୪୫୧୫ କୋଟି ଉଠାଇଲେ ଏଫ୍‌ପିଆଇ

ମୁମ୍ବାଇ, ୧୯।୭: ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ଦେଶର ପୁଞ୍ଜି ବଜାର ଇକ୍ୱିଟି ସେଗ୍‌ମେଣ୍ଟରୁ ୪୫୧୫ କୋଟି ଟଙ୍କା ଉଠାଇ ନେଇଛନ୍ତି। ଭାରତୀୟ ବଜାରକୁ ନେଇ ନିବେଶକମାନେ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଇଛି। ବର୍ତ୍ତମାନ ବଜାର ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। ଫଳରେ ଏଫ୍‌ପିଆଇ ପ୍ରଫିଟ ବୁକିଂ କରିବାକୁ ପସନ୍ଦ କରୁଛନ୍ତି। ସେହିଭଳି ତୃତୀୟ ଲହରକୁ ମଧ୍ୟ ନିବେଶକମାନେ ନଜରରେ ରଖିଥିବା ମର୍ନିଂ ଷ୍ଟାର ଇଣ୍ଡିଆର ଆସୋସିଏଟ ଡାଇରେକ୍ଟର ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି। ବର୍ତ୍ତମାନ ଡଲାର ଶକ୍ତିଶାଳୀ ରହିଛି। ଏଭଳି ସ୍ଥିତିରେ ଆମେରିକା ବଣ୍ଡ ବଜାର ଭଲ ରିଟର୍ନ ପ୍ରଦାନ କରିବାର ସମ୍ଭାବନା ରହିଛି। ଏହା ଭାରତ ବଜାରରେ ପୁଞ୍ଜି ପ୍ରବାହକୁ ପ୍ରଭାବିତ କରିବାର ଆଶଙ୍କା ନାହିଁ। ବର୍ତ୍ତମାନ ଏ ନେଇ ଚିନ୍ତା ପ୍ରକଟ କରିବାର କୌଣସି କାରଣ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସେହିଭଳି ନିବେଶକଙ୍କ ଦ୍ୱାରା ହୋଇଥିବା ପୁଞ୍ଜି ପ୍ରତ୍ୟାହାର ବିଶେଷ ବଡ଼ ନୁହେଁ ବୋଲି ସେ ମତ ଦେଇଛନ୍ତି। ମାତ୍ର ଭାରତୀୟ ବଜାରକୁ ନେଇ ନିବେଶକ ସତର୍କତା ଅବଲମ୍ବନ କରୁଛନ୍ତି। ଡିପୋଜିଟୋରୀ ଡାଟା ମୁତାବକ ନିବେଶକମାନେ ୧-୧୬ ମଧ୍ୟରେ ୪୫୧୫ କୋଟି ଟଙ୍କା ଭାରତୀୟ ପୁଞ୍ଜି ବଜାରରୁ ଉଠାଇ ନେଇଛନ୍ତି। ଏହି ସମୟରେ ସେମାନେ ଡେଟ୍‌ ସେଗ୍‌ମେଣ୍ଟରେ ୩,୦୩୩ କୋଟି ଟଙ୍କା ନିବେଶ କରିଛନ୍ତି। ଏହି ଅବଧିରେ ନେଟ୍‌ ପୁଞ୍ଜି ପ୍ରତ୍ୟାହାର ୧୪୮୨ କୋଟି ଟଙ୍କା ରହିଛି। ଜୁନ୍‌ରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ୧୩,୨୬୯ କୋଟି ଟଙ୍କା ନିବେଶ କରିଥିଲେ।
ବଜାର ବର୍ତ୍ତମାନ କିଛିଟା ପ୍ରଭାବିତ ରହିଛି ବୋଲି ଜିଓଜିତ ଫାଇନାନ୍ସିଆଲ ସର୍ଭିସେସ୍‌ର ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ଭି. କେ. ବିଜୟ କୁମାର କହିଛନ୍ତି। ଏହି ବର୍ଗର ନିବେଶକମାନେ ଚଳିତବର୍ଷ ଜାନୁୟାରୀ, ଫେବୃୟାରୀ ଏବଂ ମାର୍ଚ୍ଚରେ ଲଗାତର ନିବେଶ କରିଥିଲେ। ଏପ୍ରିଲ ଏବଂ ମେ ମାସରେ ସେମାନେ ପୁଞ୍ଜି ପ୍ରତ୍ୟାହାର କରିଥିଲେ। ଜୁନ୍‌ରେ ପୁଣି ଥରେ ଏମାନେ ନିବେଶ ଜାରି ରଖିଥିଲେ। ଜୁଲାଇରେ ପୁଣି ଥରେ ଶେୟାର ବିକିଥିବା ଦେଖାଯାଉଛି। ଇଣ୍ଡୋନେସିଆକୁ ଛାଡ଼ିଦେଲେ ବିଶ୍ୱର ଅନ୍ୟ ପ୍ରମୁଖ ବଜାରରେ ବିଦେଶୀ ନିବେଶକମାନେ ପୁଞ୍ଜି ଉଠାଇ ନେଉଥିବା କୋଟାକ ସିକ୍ୟୁରିଟିଜର ଉପସଭାପତି ଶ୍ରୀକାନ୍ତ ଚୌହାନ କହିଛନ୍ତି। ଫିଲିପାଇନ୍ସ, ଦକ୍ଷିଣ କୋରିଆ, ଥାଇଲାଣ୍ଡ ଭଳି ଦେଶଗୁଡ଼ିକରେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି। ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଆମେରିକା ଫେଡେରାଲ ରିଜର୍ଭର ନୀତି ଆଧାରରେ ସ୍ବଳ୍ପ ମିଆଦୀ ଭିତ୍ତିରେ ଭାରତର ପୁଞ୍ଜି ବଜାର ପ୍ରଭାବିତ ହୋଇ ରହିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri