ଫିଟ୍‌ନେସ୍‌ ଗ୍ୟାରେଜ ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୧୨: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ସ୍ବାସ୍ଥ୍ୟ ପାଇଁ ଅଧିକାଂଶ ଲୋକ ଆବଶ୍ୟକ ସମୟ ଦେଇପାରୁନାହାନ୍ତି। ଏପରିକି ଆବଶ୍ୟକ ପରିଶ୍ରମ ଅଭାବରୁ ଅନେକ ରୋଗ ଓ ମାନସିକ ଚିନ୍ତା ବୃଦ୍ଧି ପାଉଛି। ଉକ୍ତ ସମସ୍ତ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ନିକଟସ୍ଥ ପାହାଳଠାରେ ଏକ ଅତ୍ୟାଧୁନିକ ଜିମ୍‌ ସେଣ୍ଟର ‘ଫିଟ୍‌ନେସ୍‌ ଗ୍ୟାରେଜ’ ସୋମବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଜଣାଶୁଣା ବଡି ବିଲ୍‌ଡର ତଥା ଜାତୀୟ ମେଡାଲ ହାସଲକାରୀ ଅନିଲ ଗୋଛିକର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ୍‌ ଅଭିନେତା ଅଂଶୁମାନ ଆରୋରା, ମଣ୍ଟୁ, ରିଷିକ, ରୋନିଙ୍କ ସମେତ ଅଭିନେତ୍ରୀ ଦେବସ୍ମିତା ପଣ୍ଡା, ଅନିଶା, ଏଲିନା, ପ୍ରିୟା ଏବଂ କୋରିଓଗ୍ରାଫର ମଣ୍ଟୁ ଜେନା, ଫିଟ୍‌ନେସ୍‌ କୋଚ ସୁଜିତ ପ୍ରମୁଖ ଉପସ୍ଥିତ ଥିଲେ l
ଏ ସମ୍ପର୍କରେ ଫିଟ୍‌ନେସ୍‌ ଗ୍ୟାରେଜ ସ୍ବତ୍ୱାଧିକାରୀ ତଥା ଓଲିଉଡ୍‌ ଅଭିନେତା ରିଷି କହିଛନ୍ତି, ସ୍ବାସ୍ଥ୍ୟ ଖରାପ ହେବା ପରେ ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ ହେଲେ ସ୍ବାସ୍ଥ୍ୟ ପ୍ରତି ଟିକେ ଯତ୍ନବାନ ହେଲେ ଆମେ ସୁସ୍ଥ ରହିଥାନ୍ତି। ଏପରିକି ବ୍ୟସ୍ତ ବହୁଳ ଜୀବନ ଭିତରେ ସ୍ବାସ୍ଥ୍ୟର ଯତ୍ନ କଥା ଆମେ ସମସ୍ତେ ପ୍ରାୟ ଭୁଲିଯାଇଥାଉ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ଉକ୍ତ ଜିମ୍‌ରେ ଏକାଧିକ ଅଭିଜ୍ଞ ତାଲିମପ୍ରାପ୍ତ ଶିକ୍ଷକ ଥିବାବେଳେ ଏଠାରେ ସ୍ବାସ୍ଥ୍ୟକର ଖାଦ୍ୟ ମଧ୍ୟ ଉପଲବ୍ଧ। ଅପରପକ୍ଷରେ ଅତ୍ୟାଧୁନିକ ଉପକରଣ ସହିତ ଏକ ବ୍ୟୟବହୁଳ ଜିମ୍‌ର ପରିକଳ୍ପନା ସହ ସାର୍ବଜନୀନ ସ୍ବାସ୍ଥ୍ୟର ଉନ୍ନତି ପାଇଁ ଅଭିନେତା ରିଷିଙ୍କର ସ୍ବପ୍ନ ବାସ୍ତବରେ ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri