ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ ମାଈହାତୀ ପଡ଼ି ମରିଥିବା ଜଣାପଡ଼ିଛି। ଗତ ୮ରୁ ୧୦ ତଳେ କଳାହାଣ୍ଡି ଉତ୍ତର ଦିଗରୁ ଏକ ଗୋଠଛଡ଼ା ମାଈହାତୀ ବେଲଗାଁ ସେକ୍ସନକୁ ପ୍ରବେଶ କରିଥିଲା। ହାତୀଟି ଅସୁସ୍ଥ ଥିବା ନେଇ ବଲାଙ୍ଗୀର ବନ ବିଭାଗ ପାଖରେ ଖବର ଥିଲା ବନ ବିଭାଗ ହାତୀକୁ କ୍ରମାଗତ ଭାବେ ଟ୍ରାକିଂ କରୁଥିଲା। ଏପରିକି ବନ ବିଭାଗ ପକ୍ଷରୁ ହାତୀର ଟ୍ରାଙ୍କୁଲାଇଜ୍‌ ଟ୍ରିଟମେଣ୍ଟ କରିବା ପାଇଁ
ପରମିଶନ ମଗାଯାଇଥିଲା। ତେବେ ଗତକାଲି ରାତିରେ ହାତୀଟି ନାଳରେ ପଡ଼ି ଯାଇ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଜାଣିଥିଲେ। ତେବେ ଖବର ପାଇ ବନ ଟିଟିଲାଗଡ଼ ରେଞ୍ଜର, ବଲାଙ୍ଗୀର ଏସିଏଫ୍‌ ମାନସ ରଞ୍ଜନ ବେହେରା ଓ ଡିଏଫଓ୍‌ ଅଜିତ ବିଶି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତେବେ ହାତୀର ଦେହ ଅସୁସ୍ଥ ହେବା ଯୋଗୁ ନାଳକୁ ପାଣି ପିଇବାକୁ ଆସି ଉପରକୁ ଚଢ଼ି ନ ପାରି ନାଳରେ ପଡ଼ିଯାଇ ମୃତ୍ୟୁ ହୋଇ ଯାଇଥିବା କୁହାଯାଉଛି l ମାଈହାତୀର ବୟସ ୬ରୁ ୭ବର୍ଷ ହୋଇଥବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Share