ବିତ୍ତୀୟ ନିଅଣ୍ଟ ୯.୧୪ ଲକ୍ଷ କୋଟି ଛୁଇଁଲା

 

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଗତ ତ୍ରୈମାସ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ(ଆୟ ଏବଂ ବ୍ୟୟ ମଧ୍ୟରେ ପାର୍ଥକ୍ୟ) ୯.୧୪ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ପ୍ରାୟ ୧୧୪.୮% ସ୍ତରରେ ରହିଛି। ସରକାରଙ୍କ ରାଜସ୍ବ ସଂଗ୍ରହ ଚଳିତ ବର୍ଷ କମିଥିବା ବେଳେ ଖର୍ଚ୍ଚ ବଢିବାରୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି। କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସରକାର ମାର୍ଚ୍ଚ ଶେଷରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏହା ପରଠାରୁ ବଜାର ବ୍ୟବସ୍ଥା ବିଗିଡିଯାଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ସୁଧାର ଆସିପାରିନାହିଁ; ଯାହାର ପ୍ରଭାବ ଟିକସ ସଂଗ୍ରହ ଉପରେ ପଡୁଛି।
କମ୍ପଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟ(ସିଜିଏ) ଦେଇଥିବା ଡାଟା ମୁତାବକ, ବିତ୍ତୀୟ ନିଅଣ୍ଟ ୯ ଲକ୍ଷ ୧୩ ହଜାର ୯୩୩ କୋଟି ଟଙ୍କା ରହିଛି। ଗୋଟିଏ ବର୍ଷ ସମାନ ତ୍ରୈମାସରେ ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୯୨.୬% ସ୍ତରରେ ରହିଥିଲା। ଚଳିତ ବର୍ଷ ସରକାରଙ୍କ ରାଜସ୍ବ ଅଦ୍ୟାବଧି ୩୨.୫% ହ୍ରାସ ହୋଇଛି। ଏଭଳି ଡାଟାକୁ ଦେଖିଲେ ଜଣାଯିବ ଯେ, ସରକାରଙ୍କ ଖର୍ଚ୍ଚ ବଢିଥିବା ବେଳେ ରାଜସ୍ବରେ ହ୍ରାସ ହୋଇଛି। ସରକାରଙ୍କ ରାଜସ୍ବ ତୁଳନାରେ ଖର୍ଚ୍ଚ ୧୧୪% ସ୍ତରରେ ରହିଛି। ଚଳିତ ବର୍ଷ ଜୁଲାଇରେ ଏହି ସ୍ତରରେ ମଧ୍ୟ ଉଚ୍ଚରେ ରହିଥିଲା। ୨୦୨୦-୨୧ର ରାଜସ୍ବ ସଂଗ୍ରହ ଆକଳନ ତୁଳନାରେ ସେପ୍ଟେମ୍ବର ସୁଦ୍ଧା ସରକାର ୨୫.୧୮% ରାଜସ୍ବ ମିଳିଛି। ସରକାର ଏହି ଅବଧିରେ ୫.୬୫ ଲକ୍ଷ କୋଟି ଟଙ୍କା ଟିକସ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ଟିକସ ରାଜସ୍ବ ୪.୫୮ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ୯୨,୨୭୪ କୋଟି ଟଙ୍କାର ଅଣଟିକସ ଜନିତ ରାଜସ୍ବ ସାମିଲ ରହିଛି।
ସରକାର ୧୪,୬୩୫ କୋଟି ଟଙ୍କା ନନ୍‌ ଡେଟ୍‌ କ୍ୟାପିଟାଲ ହିସାବରେ ଲାଭ କରିଛନ୍ତି। ଏହି ଅର୍ଥ ଋଣର ଅସୁଲି ଏବଂ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକର ଅଂଶଧନ ବିକ୍ରିରୁ ଆସିଥାଏ। ୮,୮୫୪ କୋଟି ଋଣ ଭାବେ ଏବଂ ରାଷ୍ଟ୍ରାୟତ୍ତ କମ୍ପାନୀ ଅଂଶଧନ ବିକ୍ରିରୁ ୫୭୮୧ କୋଟି ଟଙ୍କା ଆସିଛି। କେନ୍ଦ୍ର ସରକାର ୨.୫୯ ଲକ୍ଷ କୋଟି ଟଙ୍କା ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରିଛନ୍ତି। ଟିକସର ଅଂଶ ଭାବେ ରାଜ୍ୟଗୁଡିକୁ ଏହି ଅର୍ଥ ପ୍ରଦାନ କରାଯାଇଥାଏ। ଗତ ବର୍ଷ ଏହି ବାବଦକୁ ସରକାର ଯେତେ ଅର୍ଥ ପ୍ରଦାନ କରିଥିଲେ ଚଳିତ ବର୍ଷ ସେହି ତୁଳନାରେ ଏହା ୫୧,୨୭୭ କୋଟି ଟଙ୍କା ନିମ୍ନରେ ରହିଛି। ଡାଟା ମୁତାବକ, ସରକାରଙ୍କ ମୋଟ ଖର୍ଚ୍ଚ ୧୪.୭୯ ଲକ୍ଷ କୋଟି ଟଙ୍କା ରହିଛି। ଏଥିରେ ୧୩.୧୩ ଲକ୍ଷ କୋଟି ରେଭେନ୍ୟୁ ଆକାଉଣ୍ଟ ଏବଂ ୬୫,୮୩୬ କୋଟି କ୍ୟାପିଟାଲ ଆକାଉଣ୍ଟ ସହ ଜଡିତ। ମୋଟ ରାଜସ୍ବ ଖର୍ଚ୍ଚ ମଧ୍ୟରୁ ୩ ଲକ୍ଷ ୫ ହଜାର ୬୫୨ କୋଟି ଇଣ୍ଟରେଷ୍ଟ ପେମେଣ୍ଟ ୧.୫୬ ଲକ୍ଷ କୋଟି ସବ୍‌ସିଡି ଆକାରରେ ଦିଆଯାଇଛି।
ବିତ୍ତୀୟ ନିଅଣ୍ଟ ୭.୯୬ ଲକ୍ଷ କୋଟି ଟଙ୍କା ରହିବ ବୋଲି ଚଳିତ ବର୍ଷ ସାଧାରଣ ବଜେଟରେ ସରକାର ଆକଳନ କରିଥିଲେ। ଏହା ଦେଶର ମୋଟ ଘରୋଇ ଉତ୍ପାଦର ପ୍ରାୟ ୩.୫%। ବିତ୍ତୀୟ ନିଅଣ୍ଟ ୯% ରହିବା ନେଇ ରେଟିଂ ଏଜେନ୍ସି କେୟାର ପକ୍ଷରୁ ଆକଳନ କରାଯାଇଛି। ପରେ କରୋନା ଲାଗି ଏଥିରେ ପରିବର୍ତ୍ତନ ମଧ୍ୟ କରାଯାଇଛି। ବିତ୍ତୀୟ ନିଅଣ୍ଟ ୭ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। ୨୦୧୯-୨୦ରେ ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୪.୬% ସ୍ତରରେ ରହିଥିଲା। ପୂର୍ବରୁ ସରକାରଙ୍କ ମୋଟ ଟିକସ ସଂଗ୍ରହ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୭.୨ ଲକ୍ଷ କୋଟି ଟଙ୍କା ରହି ଆସିଛି। ଏଥିରେ ବର୍ତ୍ତମାନ ୨ ଲକ୍ଷ କୋଟି ବା ୩୦% ହ୍ରାସ ହୋଇଛି। ଗୋଟିଏ ବର୍ଷ ତଳେ ଏହା ୯.୨ ଲକ୍ଷ କୋଟି ଟଙ୍କା ସ୍ତରରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଠିକ୍‌ ନିବେଶ ଏବେ ଚ୍ୟାଲେଞ୍ଜିଂ ହୋଇଛି

ଭୁବନେଶ୍ୱର, ୧୧-୯ (ବ୍ୟୁରୋ): ବର୍ତ୍ତମାନର ଡିଜିଟାଲ ସମୟରେ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସବୁ କାମ ଅନଲାଇନରେ କରାଯିବା ଆବଶ୍ୟକ। ଅପରପକ୍ଷରେ ଦେଶର ଅଭିବୃଦ୍ଧି ନିମନ୍ତେ ବିନିଯୋଗ...

‘ଫେୟାର ଆଣ୍ଡ ଲଭ୍‌ଲି’ରୁ ହଟିବ ‘ଫେୟାର’; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୨୬।୬ : ଦେଶର ସର୍ବବୃହତ୍‌ କଞ୍ଜ୍ୟୁମର ପ୍ରଡକ୍ଟ ବ୍ରାଣ୍ଡ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍‌(ଏଚ୍‌ୟୁଏଲ୍‌) ଏହାର ଲୋକପ୍ରିୟ ଫେୟାରନେସ କ୍ରିମ୍‌ ‘ଫେୟାର ଆଣ୍ଡ ଲଭ୍‌ଲି’ର ନାମକୁ ବଦଳାଇବ।...

ବୁଡ଼ିଗଲା ବ୍ରିଟେନର ୧୭୮ ବର୍ଷର ଥମାସ କୁକ୍‌

ଲଣ୍ଡନ,୨୪-୯: ପର୍ଯ୍ୟଟକଙ୍କୁ ୧୭୮ ବର୍ଷ ଧରି ବିଭିନ୍ନ ସେବା ଯୋଗାଇ ଆସୁଥିବା ବ୍ରିଟେନର ପ୍ରସିଦ୍ଧ କମ୍ପାନୀ ଥମାସ କୁକ୍‌ ଶେଷରେ ବୁଡ଼ିଗଲା। ଜରୁରିକାଳୀନ ପାଣ୍ଠି ଯୋଗାଡ...

୧୦୦ ଟଙ୍କିଆ ବାର୍ନିସ ନୋଟ୍‌ ଜାରି କରିବ ଆର୍‌ବିଆଇ

ମୁମ୍ବାଇ,୩୧-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ୧୦୦ ଟଙ୍କିଆ ନୂଆ ବାର୍ନିସ ନୋଟ୍‌ ଜାରି କରିବ। ଏହି ନୂଆ ନୋଟ୍‌ର ଗୁଣବତ୍ତା ପୂର୍ବାପେକ୍ଷା ଅଧିକ ରହିବ।...

୨୦୧୮-୧୯ରେ ୭୧,୫୪୩ କୋଟିର ବ୍ୟାଙ୍କ ଠକେଇ

ମୁମ୍ବାଇ,୨୯-୮: ଦେଶରେ ଗତ ଆର୍ଥିକ ବର୍ଷ ବ୍ୟାଙ୍କ ଠକେଇ ମାମଲା ବାର୍ଷିକ ଆଧାରରେ ୧୫% ବୃଦ୍ଧି ପାଇଛି। ଏହି ସମୟରେ ଠକେଇ ପରିମାଣ ୭୩.୮% ବଢ଼ି...

ଅର୍ଥ ବ୍ୟବସ୍ଥା ପାଇଁ ମନମୋହନଙ୍କ ୩ ମନ୍ତ୍ର

  ନୂଆଦିଲ୍ଲୀ,୧୧।୮: ମାନ୍ଦାବସ୍ଥା ସହ କରୋନା ଜନିତ ଲକ୍‌ଡାଉନ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଏକ ସଙ୍କଟ ସମୟ ଦେଇ ଗତି କରୁଛି। ଅବସ୍ଥାକୁ ସୁଧାରିବା...

ଆମ୍ରି ହସ୍ପପିଟାଲରେ ବିରଳ ଅସ୍ତ୍ରୋପ୍ରଚାର

ଭୁବନେଶ୍ୱର,୧୮।୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆମ୍ରି ହସ୍ପିଟାଲ ଭୁବନେଶ୍ୱରରେ ଏକ ବିରଳ ରୋଗର ସଫଳ ଅସ୍ତ୍ରୋପ୍ରଚାର କରାଯାଇଛି। ଏପରିକି ଆମ୍ରି ହସ୍ପପିଟାଲର ହୃଦରୋଗ ବିଶେଷଜ୍ଞ...

ଚେନ୍ନାଇରେ ଫିକିର ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ,୩୦।୪:  ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଚେନ୍ନାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

Advertisement
Archives

Model This Week