ବିତ୍ତୀୟ ନିଅଣ୍ଟ ୯.୧୪ ଲକ୍ଷ କୋଟି ଛୁଇଁଲା

 

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଗତ ତ୍ରୈମାସ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ(ଆୟ ଏବଂ ବ୍ୟୟ ମଧ୍ୟରେ ପାର୍ଥକ୍ୟ) ୯.୧୪ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ପ୍ରାୟ ୧୧୪.୮% ସ୍ତରରେ ରହିଛି। ସରକାରଙ୍କ ରାଜସ୍ବ ସଂଗ୍ରହ ଚଳିତ ବର୍ଷ କମିଥିବା ବେଳେ ଖର୍ଚ୍ଚ ବଢିବାରୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି। କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସରକାର ମାର୍ଚ୍ଚ ଶେଷରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏହା ପରଠାରୁ ବଜାର ବ୍ୟବସ୍ଥା ବିଗିଡିଯାଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ସୁଧାର ଆସିପାରିନାହିଁ; ଯାହାର ପ୍ରଭାବ ଟିକସ ସଂଗ୍ରହ ଉପରେ ପଡୁଛି।
କମ୍ପଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟ(ସିଜିଏ) ଦେଇଥିବା ଡାଟା ମୁତାବକ, ବିତ୍ତୀୟ ନିଅଣ୍ଟ ୯ ଲକ୍ଷ ୧୩ ହଜାର ୯୩୩ କୋଟି ଟଙ୍କା ରହିଛି। ଗୋଟିଏ ବର୍ଷ ସମାନ ତ୍ରୈମାସରେ ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୯୨.୬% ସ୍ତରରେ ରହିଥିଲା। ଚଳିତ ବର୍ଷ ସରକାରଙ୍କ ରାଜସ୍ବ ଅଦ୍ୟାବଧି ୩୨.୫% ହ୍ରାସ ହୋଇଛି। ଏଭଳି ଡାଟାକୁ ଦେଖିଲେ ଜଣାଯିବ ଯେ, ସରକାରଙ୍କ ଖର୍ଚ୍ଚ ବଢିଥିବା ବେଳେ ରାଜସ୍ବରେ ହ୍ରାସ ହୋଇଛି। ସରକାରଙ୍କ ରାଜସ୍ବ ତୁଳନାରେ ଖର୍ଚ୍ଚ ୧୧୪% ସ୍ତରରେ ରହିଛି। ଚଳିତ ବର୍ଷ ଜୁଲାଇରେ ଏହି ସ୍ତରରେ ମଧ୍ୟ ଉଚ୍ଚରେ ରହିଥିଲା। ୨୦୨୦-୨୧ର ରାଜସ୍ବ ସଂଗ୍ରହ ଆକଳନ ତୁଳନାରେ ସେପ୍ଟେମ୍ବର ସୁଦ୍ଧା ସରକାର ୨୫.୧୮% ରାଜସ୍ବ ମିଳିଛି। ସରକାର ଏହି ଅବଧିରେ ୫.୬୫ ଲକ୍ଷ କୋଟି ଟଙ୍କା ଟିକସ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ଟିକସ ରାଜସ୍ବ ୪.୫୮ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ୯୨,୨୭୪ କୋଟି ଟଙ୍କାର ଅଣଟିକସ ଜନିତ ରାଜସ୍ବ ସାମିଲ ରହିଛି।
ସରକାର ୧୪,୬୩୫ କୋଟି ଟଙ୍କା ନନ୍‌ ଡେଟ୍‌ କ୍ୟାପିଟାଲ ହିସାବରେ ଲାଭ କରିଛନ୍ତି। ଏହି ଅର୍ଥ ଋଣର ଅସୁଲି ଏବଂ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକର ଅଂଶଧନ ବିକ୍ରିରୁ ଆସିଥାଏ। ୮,୮୫୪ କୋଟି ଋଣ ଭାବେ ଏବଂ ରାଷ୍ଟ୍ରାୟତ୍ତ କମ୍ପାନୀ ଅଂଶଧନ ବିକ୍ରିରୁ ୫୭୮୧ କୋଟି ଟଙ୍କା ଆସିଛି। କେନ୍ଦ୍ର ସରକାର ୨.୫୯ ଲକ୍ଷ କୋଟି ଟଙ୍କା ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରିଛନ୍ତି। ଟିକସର ଅଂଶ ଭାବେ ରାଜ୍ୟଗୁଡିକୁ ଏହି ଅର୍ଥ ପ୍ରଦାନ କରାଯାଇଥାଏ। ଗତ ବର୍ଷ ଏହି ବାବଦକୁ ସରକାର ଯେତେ ଅର୍ଥ ପ୍ରଦାନ କରିଥିଲେ ଚଳିତ ବର୍ଷ ସେହି ତୁଳନାରେ ଏହା ୫୧,୨୭୭ କୋଟି ଟଙ୍କା ନିମ୍ନରେ ରହିଛି। ଡାଟା ମୁତାବକ, ସରକାରଙ୍କ ମୋଟ ଖର୍ଚ୍ଚ ୧୪.୭୯ ଲକ୍ଷ କୋଟି ଟଙ୍କା ରହିଛି। ଏଥିରେ ୧୩.୧୩ ଲକ୍ଷ କୋଟି ରେଭେନ୍ୟୁ ଆକାଉଣ୍ଟ ଏବଂ ୬୫,୮୩୬ କୋଟି କ୍ୟାପିଟାଲ ଆକାଉଣ୍ଟ ସହ ଜଡିତ। ମୋଟ ରାଜସ୍ବ ଖର୍ଚ୍ଚ ମଧ୍ୟରୁ ୩ ଲକ୍ଷ ୫ ହଜାର ୬୫୨ କୋଟି ଇଣ୍ଟରେଷ୍ଟ ପେମେଣ୍ଟ ୧.୫୬ ଲକ୍ଷ କୋଟି ସବ୍‌ସିଡି ଆକାରରେ ଦିଆଯାଇଛି।
ବିତ୍ତୀୟ ନିଅଣ୍ଟ ୭.୯୬ ଲକ୍ଷ କୋଟି ଟଙ୍କା ରହିବ ବୋଲି ଚଳିତ ବର୍ଷ ସାଧାରଣ ବଜେଟରେ ସରକାର ଆକଳନ କରିଥିଲେ। ଏହା ଦେଶର ମୋଟ ଘରୋଇ ଉତ୍ପାଦର ପ୍ରାୟ ୩.୫%। ବିତ୍ତୀୟ ନିଅଣ୍ଟ ୯% ରହିବା ନେଇ ରେଟିଂ ଏଜେନ୍ସି କେୟାର ପକ୍ଷରୁ ଆକଳନ କରାଯାଇଛି। ପରେ କରୋନା ଲାଗି ଏଥିରେ ପରିବର୍ତ୍ତନ ମଧ୍ୟ କରାଯାଇଛି। ବିତ୍ତୀୟ ନିଅଣ୍ଟ ୭ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। ୨୦୧୯-୨୦ରେ ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୪.୬% ସ୍ତରରେ ରହିଥିଲା। ପୂର୍ବରୁ ସରକାରଙ୍କ ମୋଟ ଟିକସ ସଂଗ୍ରହ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୭.୨ ଲକ୍ଷ କୋଟି ଟଙ୍କା ରହି ଆସିଛି। ଏଥିରେ ବର୍ତ୍ତମାନ ୨ ଲକ୍ଷ କୋଟି ବା ୩୦% ହ୍ରାସ ହୋଇଛି। ଗୋଟିଏ ବର୍ଷ ତଳେ ଏହା ୯.୨ ଲକ୍ଷ କୋଟି ଟଙ୍କା ସ୍ତରରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?