୪୫୧୫ କୋଟି ଉଠାଇଲେ ଏଫ୍‌ପିଆଇ

ମୁମ୍ବାଇ, ୧୯।୭: ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ଦେଶର ପୁଞ୍ଜି ବଜାର ଇକ୍ୱିଟି ସେଗ୍‌ମେଣ୍ଟରୁ ୪୫୧୫ କୋଟି ଟଙ୍କା ଉଠାଇ ନେଇଛନ୍ତି। ଭାରତୀୟ ବଜାରକୁ ନେଇ ନିବେଶକମାନେ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଇଛି। ବର୍ତ୍ତମାନ ବଜାର ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। ଫଳରେ ଏଫ୍‌ପିଆଇ ପ୍ରଫିଟ ବୁକିଂ କରିବାକୁ ପସନ୍ଦ କରୁଛନ୍ତି। ସେହିଭଳି ତୃତୀୟ ଲହରକୁ ମଧ୍ୟ ନିବେଶକମାନେ ନଜରରେ ରଖିଥିବା ମର୍ନିଂ ଷ୍ଟାର ଇଣ୍ଡିଆର ଆସୋସିଏଟ ଡାଇରେକ୍ଟର ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି। ବର୍ତ୍ତମାନ ଡଲାର ଶକ୍ତିଶାଳୀ ରହିଛି। ଏଭଳି ସ୍ଥିତିରେ ଆମେରିକା ବଣ୍ଡ ବଜାର ଭଲ ରିଟର୍ନ ପ୍ରଦାନ କରିବାର ସମ୍ଭାବନା ରହିଛି। ଏହା ଭାରତ ବଜାରରେ ପୁଞ୍ଜି ପ୍ରବାହକୁ ପ୍ରଭାବିତ କରିବାର ଆଶଙ୍କା ନାହିଁ। ବର୍ତ୍ତମାନ ଏ ନେଇ ଚିନ୍ତା ପ୍ରକଟ କରିବାର କୌଣସି କାରଣ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସେହିଭଳି ନିବେଶକଙ୍କ ଦ୍ୱାରା ହୋଇଥିବା ପୁଞ୍ଜି ପ୍ରତ୍ୟାହାର ବିଶେଷ ବଡ଼ ନୁହେଁ ବୋଲି ସେ ମତ ଦେଇଛନ୍ତି। ମାତ୍ର ଭାରତୀୟ ବଜାରକୁ ନେଇ ନିବେଶକ ସତର୍କତା ଅବଲମ୍ବନ କରୁଛନ୍ତି। ଡିପୋଜିଟୋରୀ ଡାଟା ମୁତାବକ ନିବେଶକମାନେ ୧-୧୬ ମଧ୍ୟରେ ୪୫୧୫ କୋଟି ଟଙ୍କା ଭାରତୀୟ ପୁଞ୍ଜି ବଜାରରୁ ଉଠାଇ ନେଇଛନ୍ତି। ଏହି ସମୟରେ ସେମାନେ ଡେଟ୍‌ ସେଗ୍‌ମେଣ୍ଟରେ ୩,୦୩୩ କୋଟି ଟଙ୍କା ନିବେଶ କରିଛନ୍ତି। ଏହି ଅବଧିରେ ନେଟ୍‌ ପୁଞ୍ଜି ପ୍ରତ୍ୟାହାର ୧୪୮୨ କୋଟି ଟଙ୍କା ରହିଛି। ଜୁନ୍‌ରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ୧୩,୨୬୯ କୋଟି ଟଙ୍କା ନିବେଶ କରିଥିଲେ।
ବଜାର ବର୍ତ୍ତମାନ କିଛିଟା ପ୍ରଭାବିତ ରହିଛି ବୋଲି ଜିଓଜିତ ଫାଇନାନ୍ସିଆଲ ସର୍ଭିସେସ୍‌ର ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ଭି. କେ. ବିଜୟ କୁମାର କହିଛନ୍ତି। ଏହି ବର୍ଗର ନିବେଶକମାନେ ଚଳିତବର୍ଷ ଜାନୁୟାରୀ, ଫେବୃୟାରୀ ଏବଂ ମାର୍ଚ୍ଚରେ ଲଗାତର ନିବେଶ କରିଥିଲେ। ଏପ୍ରିଲ ଏବଂ ମେ ମାସରେ ସେମାନେ ପୁଞ୍ଜି ପ୍ରତ୍ୟାହାର କରିଥିଲେ। ଜୁନ୍‌ରେ ପୁଣି ଥରେ ଏମାନେ ନିବେଶ ଜାରି ରଖିଥିଲେ। ଜୁଲାଇରେ ପୁଣି ଥରେ ଶେୟାର ବିକିଥିବା ଦେଖାଯାଉଛି। ଇଣ୍ଡୋନେସିଆକୁ ଛାଡ଼ିଦେଲେ ବିଶ୍ୱର ଅନ୍ୟ ପ୍ରମୁଖ ବଜାରରେ ବିଦେଶୀ ନିବେଶକମାନେ ପୁଞ୍ଜି ଉଠାଇ ନେଉଥିବା କୋଟାକ ସିକ୍ୟୁରିଟିଜର ଉପସଭାପତି ଶ୍ରୀକାନ୍ତ ଚୌହାନ କହିଛନ୍ତି। ଫିଲିପାଇନ୍ସ, ଦକ୍ଷିଣ କୋରିଆ, ଥାଇଲାଣ୍ଡ ଭଳି ଦେଶଗୁଡ଼ିକରେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି। ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଆମେରିକା ଫେଡେରାଲ ରିଜର୍ଭର ନୀତି ଆଧାରରେ ସ୍ବଳ୍ପ ମିଆଦୀ ଭିତ୍ତିରେ ଭାରତର ପୁଞ୍ଜି ବଜାର ପ୍ରଭାବିତ ହୋଇ ରହିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri