ଛେଳି ଗୁହାଳରେ ପିଲାଙ୍କ ଭବିଷ୍ୟତ

ଉଦଳା,୧ା୧୦(ସନ୍ତୋଷ କୁମାର ବାଚ୍ଛିନୀ): କାନ୍ଥରେ ଲେଖା ହୋଇଛି ବିଦ୍ୟାଳୟ ନାଁ । କାନ୍ଥ ସାଜିଛି କଳାପଟା ଆଉ ଚାଲିଛି ପାଠପଢ଼ା। ହେଲେ ଏହା ବିଦ୍ୟାଳୟ ନୁହେଁ, ଏକ ଛେଳି ଗୁହାଳର କାନ୍ଥ। ଯେଉଁଠି ଲେଖାହେଉଛି ଅ, ଆ। ଗଢ଼ାହେଉଛି ପିଲାଙ୍କ ଭବିଷ୍ୟତ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା କପ୍ତିପଦା ଶିକ୍ଷା ବ୍ଲକ ଅଧୀନ ଠାକରାସାହି ପ୍ରାଥମିକ ବିଦ୍ୟାଳୟରେ।
ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦ ପିଲା ପଢ଼ନ୍ତି। ବିଦ୍ୟାଳୟର ନା ଅଛି ଶ୍ରେଣୀଗୃହ, ନା ନିଜସ୍ବ ଘର। ଯେଉଁଠି ପିଲା ସେଇଠି ଛେଳି। ଛେଳି ବନ୍ଧା ଯାଉଥିବା ଟେବୁଲ ସାଜିଛି ବିଦ୍ୟାଳୟ ଟେବୁଲ, ଯାହାକୁ ଶିକ୍ଷକମାନେ ବ୍ୟବହାର କରୁଛନ୍ତି। ୧୪ ବର୍ଷ ପୂର୍ବେ ଗ୍ରାମରେ ବିଦ୍ୟାଳୟ ନିମନ୍ତେ ଏକ ଘର ନିର୍ମାଣ ହୋଇଥିଲା। ହେଲେ ଠିକାଦାରଙ୍କ ମନମାନି ଓ ବିଭାଗୀୟ ଅବହେଳାରୁ ଏବେ ବି ଉକ୍ତ ଘର ଅଧାପନ୍ତରିଆ ହୋଇ ରହିଛି। ଯେଉଁଥିପାଇଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ପିଣ୍ଡାରେ ଚାଲିଛି ବିଦ୍ୟାଳୟ। ଦିନେ କି ଦୁଇଦିନ ନୁହଁ, ୧୪ ବର୍ଷ ହେବ ଏହି ପିଣ୍ଡାରେ ବସି ପିଲା ପାଠ ପଢ଼ୁଛନ୍ତି। କି ବର୍ଷା, କି ଖରା, କି ଶୀତ ସବୁବେଳେ ଏହି ପିଣ୍ଡାରେ ହିଁ ଚାଲିଛି ବିଦ୍ୟାଳୟ। ସମସ୍ୟା ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଭଙ୍ଗା ପିଣ୍ଡାରେ ବିଦ୍ୟାଳୟ ଚାଲିଥିବା ବେଳେ ଛେଳି ଆସି ପିଲାମାନଙ୍କ ମଝିରେ ପଶିଯାଉଛନ୍ତି। ବେଳେବେଳେ ପିଲାଙ୍କ ବହିଖାତା ଖାଇ ନଷ୍ଟ ମଧ୍ୟ କରୁଛନ୍ତି। ଛେଳି ମଳମୂତ୍ରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏ ବାବଦରେ କପ୍ତିପଦା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଦୀପକ ମିଶ୍ରଙ୍କୁ ପଚାରିବାରୁ ସେ ସମସ୍ୟା ବାବଦରେ ଅବଗତ ଥିବା ଏବଂ ଖୁବ୍‌ଶୀଘ୍ର ଅଧାପନ୍ତରିଆ ବିଦ୍ୟାଳୟ ଘର କାମ ଆରମ୍ଭ ହେବ ବୋଲି କହିଛନ୍ତି। ତେବେ ୧୪ ବର୍ଷରୁ ଅଧିକ ହେବ ଏଭଳି ଅବସ୍ଥାରେ ଶିକ୍ଷାଦାନ ଚାଲୁଥିବା ବେଳେ ସବୁ ଜାଣି କ’ଣ ପାଇଁ ଅଧିକାରୀମାନେ ଚୁପ୍‌ ରହିଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri