ଇସଲାମାବାଦ୍,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ପାକିସ୍ତାନ ପାଇଁ ଦିନିକିଆ ଏବଂ ଟି-୨୦ କ୍ରିକେଟ ଖେଳୁଥିଲେ। କିଛି ସମୟ ପୂର୍ବରୁ ବିସମାହ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବର୍ତ୍ତମାନ ସେ ଅବସର ଘୋଷଣା କରିଛନ୍ତି।
ଅବସର ପରେ ମାରୋଫ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ଲେଖିଛନ୍ତି, ୧୭ ବର୍ଷ ଧରି କ୍ରିକେଟ କେବଳ ଖେଳ ନୁହେଁ ବରଂ ଏକ ଉତ୍ସାହ, ଏକ ସ୍ବପ୍ନ ପୂରଣ ଏବଂ ଅସୀମିତ ଅଭିବୃଦ୍ଧିର ଯାତ୍ରା ଅଟେ। ଭାବନା ସହିତ ମୁଁ ଫେରିଯାଉଛି ପାକିସ୍ତାନର ପ୍ରତିନିଧିତ୍ୱ କରିବାର ଅଦ୍ଭୁତ ଯାତ୍ରା ପାଇଁ ମୁଁ ବିଦାୟ ନେଉଛି।
୨୦୦୬ ରୁ ୨୦୨୪ ପର୍ଯ୍ୟନ୍ତ ମାରୋଫ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ଏହି ଅବଧିରେ ସେ ୧୩୬ ଦିନିକିଆ ଏବଂ ୧୪୦ ଟି-୨୦ ମ୍ୟାଚ ଖେଳିଥିଲେ।


