିର୍ମିତ ଔଷଧ ନୀରୋଗ ରହିବା ଓ ବ୍ୟାଧିରୁ ମୁକ୍ତ ପାଇଁ ବ୍ୟବହାର କରୁଥିବା ବେଳେ ଏହାଦ୍ୱାରା ଶରୀର କୋଷଗୁଡ଼ିକ ସହଜରେ ଅବଶୋଷିତ ହୋଇଯାଉଛି। ଫଳରେ ପାର୍ଶ୍ୱପ୍ରତିକ୍ରିୟା ନ ହେବା ସହ ରୋଗକୁ ସମ୍ପୂର୍ଣ୍ଣ ରୂପେ ନିର୍ମୂଳ କରୁଥିଲା। ଏହା ଗୋଟିଏ ରୋଗକୁ ଭଲ କରୁଥିବା ବେଳେ ଅନ୍ୟ ରୋଗ ହେବାକୁ ଦେଉ ନ ଥିଲା। ତା’ସହ ବ୍ୟାଧି ପ୍ରତିରୋଧକ ଶକ୍ତି ବଢ଼ାଉଥିଲା, ଯଦ୍ଦ୍ବାରା ରୋଗ ହେବା ଦେଖାଯାଉ ନ ଥିଲା। ମାତ୍ର ଆଜିର କୃତ୍ରିମ ରାସାୟନିକ ଔଷଧ ବ୍ୟବହାର ଏହାର ବିପରୀତ କ୍ରିୟା ଦ୍ୱାରା ରୋଗ ଓ ରୋଗୀ ବଢ଼ିବାରେ ଲାଗିଛି। ମଣିଷକୁ ବିଭିନ୍ନ ସଂକ୍ରାମକ, ଭୂତାଣୁଜନିତ ରୋଗ ହେବାର ଦେଖାଯାଉଛି। ପ୍ରାଣୀମାନଙ୍କଠାରେ ଏହାର ପ୍ରୟୋଗ ଦ୍ୱାରା ଏହାର ଶବକୁ ଖାଇ ଶାଗୁଣାମାନଙ୍କର ବଂଶ ଲୋପ ହେବାକୁ ବସିଲାଣି। ଜୀବଜନ୍ତୁମାନଙ୍କର ପ୍ରଜନନ କ୍ଷମତା କମିବାକୁ ଲାଗିଲାଣି। ଗୃହପାଳିତ ପ୍ରାଣୀମାନେ ପ୍ଲାଷ୍ଟିକ, ଅପମିଶ୍ରିତ ଖାଦ୍ୟ ଖାଇ ମୃତ୍ୟୁମୁଖରେ ପଡୁଛନ୍ତି।
ବୁଦ୍ଧିମାନ ମଣିଷର ଉଦ୍ଭଟ ଚିନ୍ତାଧାରା ଆଜି ଜୀବଜଗତକୁ ବିଲୋପ ଆଡ଼କୁ ନେଇଯାଉଛି। ଅଧିକାଂଶ ମଣିଷର ଜ୍ଞାନବୁଦ୍ଧି ଲୋପ ହୋଇ ସର୍ବଗ୍ରାସୀ ହେବା କାରଣରୁ ହିତାହିତ ଜ୍ଞାନ ପାସୋରି କାମ, କ୍ରୋଧ, ଲୋଭ, ମୋହ ଆଦି ସେମାନଙ୍କୁ କବଳିତ କଲାଣି। ଷଡ଼ରିପୁର ପରିପୂର୍ଣ୍ଣ ମଣିଷ ପ୍ରକୃତି ପାଇଁ ଭସ୍ମାସୁର ହୋଇଗଲାଣି। ନିଜେ ନିଜର ବିନାଶ ସହ ପୃଥିବୀରୁ ଜୀବଜଗତ ନିର୍ମୂଳ ହେବାକୁ ବସିଛି।
ତେଣୁ କେବେ ଏ ମଣିଷ ନିଜେ ଚେତି ପ୍ରକୃତିକୁ ଭଲ ପାଇବ। କୃତ୍ରିମକୁ ବିଲୋପ କରି ପ୍ରାକୃତିକକୁ ଆପଣେଇବ। ବର୍ତ୍ତମାନ ଯୁଦ୍ଧରେ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଯୋଗୁ ପ୍ରକୃତି ବିନାଶମୁହଁା ହୋଇଛି। ପ୍ରକୃତିକୁ ବଞ୍ଚାଇବା ପାଇଁ ସମଗ୍ର ବିଶ୍ୱ ବନୀକରଣ, ପ୍ରାକୃତିକ ଜିନିଷକୁ ପ୍ରାଧାନ୍ୟ ଦେବା ଦରକାର। ଏହାଦ୍ୱାରା ପୃଥିବୀ ବିନାଶରୁ ବର୍ତ୍ତି ଯାଇପାରିବ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

ବିମାନବନ୍ଦରରେ କେମିତି ପାଇବେ ଚାକିରି? ଜାଣନ୍ତୁ କ’ଣ ପଢ଼ିଲେ ମିଳିବ ଏହି ସୁଯୋଗ, କେତେ ପାଇବେ ଦରମା…

ନୂଆଦିଲ୍ଲୀ,୨୯ା୩: ବିମାନବନ୍ଦରରେ ଚାକିରି ପାଇବା ଅନେକ ଯୁବତୀ ଯୁବକଙ୍କ ସ୍ବପ୍ନ। ବିମାନବନ୍ଦରରେ କାମ କଲେ ଅନେକ ସୁବିଧା ମିଳିଥାଏ। ଯେଉଁଥିରେ ଭଲ ଦରମା, ବୃତ୍ତିଗତ ପରିବେଶ, ସ୍ମାର୍ଟ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

ସକାଳୁ ସକାଳୁ ଭଞ୍ଜନଗରରେ ଘଟିଛି ଏମିତି କିଛି ଅଘଟଣ: ଜଣଙ୍କୁ ହାଣିଲେ, ଆଉ ଜଣଙ୍କୁ…

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲବା ନିକଟରେ ଜଣେ ଯୁବକଙ୍କୁ ରବିବାର ପ୍ରତ୍ୟୁଷରେ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ…

ଶେଷ ହେବ ଯୁଦ୍ଧ! ନିଜ ଦେଶ ସହ ୟୁରୋପରେ ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କୁ କରାଗଲାଣି ଘୋର ବିରୋଧ

ଓ୍ବାଶିଂଟନ,୨୯।୩: ଗତ ୩୦ ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଚାଲିଛି। ସମଗ୍ର ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବୁଡ଼ି ରହିଛି। ସାରା ବିଶ୍ୱରେ ଉତ୍ତେଜନାର ବାତାବରଣ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri