ଖଇଗାଁ ଦର ଆକାଶଛୁଆଁ: ନଈମଝିକୁ ଯାଇ ଡଙ୍ଗିରେ ଜାଲ ପକାଇ ଧରୁଛନ୍ତି ଧୀବର

ମହାକାଳପଡ଼ା,୫।୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ମହାନଦୀ ସଂଲଗ୍ନ ବନ୍ତନାଶି କନ୍ଧା ମୁହାଣଠାରେ ଖଇଙ୍ଗା ମାଛ ଧରିବାକୁ ଡଙ୍ଗିରେ ଧୀବରମାନେ ଭଉଁରି ଜାଲ ପକାଉଥିବା ଦେଖିବାକୁ ମିଳିଛି। କୋହଲା ପାଗ ସାଙ୍ଗକୁ ପୂର୍ଣ୍ଣିମା ତିଥି ଥିବାରୁ ସାମୁଦ୍ରିକ ଜୁଆର ବୃଦ୍ଧି ପାଇଛି। ଫଳରେ ଖଇଙ୍ଗା ଓ ଅନ୍ୟ ମାଛ ସାମୁଦ୍ରିକ ଜୁଆରରେ ଆସିଥିବା ଧୀବରମାନେ ସୂଚନା ପାଇ ରବିବାର ପୂର୍ବାହ୍ନରୁ ଡଙ୍ଗିରେ ଜାଲ ନେଇ ମହାନଦୀରେ ମାଛ ଧରୁଛନ୍ତି। ସ୍ଥାନୀୟ ମାଛ ବଜାରରେ ଖଇଙ୍ଗା କିଲୋ ପ୍ରତି ୫ ଶହ ଟଙ୍କାରୁ ଅଧିକ ରହିଛି। ବାହାକୁଦ ଗ୍ରାମର ପାରମ୍ପରିକ ଧୀବରମାନେ କହିଛନ୍ତି, ମହାନଦୀରେ ୨ରୁ ୩ ଦିନ ହେବ କୋହଲା ପାଗ ସମୁଦ୍ର ଜୁଆର ଯୋଗୁ ଖଇଙ୍ଗା, ଭେକ୍‌ଟି, ଚାଆଁରା, ବାଗଦା ଚିଙ୍ଗୁଡ଼ି, ରେଢୁଅ କଣ୍ଟିଆ, ଖୁରାଣ୍ଟ, ଅଳତା ପୋଟେଇ, ଶିବ, ପାମ୍ପ୍ଲେଟ, ନଈ ଜଳଙ୍ଗ ଆଦି ମାଛ ଧରୁଥିବା ନଜରକୁ ଆସିଛି। ଧୀବରମାନଙ୍କ କହିବା କଥା ଦିନକୁ ୨ରୁ ୩ ହଜାର ଟଙ୍କା ରୋଜଗାର ହେଉଛି।

Dharitri – Odisha’s No.1 Odia Daily