୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୧୮।୩: ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର ଦେଇଛନ୍ତି। ଏକ୍ସଚେଞ୍ଜ ଫାଇଲିଂ ଅନୁଯାୟୀ, ଏକାଗ୍ର ରୋହନ ମୁର୍ତ୍ତୀ ଭାରତର ଦ୍ୱିତୀୟ ବୃହତ୍ତମ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀରେ ୧୫,୦୦,୦୦୦ ଅଂଶଧନ କିମ୍ବା ୦.୦୪ ପ୍ରତିଶତ ଅଂଶ ରହିଛି।
ନାତିଙ୍କୁ ଷେୟାର ଦାନ କରିବା ପରେ ଇନଫୋସିସରେ ନାରାୟଣ ମୁର୍ତ୍ତୀଙ୍କ ଅଂଶଧନ ୦.୪୦ ପ୍ରତିଶତରୁ ୦.୩୬ ପ୍ରତିଶତକୁ ଖସି ଆସିଛି। ସେ ବର୍ତ୍ତମାନ କମ୍ପାନୀର ପ୍ରାୟ ୧.୫୧ କୋଟି ଅଂଶଧନ ଧାରଣ କରିଛନ୍ତି। ଏହି କାରବାର ‘ଅଫ ମାର୍କେଟ’ ଢଙ୍ଗରେ କରାଯାଇଥିଲା। ନଭେମ୍ବରରେ ନାରାୟଣ ମୁର୍ତ୍ତୀ ଏବଂ ସୁଧା ମୁର୍ତ୍ତୀ ଜେଜେବାପା ହୋଇଥିଲେ। ସେମାନଙ୍କର ପୁଅ ରୋହନ ମୁର୍ତ୍ତୀ ଏବଂ ପତ୍ନୀ ଅପର୍ଣ୍ଣା କ୍ରିଷ୍ଣନ ଏକ ପୁଅକୁ ସ୍ବାଗତ କରିଥିଲେ। ନାରାୟଣ ମୁର୍ତ୍ତୀ ଏବଂ ସୁଧା ମୁର୍ତ୍ତୀ ମଧ୍ୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଅକ୍ଷତା ମୁର୍ତ୍ତୀଙ୍କ ଦୁଇ ଝିଅଙ୍କ ଜେଜେବାପା-ଜେଜେ ମା’ ଅଟନ୍ତି। ନାରାୟଣ ମୁର୍ତ୍ତୀ ୧୯୮୧ରେ ଇନଫୋସିସ ପ୍ରତିଷ୍ଠା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟରେ ସୁନେଲି ସ୍ୱପ୍ନ: ବଢ଼ିଲା ମୁଣ୍ଡପିଛା ଋଣବୋଝ

ଭୁବନେଶ୍ୱର,୧୮।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ୨୦୨୫-୨୬ ଆର୍ଥିକବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି, ଯାହାକି ୨୦୨୪-୨୫ ଆର୍ଥିକବର୍ଷର ବଜେଟ...

ଶେଖ ହସିନାଙ୍କୁ ବାଂଲାଦେଶ ଫେରାଇ ଦେବା ଉଚିତ, ଚମକାଇ ଦେବ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ/ଢାକା,୧୮।୨: ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ୫୦.୨ ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି ଯେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଛାଡି...

ବେଦାନ୍ତ ଗୋଷ୍ଠୀଗତ ବିକାଶ ପ୍ରତି ସମର୍ପିତ

ଭୁବନେଶ୍ୱର,୧୮।୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ‘ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ବା ଏଏଏଫ୍‌’ ଏବଂ ରାୟଗଡ଼ା...

ଏଲ୍‌ଆଇସି ମାର୍କେଟ ଟେକ୍‌ ପ୍ଲାଟ୍‌ଫର୍ମର ଶୁଭାରମ୍ଭ

ମୁମ୍ବାଇ,୧୮।୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବହୁ ପ୍ରତୀକ୍ଷିତ ସେବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ କଟିଂ-ଏଜ୍‌ ମାକେର୍ଟିଂ ଟେକ୍ନୋଲୋଜି (ମାର୍‌ ଟେକ୍‌) ପ୍ଲାଟ୍‌ଫର୍ମର...

ଆଣବିକ ଶକ୍ତି ସମ୍ପ୍ରସାରଣରେ ନିବେଶ କରିବ ଏନ୍‌ଟିପିସି

ନୂଆଦିଲ୍ଲୀ,୧୮।୨: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ କମ୍ପାନୀ ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି ଲିମିଟେଡ) ଆଣବିକ ଶକ୍ତି ସମ୍ପ୍ରସାରଣ କ୍ଷେତ୍ରରେ ନିବେଶ କରିବ ବୋଲି...

ବାର୍ଥ ଡେ ୱିଶ୍‌: ଜେଲ ଗଲେ ୧୦୪ ବର୍ଷୀୟା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ଜେନେସିଓ ଠାରେ ଥିବା ଆଭୋନ୍‌ ନର୍ସିଂ ହୋମ୍‌ରେ ରହୁଥିବା ଜଣେ ୧୦୪ ବର୍ଷୀୟା ମହିଳା ଲୋରେଟା ଚାମ୍‌ୱରଲେନଙ୍କୁ ୨ ଦିନ ପାଇଁ ନିକଟସ୍ଥ...

ରାଞ୍ଚି ଷ୍ଟେଶନରେ ୫ ମହିଳା ମୂର୍ଚ୍ଛାଗଲେ

ରାଞ୍ଚତ୍,୧୮।୨: ନୂଆଦିଲ୍ଲୀ ରେଳଷ୍ଟେଶନରେ ମହାକୁମ୍ଭ ମେଳା ଯାତ୍ରୀଙ୍କ ଗହଳି ଯୋଗୁ ଶନିବାର ରାତିରେ ଦଳାଚକଟା ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଯାତ୍ରୀ ଆହତ...

ବିଦାୟୀ ଭାଷଣରେ ବିଭ୍ରାନ୍ତିକର ବ୍ୟାଖ୍ୟାନକୁ ଟାର୍ଗେଟ କଲେ ରାଜୀବ କୁମାର

ନୂଆଦିଲ୍ଲୀ, ୧୮।୨: ଭାରତର ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି)ଙ୍କର କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ସୋମବାର ସେ ତାଙ୍କ ବିଦାୟୀ ଭାଷଣରେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri