ବୃକ୍ଷରାଜିରେ ଭରିବ ବୁଦୁବୁଦିଆ ଜଙ୍ଗଲ

ଭୁବନ, ୩।୭(ଡି.ଏନ୍‌.ଏ.): କାୟା ମେଲାଉଛି କଂକ୍ରିଟ୍‌ ଜଙ୍ଗଲ। ଉଜୁଡୁଛି ସବୁଜିମା। ଘନ ସଂରକ୍ଷିତ ଜଙ୍ଗଲ ପତଳା ହେଲାଣି। ସବୁଜବନାନୀ ଏବେ ଶ୍ରୀହୀନ। ବୃକ୍ଷହୀନ ଲଣ୍ଡା ପାହାଡ଼ ସୀମିତ ହୋଇଗଲାଣି ଲଟାବୁଦାରେ। ପାହାଡ଼ ତଳି ଅଞ୍ଚଳରେ ଅବାଧ ଗଛକଟା ଜୈବ ବିବିଧତାକୁ ବିପନ୍ନ କରୁଥିବାବେଳେ ବର୍ଷାଦିନିଆ ବନୀକରଣ ମାଧ୍ୟମରେ ଏହାର ଭରଣା କରିବା ଲାଗି ଆରମ୍ଭ ହୋଇଛି ପ୍ରୟାସ। ତଦନୁଯାୟୀ ଢେଙ୍କାନାଳ ଜିଲାର ଅନ୍ୟତମ ବୃହତ୍‌ ଭୁବନ ବନାଞ୍ଚଳରେ ଚଳିତବର୍ଷ ୧ ଲକ୍ଷରୁ ଊର୍ଦ୍ଧ୍ୱ ଚାରା ଲଗାଇବାକୁ କରାଯାଇଛି ଯୋଜନା। ଏଥିଲାଗି ୩ଟି ନର୍ସରିରେ ଚାରା ପଡ଼ିଥିବାବେଳେ ପ୍ରଥମ ଥର ପାଇଁ ଚାରାରୋପଣରେ ସ୍ବୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ଭୁବନ ବନ ବିଭାଗ ଅଧୀନରେ ରହିଛି ୪୨୦୫.୬୫ ହେକ୍ଟର ପରିସୀମା ବିଶିଷ୍ଟ ୬ ସଂରକ୍ଷିତ ଜଙ୍ଗଲ। ତନ୍ମଧ୍ୟରୁ ବାଲିବୋ ରିଜର୍ଭ ଫରେଷ୍ଟ ୬୫୯.୦୭ ହେକ୍ଟର, ଭୁବନ ୪୫୭.୦୩ ହେକ୍ଟର, ଧଳପଡ଼ା ୩୭୨.୦୩ ହେକ୍ଟର, ଟିପିଲେଇ ୯୪୭ ହେକ୍ଟର, ଭୈରୀପୁର ୪୯୦.୦୫ ହେକ୍ଟର ଏବଂ ସୁନାଝରି ସଂରକ୍ଷିତ ଜଙ୍ଗଲ ୧୨୭୮.୮୫ ହେକ୍ଟରରେ ପରିବ୍ୟାପ୍ତ। ଏସବୁ ରିଜର୍ଭ ଫରେଷ୍ଟ ସମେତ, ବ୍ରାହ୍ମଣୀ ନଦୀ ଅବବାହିକା, ଭୁବନ ଏନ୍‌ଏସିର ବିଭିନ୍ନ ଶିକ୍ଷାନୁଷ୍ଠାନ, ଖାଲି ପଡ଼ିଥିବା ସରକାରୀ ଜମି, ରାସ୍ତାପାର୍ଶ୍ୱ ଏବଂ ଉଜୁଡ଼ା ଜଙ୍ଗଲରେ ବନୀକରଣ କରାଯାଇ ସବୁଜ ବଳୟ ସୃଷ୍ଟି କରାଯିବାକୁ ଯୋଜନା କରାଯାଇଛି। ବନ ବିଭାଗ ସୂଚନା ଅନୁଯାୟୀ, ଭୁବନ ସଂରକ୍ଷିତ ଜଙ୍ଗଲରେ ୪୦ ହଜାର, ଧଳପଡା ସଂରକ୍ଷିତ ଜଙ୍ଗଲରେ ୩୦ ହଜାର, ସୁନାଝରି ସଂରକ୍ଷିତ ଜଙ୍ଗଲରେ ୨୦ ହଜାର, ଭୈରୀପୁର ସଂରକ୍ଷିତ ଜଙ୍ଗଲରେ ୭୬୫୬, ଭର୍ତ୍ତି ପାହାଡ଼ରେ ୨୪୦୦, ଜୈବ ବିବିଧତାପୂର୍ଣ୍ଣ ବ୍ରାହ୍ମଣୀ ନଦୀ ଅବବାହିକାରେ ୧୦ ହଜାର ଚାରା ଲଗାଯିବ। ଶିଶୁ, ଅସନ, କରଞ୍ଜ, ବାହାଡ଼ା, ଅର୍ଜୁନ, ପିଆଶାଳ, ଶିରିସା, ଖଇର, କଇଥ, କରଞ୍ଜ, ପାଟୋଳି, ବଉଳ, ଫାଶି, ତେନ୍ତୁଳି ଭଳି ମୂଲ୍ୟବାନ ଚାରା ସଂରକ୍ଷିତ ଜଙ୍ଗଲରେ ଲାଗିବ। ସେହିପରି ଜାମୁ, ଆମ୍ବ, ପଣସ ଭଳି ଫଳ ଗଛ ମଧ୍ୟ ଲଗାଯିବ। ଏଥିଲାଗି ବାହାଳ, ଜିରାଳ ଏବଂ ଟାଙ୍ଗରପଡ଼ାସ୍ଥିନ ବନ ବିଭାଗ ନର୍ସରିରେ ଚାରା ପ୍ରସ୍ତୁତ କରାଯାଇଛି। ଯେପରି ଚାରା ସୁସ୍ଥ ସବଳ ହେବ, ସେଥିଲାଗି ବନ କର୍ମଚାରୀମାନେ ଉଦ୍ୟମ କରୁଛନ୍ତି। ପୂର୍ବ ବର୍ଷଗୁଡ଼ିକରେ ଚାରା ରୋପଣ ଏବଂ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟରେ ଶ୍ରମିକଙ୍କୁ ନିୟୋଜିତ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ।
ଏ ସଂକ୍ରାନ୍ତରେ ରେଞ୍ଜର ଅନିତା ସେଠୀ କୁହନ୍ତି, ଚାରା ଲଗାଇବା ଅପେକ୍ଷା ଗଛକୁ ବଞ୍ଚାଇରଖିବା କଷ୍ଟକର କାର୍ଯ୍ୟ। ଏଥିଲାଗି ନିୟମିତ ପର୍ଯ୍ୟବେକ୍ଷଣର ଆବଶ୍ୟକତା ରହିଛି। ଯେପରି ବନୀକରଣ କାର୍ଯ୍ୟ ସଫଳ ହେବ ସେ ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ବୁଦୁବୁଦିଆ ଜଙ୍ଗଲକୁ ଘଞ୍ଚ ଜଙ୍ଗଲରେ ରୂପାନ୍ତରିତ କରିବାକୁ ଯୋଜନା ରହିଛି। ଜନସାଧାରଣଙ୍କ ସହଯୋଗ ମିଳିଲେ ପରିଶ୍ରମର ମୂଲ୍ୟ ମିଳିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।

ରଥକାଠ ସମସ୍ୟା ଦୂର କରିବ ଫାସି ଗଛ

ଜଙ୍ଗଲ ସମ୍ପଦରେ ସମୃଦ୍ଧ ଶିଳ୍ପ ଜିଲା ଢେଙ୍କାନାଳ। ହେଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଐତିହାସିକ ଢେଙ୍କାନାଳ ରଥଯାତ୍ରା ଲାଗି ରଥକାଠର ଅଭାବ ପରିଲକ୍ଷିତ ହୋଇଛି। ଏପରି କି ପରମ୍ପରା ମଧ୍ୟ ଭଙ୍ଗ ହୋଇଛି। ଏହାକୁ ନେଇ ସମାଲୋଚନାର ଶିକାର ହୋଇଛି ଜିଲା ପ୍ରଶାସନ, ଦେବୋତ୍ତର ବିଭାଗ ଏବଂ ବନ ବିଭାଗ। କେବଳ ଢେଙ୍କାନାଳ ନୁହେଁ, ଦେଓଗଁା ଏବଂ ଭୁବନରେ ହେଉଥିବା ରଥଯାତ୍ରା ପାଇଁ ଆଗାମୀ ଦିନରେ ରଥକାଠ ଯେ ଅଭାବ ନ ହେବ, ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ଏହାର ପ୍ରତିକାର ଲାଗି ଭୁବନ ବନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ରଥ ନିର୍ମାଣରେ ମୁଖ୍ୟତଃ ଫାସି କାଠ ବ୍ୟବହାର କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ବହୁସଂଖ୍ୟାରେ ଫାସି ଚାରା ପ୍ରସ୍ତୁତ କରାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି।

ଜୀବଜଗତର ସୁରକ୍ଷା କବଚ ଗଛ
ଜୀବଜଗତର ସୁରକ୍ଷା କବଚ ହେଉଛି ଗଛ। ଏବେ ଜଙ୍ଗଲ ସମ୍ପଦ ହ୍ରାସ କାରଣରୁ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଛି। ପ୍ରଦୂଷଣ ସହ ଦୁରାରୋଗ୍ୟ ବ୍ୟାଧି ବଢ଼ିବାରେ ଲାଗିଛି। ଏଥିପ୍ରତି ସଚେତନ ହେବାର ବେଳ ଆସିଛି। ସ୍ବାସ୍ଥ୍ୟ ବିଭାଗରେ ଚାକିରି କରିଥିଲେ ମଧ୍ୟ ଚାରା ଲଗାଇବା ଏବଂ ଯତ୍ନନେବା ପିଲାଦିନୁ ସଉକ ରହିଛି। ‘ଗୋଟିଏ ଲୋକ, ଗୋଟିଏ ଗଛ’ ନିୟମକୁ ସମସ୍ତେ ପାଳନ କରିବା ଜରୁରୀ।
-ଅଚ୍ୟୁତ ମଲ୍ଲିକ, ପରିବେଶପ୍ରେମୀ

ଅଞ୍ଚଳବାସୀ ବୃକ୍ଷପ୍ରେମୀ
ଭୁବନ ଅଞ୍ଚଳବାସୀ ବୃକ୍ଷପ୍ରେମୀ। ଅଧିକାଂଶ ଲୋକେ ନିଜ ଜମିରେ ଫୁଲ, ଫଳ ସାଙ୍ଗକୁ ସୌଖୀନ ପ୍ରଜାତିର ଗଛ ଲଗାଇଥାଆନ୍ତି। ବୃକ୍ଷ ହେଉଛି ଆମ ସମସ୍ତଙ୍କ ଜୀବନ। ତେବେ ଦିନକୁ ଦିନ ମନୁଷ୍ୟକୃତ କାରଣରୁ ଜଙ୍ଗଲ ପଦା ହେବାରେ ଲାଗିଛି। ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଏଥିପ୍ରତି ସଚେତନ ହେବା ଜରୁରୀ। ପ୍ରତିବ୍ୟକ୍ତି ବନୀକରଣରେ ସାମିଲ ହେଲେ ସମସ୍ୟାର ସଫଳ ସମାଧାନ ହୋଇପାରିବ।
-ସୁରେନ୍ଦ୍ର କୁମାର ସେନାପତି, ପରିବେଶବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri